ETV Bharat / bharat

ଇଣ୍ଡିଆ ମହାମେଣ୍ଟରେ ସବୁକିଛି ଠିକ ଅଛି: ସଚିନ ପାଇଲଟ

author img

By ETV Bharat Odisha Team

Published : Feb 11, 2024, 8:34 PM IST

Sachin Pilot on India Alliance: ଛତିଶଗଡ଼ ଭାରତ ଯୋଡ ନ୍ୟାୟ ଯାତ୍ରାରୁ ସଚିନ ପାଇଲଟଙ୍କ ବଡ଼ ବୟାନ । କହିଲେ ଇଣ୍ଡିଆ ମେଣ୍ଟରେ ସବୁ କିଛି ଠିକ ଅଛି, ମମତା ବାନାର୍ଜୀ ମଧ୍ୟ ଆମ ସାଥିରେ ଅଛନ୍ତି । ଅଧିକ ପଢନ୍ତୁ

Sachin Pilot
Sachin Pilot

ରାୟପୁର: ବିରୋଧୀ ମହାମେଣ୍ଟ 'ଇଣ୍ଡିଆ'ର କିଛି ସଦସ୍ୟ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟରେ ସାମିଲ ହେବା ପରେ ମେଣ୍ଟରେ ସବୁ କିଛି ଠିକ ନାହିଁ ବୋଲି ଚର୍ଚ୍ଚା ଜୋର ଧରିଛି । ଏପରିକି ନିକଟରେ ମମତା ବାନାର୍ଜୀ ମଧ୍ୟ କଂଗ୍ରେସକୁ ସିଟ୍‌ ସେୟାରିଂକୁ ନେଇ ସମାଲୋଚନା କରିଥିବା ଦେଖିବାକୁ ମିଳିଥିଲା । ଏହାରି ମଧ୍ୟରେ ଆଜି (ରବିବାର) ଛତିଶଗଡ଼ ରାୟଗଡ଼ରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ସାମିଲ ଥିବା ରାଜ୍ୟ କଂଗ୍ରେସ ପ୍ରଭାରୀ ସଚିନ ପାଇଲଟ ବଡ଼ ମନ୍ତବ୍ୟ ଦେଇଛନ୍ତି । ମେଣ୍ଟରେ ସବୁ କିଛି ଠିକ ଥିବା ସେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଏନେଇ ସଚିନ କହିଛନ୍ତି, " କିଛି ଲୋକ ଆମର ମେଣ୍ଟରୁ ଓହରି ଯାଇଛନ୍ତି । ଏହା ସତ୍ତ୍ବେ ଆମେ ମଜଭୁତ ସ୍ଥିତିରେ ରହିଛୁ । ଆଗାମୀ କିଛି ଦିନ ମଧ୍ୟରେ ଆମେ ସିଟ୍‌ ସେୟାରିଂ ଓ ଭବିଷ୍ୟତକୁ ନେଇ ରୋଡ ମ୍ୟାପ ପ୍ରସ୍ତୁତ ନେଇ ଘୋଷଣା କରିବୁ । ଏନଡିଏ ମେଣ୍ଟ ମଧ୍ୟ ଅନେକ ତ୍ୟାଗ କରିଛନ୍ତି । ଆମ ଠାରୁ ଏନଡିଏ ମେଣ୍ଟ ସରକାରରୁ ଓହରିଥିବା ସଦସ୍ୟଙ୍କ ସଂଖ୍ୟା ଅଧିକ । ଇଣ୍ଡିଆ ମେଣ୍ଟ ମଜଭୁତ ଅଛି, ମମତା ବାନାର୍ଜୀ ମଧ୍ୟ ଇଣ୍ଡିଆ ମେଣ୍ଟର ଏକ ଅଂଶ । ଆମେ ଟିଏମସି ସହିତ ଆଲୋଚନା କରିଛୁ । ଆଗାମୀ ନିର୍ବାଚନରେ ଇଣ୍ଡିଆ ଓ ଏନଡିଏ ମେଣ୍ଟ ମୁହାଁମୁହିଁ ହେବ ।"

ଏହା ବି ପଢନ୍ତୁ- BJP-RSS ଘୃଣା ସୃଷ୍ଟି କରୁଛନ୍ତି, କିନ୍ତୁ ଭାରତବାସୀଙ୍କ DNAରେ ଅଛି ପ୍ରେମଭାବ: ରାହୁଲ

ସଚିନ ପାଇଲଟ ଆହୁରି କହିଛନ୍ତି, "ଇଣ୍ଡିଆ ମେଣ୍ଟ ପ୍ରତି ଲଗାତାର ଭାବେ ବିପୁଳ ସମର୍ଥନ ମିଳୁଛି । ନୀତିଶ କୁମାର ମେଣ୍ଟରୁ ଓହରିବା ପରେ ତାଙ୍କର ବିଶ୍ବସନୀୟତାକୁ ନେଇ ପ୍ରଶ୍ନ ଉଠିଛି । ଏହା ଦ୍ବାରା ଇଣ୍ଡିଆ ମେଣ୍ଟ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଆମର ଉଦ୍ଦେଶ୍ୟ ଭାରତବର୍ଷକୁ ଏକାଠି କରି ରଖିବା । ମୋଦି ସରକାରଙ୍କ ସମକକ୍ଷ ହୋଇ ବିଜେପିର ବିକଳ୍ପ ହେବା । ଇଣ୍ଡିଆ ମେଣ୍ଟ ଏନଡିଏକୁ କଡ୍ଡା ଟକ୍କର ଦେବ ।" ମଲ୍ଲିକାର୍ଜନ ଖଡ଼ଗେ ସିଟ ସେୟାରିଂ ନେଇ ସମସ୍ତ ଦଳ ସହିତ ଆଲୋଚନା କରୁଛନ୍ତି ବୋଲି ସୂଚନା ଦେଇଛନ୍ତି ପାଇଲଟ ।

୪୦୦ ପାର୍‌ ବୟାନକୁ ନେଇ ପାଲଟା ଜବାବ: ଆଗାମୀ ନିର୍ବାଚନରେ ପୁଣି ମୋଦି ସରକାର ଆସିବ ବୋଲି ବିଜେପି ଦାବି କରୁଛି । ଏ ନେଇ ବିଜେପି ନାରା ମଧ୍ୟ ଦେଉଛି ଯେ 'ଅବ୍‌ କି ବାର ୪୦୦ ପାର୍‌' । ଏହା ଉପରେ ପ୍ରତିକ୍ରିୟା ରଖି ପାଇଲଟ କହିଛନ୍ତି ଯେ ଏହା କେବଳ ବିଜେପିର ଅହଂକାର । କିନ୍ତୁ ତୃଣମୂଳ ସ୍ତରରେ ସ୍ଥିତି ଭିନ୍ନ । ନ୍ୟାୟ ଯାତ୍ରା ଯେଉଁ ଯେଉଁ ସ୍ଥାନ ଦେଇ ଅତିକ୍ରମ କରୁଛି, ସେଠାରେ ନିଶ୍ଚିତ ପ୍ରଭାବ ଦେଖିବାକୁ ମିଳୁଛି ବୋଲି ସେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.