ETV Bharat / bharat

NIA ଓ NDRFର ନୂଆ ଡିଜି ନିଯୁକ୍ତ - NIA NDRF Get New DG

author img

By ETV Bharat Odisha Team

Published : Mar 27, 2024, 11:01 AM IST

NIA, NDRF get New DG: ଏନଆଇଏ ଓ ଏନଡିଆରଏଫକୁ ମିଳିଲା ନୂଆ ଡିଜି । ବ୍ୟୁରୋ ଅଫ ପୋଲିସ ରିସର୍ଚ୍ଚ ଡେଭଲପମେଣ୍ଟ (BPRD)ର ମଧ୍ୟ ନୂଆ ଡିଜି ନିଯୁକ୍ତ । ଅଧିକ ପଢନ୍ତୁ

NIA ଓ NDRFର ନୂଆ ଡିଜି ନିଯୁକ୍ତ
NIA ଓ NDRFର ନୂଆ ଡିଜି ନିଯୁକ୍ତ

ନୂଆଦିଲ୍ଲୀ: ଆଜି ଦେଶର ତିନୋଟି ଗୁରୁତ୍ବପୂର୍ଣ୍ଣ କେନ୍ଦ୍ରୀୟ ସଂସ୍ଥାର ନୂଆ ମହାନିର୍ଦ୍ଦେଶକ (DG) ନିଯୁକ୍ତ ହୋଇଛନ୍ତି । NIA, NDRF ଓ BPRDକୁ ମିଳିଛି ନୂଆ ଡିଜି । ଜାତୀୟ ତଦନ୍ତକାରୀ ଏଜେନ୍ସି (NIA)ର ନୂଆ ଡିଜି ହୋଇଛନ୍ତି ଆଇପିଏସ ସଦାନନ୍ଦ ବସନ୍ତ । ସେହିପରି NDRFର ନୂଆ ମୁଖ୍ୟ ଭାବେ ଆଇପିଏସ ପୀୟୁଷ ଆନନ୍ଦଙ୍କୁ ଓ BPRDର ଡିଜି ଭାବରେ ଆଇପିଏସ ରାଜୀବ କୁମାର ଶର୍ମାଙ୍କୁ ନିଯୁକ୍ତି ମିଳିଛି । ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

NIA ନୂଆ DG: ମହାରାଷ୍ଟ୍ର କ୍ୟାଡରର ୧୯୯୦ ବ୍ୟାଚ୍ ଆଇପିଏସ ଅଧିକାରୀ ଅଟନ୍ତି ସଦାନନ୍ଦ ବସନ୍ତ । ସେ ନିଜର କଡ଼ା ନିଷ୍ପତ୍ତି ପାଇଁ ବେଶ୍ ଜଣାଶୁଣା । ୨୦୨୬ ଡିସେମ୍ବର ୩୧ ପର୍ଯ୍ୟନ୍ତ ତାଙ୍କୁ NIA ଡିଜି ଭାବେ ନିଯୁକ୍ତ କରାଯାଇଛି । ଦିନାକର ଗୁପ୍ତାଙ୍କ ସ୍ଥାନରେ ତାଙ୍କୁ ଏହି ନିଯୁକ୍ତି ମିଳିଛି । ଆସନ୍ତା ମାର୍ଚ୍ଚ ୩୧ ତାରିଖରେ ବର୍ତ୍ତମାନ NIA ମୁଖ୍ୟ ଥିବା ଦିନାକର ଗୁପ୍ତା ଅବସର ନେବାକୁ ଯାଉଛନ୍ତି ।

NDRF ନୂଆ DG: ସେହିପରି ଉତ୍ତରପ୍ରଦେଶ କ୍ୟାଡରର ୧୯୯୧ ବ୍ୟାଚ ଆଇପିଏସ ଅଫିସର ଥିବା ପୀୟୁଷ ଆନନ୍ଦ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ (NDRF)ର ନୂଆ ଡିଜି ଭାବରେ ଦାୟିତ୍ବ ପାଇଛନ୍ତି । ବର୍ତ୍ତମାନର NDRF ମୁଖ୍ୟ ଥିବା ଅତୁଲ କରୱାଲଙ୍କ କାର୍ଯ୍ୟକାଳ ଆସନ୍ତା ୩୧ ତାରିଖରୁ ଶେଷ ହେଉଥିବାରୁ ପୀୟୁଷ ଆନନ୍ଦଙ୍କୁ ନୂଆ DG ନିଯୁକ୍ତ କରାଯାଇଛି । ବର୍ତ୍ତମାନ ସେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (CISF)ର ସ୍ବତନ୍ତ୍ର ଡିଜି ଭାବେ କାର୍ଯ୍ୟ କରୁଛନ୍ତି ।

BPRD ନୂଆ DG: ରାଜସ୍ଥାନ କ୍ୟାଡରର ଆଇପିଏସ ଅଫିସର ରାଜୀବ କୁମାର BPR&D (Bureau of Police Research and Development)ର ନୂଆ ଡିଜି ନିଯୁକ୍ତ ହୋଇଛନ୍ତି । ୩୦ ଜୁନ ୨୦୨୬ ଯାଏ ସେ ଏହି ପଦବୀରେ କାର୍ଯ୍ୟ କରିବେ । ବର୍ତ୍ତମାନ BPR&D ଡିଜି ଥିବା ବାଲାଜୀ ଶ୍ରୀବାସ୍ତବ ମଧ୍ୟ ମାର୍ଚ୍ଚ ୩୧ ତାରିଖରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ଆଗକୁ ଲୋକସଭା ନିର୍ବାଚନ ଥିବାବେଳେ କେନ୍ଦ୍ର ସରକାର ଦେଶରେ ଏହି ତିନୋଟି ପ୍ରମୁଖ କେନ୍ଦ୍ରୀୟ ଏଜେନ୍ସିର ନୂଆ ଡିଜି ନିଯୁକ୍ତ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଓଡିଆ IPSଙ୍କୁ ସିବିଆଇ ଦାୟିତ୍ବ , CBIର DIG ହେଲେ ସାରା ଶର୍ମା

ଏହା ମଧ୍ୟ ପଢନ୍ତୁ: ଇଡିର କାର୍ଯ୍ୟକାରୀ ନିର୍ଦ୍ଦେଶକ ହେଲେ ରାହୁଲ ନବୀନ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.