ETV Bharat / bharat

ଅନୁଜ ଥାପନ ମୃତ୍ୟୁ ଘଟଣା; ପରିବାର ଆଣିଲା ହତ୍ୟା ଅଭିଯୋଗ, ଖୋଳତାଡ଼ କରିବ CID - ANUJ THAPAN SUICIDE CASE

author img

By ETV Bharat Odisha Team

Published : May 2, 2024, 12:07 PM IST

Salman Case Accused Suicide: ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣାରେ ଅନୁଜ ଥାପନଙ୍କ ମୃତ୍ୟୁ ଘଟଣା । ପୋଲିସ ତାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକେ । ଏଥିସହ ଅନୁଜର ପୋଷ୍ଟମର୍ଟମ ମୁମ୍ବାଇ ବାହାରେ କରାଯିବାକୁ ମଧ୍ୟ ପରିବାରବର୍ଗ ଦାବି କରିଛନ୍ତି । ଅଧିକ ପଢନ୍ତୁ

ଅନୁଜ ଥାପନ ମୃତ୍ୟୁ ଘଟଣା; ହତ୍ୟା ଅଭିଯୋଗ ଆଣିଲେ ପରିବାର, ମାମଲାର ଖୋଳତାଡ଼ କରିବ CID

ହାଇଦ୍ରାବାଦ: ବଲିଉଡ ଅଭିନେତା ସଲମାନ ଖାନଙ୍କ ଘର ବାହାରେ ଗୁଳିମାଡ଼ ଘଟଣାରେ ଗିରଫ ହୋଇଥିବା ଅନୁଜ ଥାପନଙ୍କ ମୃତ୍ୟୁ ଘଟଣା । ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ପୋଲିସ ଅନୁଜଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିବା ଅଭିଯୋଗ କରିଛନ୍ତି ଅନୁଜଙ୍କ ପରିବାର । ଏଣୁ ତାଙ୍କ ପୋଷ୍ଟମର୍ଟମ ମୁମ୍ବାଇ ବାହାରେ କରାଯିବାକୁ ମଧ୍ୟ ପରିବାରବର୍ଗ ଦାବି କରିଛନ୍ତି । ସେପଟେ ଅନୁଜ ମୃତ୍ୟୁ ମାମଲାର ତଦନ୍ତ କରିବ ସିଆଇଡି ବୋଲି ଜଣାପଡିଛି ।

ହତ୍ୟା ଅଭିଯୋଗ ଆଣିଲେ ପରିବାର

ଅନୁଜ ଥାପନଙ୍କ ଭାଇ ଅଭିଷେକ ଥାପନ୍ କହିଛନ୍ତି ଯେ ବୁଧବାର ଦିନ ଆମକୁ କଲ ଆସିଥିଲା ​​ଯେ ଅନୁଜ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । କିନ୍ତୁ, ସେ ଏପରି ବ୍ୟକ୍ତି ନୁହନ୍ତି ଯିଏ ଆତ୍ମହତ୍ୟା କରିଥାନ୍ତେ । ତାଙ୍କୁ ପୋଲିସ ହତ୍ୟା କରିଛି । ଆମେ ନ୍ୟାୟ ଚାହୁଁଛୁ । ଏହା ବ୍ୟତୀତ ଅଭିଷେକ ଥାପନ କହିଛନ୍ତି, ସେ ଏକ ଦୋକାନରେ କାମ କରନ୍ତି ଏବଂ ଭାଇ ଟ୍ରକରେ ହେଲପର ଥିଲେ । ତାଙ୍କ ମା’ ଏକ ଦିନମଜୁରିଆ ଭାବେ କାମ କରନ୍ତି ଏବଂ ବାପା ନାହାଁନ୍ତି ।

ସିଆଇଡି କରିବ ତଦନ୍ତ

ଏହାପୂର୍ବରୁ ସୁଖଚେନ ଗ୍ରାମ ସରପଞ୍ଚ ମନୋଜ କୁମାର ଗୋଦରା ଏବଂ ଅନୁଜଙ୍କ ମାତା ମାମୁଁ ରଜନୀଶ ମଧ୍ୟ ଅନୁଜ ଥାପନଙ୍କ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଥିଲେ । ସରପଞ୍ଚ କହିଛନ୍ତି ଯେ ଅନୁଜର ଆତ୍ମହତ୍ୟା ଉଦ୍ୟମ ଦ୍ୱାରା ମୃତ୍ୟୁ ହୋଇନାହିଁ ବରଂ ପୋଲିସ ହେପାଜତରେ ନିର୍ଯାତନା ହେତୁ ମୃତ୍ୟୁ ହୋଇଛି । ଅନୁଜଙ୍କ ମାମୁଁ ରଜନୀଶ କହିଛନ୍ତି ଯେ, ମୋ ଭଣଜାର ପୋଲିସ ହେପାଜତରେ ହତ୍ୟା କରାଯାଇଛି । ଏଣୁ ଅନୁଜର ମୃତ୍ୟୁ ମାମଲାର ତଦନ୍ତ କରାଯାଉ । ସେପଟେ ବର୍ତ୍ତମାନ ଏହି ମାମଲା ସିଆଇଡି ହାତକୁ ଯାଇଥିବା ବେଳେ ଖୁବଶୀଘ୍ର ଅନୁଜର ମୃତ୍ୟୁର ସତାସତ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡିଛି ।

ଏମିତି ହୋଇଥିଲା ଅନୁଜଙ୍କ ମୃତ୍ୟୁ

ସୂଚନା ଅନୁସାରେ, ଗତ ବୁଧବାର (ଏପ୍ରିଲ ୨)ରେ ପୋଲିସ ହାଜତରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଅନୁଜ । ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ବର୍ତ୍ତମାନ ପରିବାର ଲୋକେ ସେ ଜୀବନ ହାରିଥିବା ନୁହଁ ବରଂ ତାଙ୍କୁ ମାରିଦିଆଯାଇଥିବା ଅଭିଯୋଗ କରିଛନ୍ତି । ଅନୁଜ ଥାପନଙ୍କ ଭାଇ ଗଣମାଧ୍ୟମ ସହ କଥାବାର୍ତ୍ତା କରି ଏହି ପ୍ରତିକ୍ରିୟା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସଲମାନଙ୍କ ଘର ବାହାରେ ଗୁଳିମାଡ ଘଟଣା: ଜଣେ ଅଭିଯୁକ୍ତର ମୃତ୍ୟୁ, ହାଜତରେ କରିଥିଲା ଆତ୍ମହତ୍ୟା ଉଦ୍ୟମ

ସୂଚନା ଥାଉ କି, ବାନ୍ଦ୍ରା ଠାରେ ଥିବା ସୁପରଷ୍ଟାରଙ୍କ ବାସଭବନ ବାହାରେ ଗତ ୧୪ ତାରିଖ ସକାଳ ସମୟରେ ଗୁଳିମାଡ଼ ହୋଇଥିଲା । ଅଭିଯୁକ୍ତ ମାନେ ୪-୫ ରାଉଣ୍ଡ ଗୁଳି ଚଳାଇଥିଲେ । ତେବେ ଏହି ଘଟଣାରେ ଅନୁପଙ୍କ ସମେତ ମୋଟ ୪ ଜଣ ଅଭିଯୁକ୍ତକୁ ପୋଲିସ ବାନ୍ଧିଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି । ଘଟଣା ଘଟିବାର ଦୁଇ ଦିନ ପରେ ଏପ୍ରିଲ ୧୬ ତାରିଖରେ କ୍ରାଇମବ୍ରାଞ୍ଚ ୨ ଅଭିଯୁକ୍ତ ବିକି ଗୁପ୍ତା ଏବଂ ସୁନୀଲ ପାଲଙ୍କୁ ଗୁଜୁରାଟର ଭୁଜ ଜିଲ୍ଲାରୁ ଗିରଫ କରାଯାଇଥିଲା । ଏମାନେ ବିହାରର ଚମ୍ପାରନ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଥିଲା । ଏହା ପରେ ଏପ୍ରିଲ ୨୫ରେ ପଞ୍ଜାବରୁ ଆଉ 2 ଅଭିଯୁକ୍ତ ସୁଭାଷ ଚନ୍ଦର (37) ଓ ଅନୁଜ ଥାପନ (32)ଙ୍କୁ ଗିରଫ କରିଥିଲା ମୁମ୍ବାଇ କ୍ରାଇମବ୍ରାଞ୍ଚ । ତେବେ ଅଭିଯୁକ୍ତ ବିକି ଗୁପ୍ତା, ସାଗର ପାଲ ଏବଂ ଅନୁଜ ଥାପନଙ୍କୁ ଆସନ୍ତା ମେ ୮ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଯାଇଥିଲା । ଏବେ ଅନୁଜ ଥାପାନ୍ ଜୀବନ ହାରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.