ETV Bharat / bharat

ହେମନ୍ତ ସୋରେନଙ୍କ ଅନ୍ତରୀଣ ଜାମିନ ମାମଲା; ଇଡିକୁ ଜବାବ ମାଗିଲେ ସୁପ୍ରିମକୋର୍ଟ - Hemant Soren interim bail

author img

By PTI

Published : May 17, 2024, 4:58 PM IST

HEMANT SOREN INTERIM BAIL: ପୂର୍ବତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଜାମିନ ଆବେଦନ ମାମଲା । ମେ 20 ସୁଦ୍ଧା ଜବାବ ରଖିବାକୁ ଇଡିକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

HEMANT SOREN INTERIM BAIL
HEMANT SOREN INTERIM BAIL (Photo-IANS)

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅନ୍ତରୀଣ ଜାମନ ମାମଲା । ଏହି ଆବେଦନ ଉପରେ ମେ 20 ସୁଦ୍ଧା ଜବାବ ରଖିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଜମି ଘୋଟାଲା ମାମଲାରେ ଜେଲରେ ବନ୍ଦୀ ଥିବା ସୋରେନ ଲୋକସଭା ନିର୍ବାଚନରେ ପ୍ରଚାର ପାଇଁ ଜାମିନ ପ୍ରଦାନ କରିବା ଲାଗି କୋର୍ଟଙ୍କ ନିକଟରେ ଅନୁରୋଧ କରିଛନ୍ତି । ତେବେ ଇଡି ପକ୍ଷରୁ ଏ ନେଇ ଜବାବ ଆସିବା ପରେ ମେ 21 ତାରିଖରେ ସର୍ବୋଚ୍ଚ ଅଦାଲତ ଏହି ମାମଲା ଉପରେ ପରବର୍ତ୍ତୀ ଶୁଣାଣି କରିବେ ।

ଇଡି ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି ରାଜୁ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତଙ୍କ ନେତୃତ୍ବାଧୀନ ଖଣ୍ଡପୀଠଙ୍କୁ କହିଛନ୍ତି ଯେ ସୋରେନଙ୍କୁ ବିରୋଧରେ ତାଙ୍କ ନିକଟରେ ଯଥେଷ୍ଟ ପ୍ରମାଣ ରହିଛି । ରାଜୁ କହିଥିଲେ ଯେ ତାଙ୍କ ବିରୋଧରେ ଦୃଢ ପ୍ରମାଣ ଅଛି ଏବଂ ତାଙ୍କର ନିୟମିତ ଜାମିନ ମଧ୍ୟ ପ୍ରତ୍ୟାଖ୍ୟାନ କରାଯାଇଛି । ସୋରେନଙ୍କ ପ୍ରତିନିଧିତ୍ବ କରୁଥିବା ବରିଷ୍ଠ ଆଇନଜୀବୀ କପିଲ ସିବଲ ଯୁକ୍ତି ବାଢିଛନ୍ତି ଯେ ସୋରେନଙ୍କ ଅଧୀନରେ କେବେ ହେଲେ ଏହି ଜମି ନଥିଲା । ଏଣୁ ସାଧାରଣ ନିର୍ବାଚନର ଅବଶିଷ୍ଟ ପର୍ଯ୍ୟାୟରେ ପ୍ରଚାର ପାଇଁ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ ସେ କୋର୍ଟ ଅନୁରୋଧ କରିଛନ୍ତି ।

ଏହା ବି ପଢନ୍ତୁ- ହେମନ୍ତଙ୍କୁ ମିଳିଲାନି ନିସ୍ତାର, ଅନ୍ତରୀଣ ବେଲ ପାଇଁ ମନା କଲେ ସୁପ୍ରିମକୋର୍ଟ

ଏହାପରେ ସୋରେନଙ୍କ ଅନ୍ତରୀଣ ଜାମିନ ସମ୍ପର୍କରେ ବେଞ୍ଚ ଇଡି ପକ୍ଷଭୁକ୍ତ ଆଇନଜୀବୀ ରାଜୁଙ୍କୁ ପ୍ରଶ୍ନ କରିଥିଲେ । ରାଜୁ ଉତ୍ତରରେ କହିଛନ୍ତି ଯେ ତାଙ୍କୁ ବହୁ ପୂର୍ବରୁ ଗିରଫ କରାଯାଇଥିଲା ଏବଂ 4ଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇସାରିଛି ଏବଂ ସେ ସିଧାସଳଖ ବିବାଦୀୟ ଜମି ସହ ଜଡିତ ଅଛନ୍ତି । ସିବଲ କହିଛନ୍ତି ଯେ ସୋରେନ ବିବାଦୀୟ ଜମି ସହିତ ଜଡ଼ିତ ବୋଲି ଏ ନେଇ କୌଣସି ଠୋସ ପ୍ରମାଣ ନାହିଁ । ଏହାପରେ ବେଞ୍ଚ କହିଥିଲେ ଯେ ତାଙ୍କୁ ଏହି ମାମଲାରେ ଉଭୟ ପକ୍ଷର ଯୁକ୍ତି ଶୁଣିବାକୁ ପଡ଼ିବ । ଏଣୁ ଅନ୍ତରୀଣ ଜାମିନ ନେଇ ମେ 20 ସୁଦ୍ଧା ଜବାବ ରଖିବାକୁ ଇଡିକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ବି ପଢନ୍ତୁ- ଇସ୍ତଫା ଦେବା ପରେ ହେମନ୍ତ ସୋରେନ ଗିରଫ

ଏହାପରେ ମେ 21 ତାରିଖରେ ସୋରେନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରାଯିବ କି ନାହିଁ ସେ ନେଇ କୋର୍ଟ ନିଷ୍ପତ୍ତି ନେବେ ବୋଲି କହିଛନ୍ତି । ସୂଚନା ଥାଉ କି ସୋରେନଙ୍କ ବିରୋଧରେ ଜମି ହଡ଼ପ ଅଭିଯୋଗ ରହିଛି । ରାଞ୍ଚିରେ ସେ 8.86 ଏକର ଜମି ଘୋଟାଲା ସହିତ ଜଡ଼ିତ ଥିବା ଇଡି ଅଭିଯୋଗ କରି କହିଛି ଯେ ଏହି ଜମିକୁ ସେ ବେଆଇନ ଭାବେ ହଡ଼ପ କରିଛନ୍ତି । ଜମି ଘୋଟାଲା ମାମଲାରେ ଝାଡ଼ଖଣ୍ଡ ସରକାରଙ୍କ ଏକାଧିକ ଅଧିକାରୀଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଥିବା ବେଳେ ଏ ନେଇ ତଦନ୍ତ ଜାରି ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.