ନୂଆଦିଲ୍ଲୀ: ନିକଟରେ ନିର୍ବାଚନୀ ବଣ୍ଡ ଯୋଜନାକୁ ସର୍ବୋଚ୍ଚ କୋର୍ଟ ଅବୈଧ ଘୋଷଣା କରିଥିଲେ । ଏହା ସୂଚନା ଅଧିକାର ଅଧିନିୟମର ବିରୋଧୀ ବୋଲି କହିବା ସହ କୋର୍ଟ ଏହାର କାର୍ଯ୍ୟକାରିତା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇଥିଲେ । ଏହାସହ ଏହି ଯୋଜନା ଅଧୀନରେ କେତେସଂଖ୍ୟକ ବଣ୍ଡ ବିକ୍ରି ହୋଇଛି ଓ କେଉଁ ରାଜନୈତିକ ଦଳକୁ କେତେ ପରିମାଣର ଦାନ ମିଳିଛି, ସେ ସମ୍ପର୍କରେ ତଥ୍ୟ ରଖିବା ପାଇଁ କୋର୍ଟ ଭାରତୀୟ ଟେଷ୍ଟବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହି ତଥ୍ୟ ଦାଖଲ କରିବା ପାଇଁ କୋର୍ଟଙ୍କୁ ଅଧିକ ସମୟ ମାଗିଛି ଷ୍ଟେଟ ବ୍ୟାଙ୍କ । ପୂର୍ବ ଶୁଣାଣିରେ ମାର୍ଚ୍ଚ 6 ତାରିଖ ସୁଦ୍ଧା ଏହି ତଥ୍ୟ ଦାଖଲ କରିବା ପାଇଁ କୋର୍ଟ କହିଥିଲେ । ହେଲେ ଏହି ଅବଧିକୁ ଫେବୃଆରୀ 15 ତାରିଖ ପରିବର୍ତ୍ତେ ଜୁନ 30କୁ ବୃଦ୍ଧି କରିବା ପାଇଁ ଆଜି ସୁପ୍ରିମକୋର୍ଟରେ ଷ୍ଟେଟବ୍ୟାଙ୍କ ଆବେଦନ କରିଛି । ତେବେ କେବଳ ଟେଷ୍ଟବ୍ୟାଙ୍କ ହିଁ ଏହି ନିର୍ବାଚନୀ ବଣ୍ଡ ବିକ୍ରି କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକମାତ୍ର ଅଧିକୃତ ବ୍ୟାଙ୍କ ଥିଲା ।
ଏହି ଆବେଦନରେ ଏସବିଆଇ କହିଛି, 2019 ଏପ୍ରିଲ 12 ତାରିଖରୁ 2024 ଫେବୃଆରୀ 15 ତାରିଖ ମଧ୍ୟରେ ବିଭିନ୍ନ ଦଳକୁ ଡୋନେସନ ଦେବା ପାଇଁ 22,217 ନିର୍ବାଚନୀ ବଣ୍ଡ ଜାରି କରାଯାଇଛି । ଏହି ବଣ୍ଡଗୁଡିକ ମୁମ୍ବାଇର ମୁଖ୍ୟଶାଖାରେ, ଦେଶବ୍ୟାପୀ ପ୍ରାଧିକୃତ ଶାଖାଗୁଡିକ ଦ୍ୱାରା ମୁଦା ଲଫାପା ମାଧ୍ୟମରେ ଜମା କରାଯାଇଥିଲା । ଦୁଇଟି ଭିନ୍ନ ପ୍ରକାରର ସୂଚନା ଥିବାରୁ ମୋଟ 44,434 ସୂଚନା ସେଟକୁ ଡିକୋଡ ମାଧ୍ୟମରେ ସଂକଳନ ଓ ତର୍ଜମା କରିବାକୁ ପଡିବ । ତେଣୁ ଏହି ପ୍ରକ୍ରିୟା ପାଇଁ ଅଧିକ ସମୟ ଆବଶ୍ୟକ । ଏଥିପାଇଁ ପୂର୍ବରୁ ମିଳିଥିବା ସମୟକୁ ଜୁନ 30 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ ।
ଏଠାରେ ସୂଚନାଯୋଗ୍ୟ, ଗତମାସ 15 ତାରିଖରେ ଏହି ମାମଲାର ଶୁଣାଣିରେ ସର୍ବୋଚ୍ଚ ନ୍ୟାୟାଳୟ ଏହାର କାର୍ଯ୍ୟକାରିତା ସିଧା ଅସାମ୍ବିଧାନିକ ବୋଲି କହିଥିଲେ । ରାଜନୈତିକ ଦଳଗୁଡିକୁ କେଉଁଠୁ ଅର୍ଥ ମିଳୁଛି, ତାହା ଜାଣିବା ସାଧାରଣ ନାଗରିକଙ୍କ ଅଧିକାର । ନିର୍ବାଚନୀ ବଣ୍ଡ ଯୋଜନା ସୂଚନା ଅଧିକାର ଅଧିନିୟମର ଧାରା ଧାରା 19 (1) (A)କୁ ସ୍ପଷ୍ଟ ଉଲ୍ଲଂଘନ କରୁଛି । ଷ୍ଟେଟବ୍ୟାଙ୍କ ତୁରନ୍ତ ଏହି ‘ନିର୍ବାଚନ ବଣ୍ଡ’ ବ୍ୟବସ୍ଥା ବନ୍ଦ କରିବା ଉଚିତ । ଗତ ବର୍ଷଗୁଡିକରେ ହୋଇଥିବା କାରବାର ସମ୍ପର୍କରେ ମଧ୍ୟ ତଥ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରିବା ଉଚିତ ।
ଏହାର କିଛି ଦିନ ମଧ୍ୟରେ ଅନୌପଚାରିକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବର୍ଷ 2016 ରୁ 2022 ମଧ୍ୟରେ ମୋଟ 28 ହଜାର 30ଟି ବଣ୍ଡ ବିଭିନ୍ନ ଜମାକାରୀ କ୍ରୟ କରିଛନ୍ତି । ଏହା ମାଧ୍ୟମରେ ମୋଟ 16 ହଜାର 437 କୋଟି ଟଙ୍କା ବିଭିନ୍ନ ରାଜନୈତିକ ଦଳକୁ ଦାନ କରାଯାଇଛି । ଏହିକ୍ରମରେ ସର୍ବାଧିକ ଦାନ ସଂଗ୍ରହ କରିଥିବା ପାର୍ଟି ଭାବେ ଶାସକ ଦଳ ‘ଭାରତୀୟ ଜନତା’ ପାର୍ଟି ସାମ୍ନାକୁ ଆସିଥିଲା । ଏହା ପଛକୁ ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ରହିଛି । ହେଲେ ବିଜେପି 10 ହଜାର କୋଟି ସଂଗ୍ରହ କରିଛି । ଯାହାକି ମୋଟ ଦାନର ପ୍ରାୟ 60 ପ୍ରତିଶତରୁ ଅଧିକ । ଏପର୍ଯ୍ୟନ୍ତ ଷ୍ଟେଟବ୍ୟାଙ୍କ କିମ୍ବା ନିର୍ବାଚନ ଆୟୋଗ ବିଧିବଦ୍ଧ ଭାବେ ତଥ୍ୟ ସାର୍ବଜନୀନ କରିନାହାନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ