ETV Bharat / bharat

ଶୁକ୍ରବାର କେଜ୍ରିୱାଲଙ୍କ ଜାମିନ ଶୁଣାଣି ! ଜେଲରୁ ସରକାର ଚଳାଇବା ପିଟିସନ ଖାରଜ - Delhi Excise Policy Case

author img

By ETV Bharat Odisha Team

Published : May 8, 2024, 6:24 PM IST

Excise Policy Case: କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଶୁଣାଣି କରିବେ ସୁପ୍ରିମକୋର୍ଟ ! ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରୁ ସରକାର ଚଳାଇବା ନେଇ ଅନୁମତି ଦେଲେନି ଦିଲ୍ଲୀ ହାଇକୋର୍ଟ । ପଢନ୍ତୁ ପୁରା ଖବର

Excise Policy Case
Excise Policy Case (ETV Bharat)

ନୂଆଦିଲ୍ଲୀ: ସର୍ବୋଚ୍ଚ ଅଦାଲତରେ ଶୁକ୍ରବାର କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଶୁଣାଣି ହୋଇପାରେ । ଗତ ୨୧ ମାର୍ଚ୍ଚରୁ ଗିରଫ ହୋଇ ତିହାର ଜେଲରେ ଅଛନ୍ତି କେଜ୍ରିୱାଲ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରୁ ସରକାର ଚଳାଇବା ନେଇ ହୋଇଥିବା ଆବେଦନର ଶୁଣାଣି କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଏନେଇ ଉଚ୍ଚ ନ୍ୟାୟାଳୟ ଅନୁମତି ଦେଇନଥିବାବେଳେ ଦିଲ୍ଲୀରେ ରାଷ୍ଟ୍ରପତି ଶାସନ ଲାଗୁ ନେଇ ପ୍ରକାଶ ପାଉଥିବା ଖବରରେ ରୋକ୍ ଲଗାଇବାକୁ ଗଣମାଧ୍ୟମକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ମିଥ୍ୟା ଖବର ପ୍ରସାରଣ ନକରିବାପାଇଁ କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ସମ୍ବେଦନଶୀଳ ଘଟଣାକୁ ଖବରର ଶିରୋନାମା ରଖିବା ଘଟଣାକୁ କୋର୍ଟ ନିନ୍ଦା କରିଛନ୍ତି ।

କାର୍ଯ୍ୟକାରୀ ପ୍ରଧାନ ବିଚାରପତି ମନମୋହନଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଆବେଦନକାରୀ ଶ୍ରୀକାନ୍ତ ପ୍ରସାଦଙ୍କୁ ତାଗିଦ କରିବା ସହ ୧ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି । କେଜ୍ରିୱାଲ ଜେଲରୁ ସରକାର ଚଳାଇବା ପାଇଁ ଉପଯୁକ୍ତ ବ୍ୟବସ୍ଥା କରିବା ଉଚିତ ବୋଲି ଆବେଦନକାରୀ ଦର୍ଶାଇଥିଲେ । ଏହାସହ କେଜ୍ରିୱାଲଙ୍କ ଗିରଫ ଦାବି ଖବର ଉପରେ ରୋକ୍ ଲଗାଯିବା ନେଇ ମଧ୍ୟ ଆବେଦନକାରୀ ଉଲ୍ଲେଖ କରିଥିଲେ । ଆବେଦନକାରୀ ଶ୍ରୀକାନ୍ତ ପ୍ରସାଦ ଦାୟର କରିଥିବା ପିଟିସନରେ ଉଲ୍ଲେଖ ଥିଲା ଯେ, ଭାରତର ସମ୍ବିଧାନ କିମ୍ବା କୌଣସି ଆଇନରେ ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀଙ୍କୁ ଜେଲରୁ ଶାସନ କରିବା ପାଇଁ ବାରଣ କରାଯାଇନାହିଁ । ତେଣୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରୁ ସରକାର ଚଳାଇବା ପାଇଁ ବ୍ୟବସ୍ଥା କରାଯାଉ । ହେଲେ ଏହି ପିଟିସନର ଶୁଣାଣି ସମୟରେ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଆବେଦନକାରୀଙ୍କୁ ୧ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦିଆଯାଇଛି ।

ଏହା ବି ପଢନ୍ତୁ...କେଜ୍ରିଓ୍ବାଲଙ୍କୁ ଦିଲ୍ଲୀ ହାଇକୋର୍ଟଙ୍କ କଠୋର ମନ୍ତବ୍ୟ, 'ରାଷ୍ଟ୍ର ହିତଠୁ ରାଜନୈତିକ ହିତକୁ ଅଧିକ ଅଗ୍ରାଧିକାର ଦେଉଛନ୍ତି' - Delhi HC On Kejriwal

ଏହା ବି ପଢନ୍ତୁ...ସୁସ୍ଥ ଅଛନ୍ତି କେଜ୍ରିୱାଲ; ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କଲା ଏମ୍ସର ସ୍ବତନ୍ତ୍ର ଡାକ୍ତରୀ ଟିମ - Arvind Kejriwal Health Update

କହିରଖୁଛୁ, ଗତ ୨୧ ମାର୍ଚ୍ଚରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା । ଆପ୍ କର୍ମକର୍ତ୍ତାମାନେ କେଜ୍ରିୱାଲଙ୍କ ଗିରଫଦାରୀ ପ୍ରତିବାଦରେ ଦେଶବ୍ୟାପୀ ଆନ୍ଦୋଳନ କରିଥିବା ଦେଖିବାକୁ ମିଳିଥିଲା । ଏହାରି ଭିତରେ କେଜ୍ରିୱାଲ ଜେଲରୁ ଶାସନଭାର ସମ୍ଭାଳିବେ ବୋଲି ମଧ୍ୟ ଦାବି ହୋଇଥିଲା । ଏନେଇ ସମସ୍ତ ବ୍ୟବସ୍ଥା କରିବାକୁ ଶ୍ରୀକାନ୍ତ ପ୍ରସାଦ ଆବେଦନ କରିଥିଲେ । ଯାହାକୁ ଆଜି ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଏହାସହ ଆବେଦନକାରୀଙ୍କୁ ୧ ଲକ୍ଷ ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.