ETV Bharat / bharat

ଓଡ଼ିଶାର 28 ଜଣଙ୍କୁ ସେବା ଓ ସାହସିକତା ସମ୍ମାନ, 2 ଜଣଙ୍କୁ ରାଷ୍ଟ୍ରପତି ପଦକ - ଗଣତନ୍ତ୍ର ଦିବସ

Gallantry And Service Medals: ଗଣତନ୍ତ୍ର ଦିବସ ଦିନକ ପୂର୍ବରୁ ଜାତୀୟ ସାହସିକତା ଏବଂ ଉତ୍ତମ ସେବା ପାଇଁ ପୁରସ୍କାର ଘୋଷଣା କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ଓଡିଶାରୁ 15 ଜଣଙ୍କୁ ମିଳିବ ପଦକ । ଅଧିକ ପଢନ୍ତୁ

ଗଣତନ୍ତ୍ର ଦିବସ
Republic Day 2024
author img

By ETV Bharat Odisha Team

Published : Jan 25, 2024, 12:14 PM IST

Updated : Jan 25, 2024, 2:25 PM IST

ନୂଆଦିଲ୍ଲୀ/ ଭୁବନେଶ୍ବର: ଆସନ୍ତାକାଲି 75ତମ ଗଣତନ୍ତ୍ର ଦିବସ ପାଳିବ ଦେଶ । ଏହି ଅବସରରେ ଜାତୀୟ ସାହସିକତା ଏବଂ ଉଲ୍ଲେଖନୀୟ ସେବା ପାଇଁ ପୁରସ୍କାର ଘୋଷଣା କରାଯାଇଛି । ପୋଲିସ, ଅଗ୍ନିଶମ ସେବା, ହୋମଗାର୍ଡ, ସିଭିଲ ଡିଫେନ୍ସ ଏବଂ ସୁଧାର ସେବା ବିଭାଗରେ ଦେଶରେ ମୋଟ 1132 ଜଣଙ୍କୁ ପୁରସ୍କାର ପ୍ରଦାନ କରାଯିବ । ଏଥି ମଧ୍ୟରୁ ଓଡିଶାରୁ 15 ଜଣ ରହିଛନ୍ତି । ସେହିପରି ଉଲ୍ଲେଖନୀୟ ସେବା ପାଇଁ ଓଡିଶାର ଦୁଇ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ । ଏନେଇ ଗୃହମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରି ସୂଚନା ଦିଆଯାଇଛି ।

ଗଣତନ୍ତ୍ର ଦିବସରେ 2 ଜଣଙ୍କୁ ରାଷ୍ଟ୍ରପତି ବୀରତ୍ବ ପୁରସ୍କାର (PGM) ପୁରସ୍କାର ପ୍ରଦାନ କରାଯିବ ଓ 275 ଜଣଙ୍କୁ ବିରତ୍ବ ପୁରସ୍କାର(GM)ରେ ସମ୍ମାନିତ କରାଯିବ । ସେମାନଙ୍କ ମଧ୍ୟରେ ସର୍ବାଧିକ 72 ଜଣ ଜମ୍ମୁ କାଶ୍ମୀର ପୋଲିସ କର୍ମଚାରୀ, ମହାରାଷ୍ଟ୍ରର 18 ଜଣ , ଛତିଶଗଡର 26 ଜଣ, ଝାରଖଣ୍ଡର 23 ଜଣ, ଓଡିଶାରୁ 15 ଜଣ, ଦିଲ୍ଲୀରୁ 8 ଜଣ, ସିଆରପିଏଫର 65 ଜଣ, ଏସଏସବି-ସିଏପିଓଫ ଓ ଅନ୍ୟାନ୍ୟ ରାଜ୍ୟ ଏବଂ କ୍ରେନ୍ଦ୍ର ଶାସିତ ଅଞ୍ଚଳର 21 ଜଣଙ୍କୁ ବୀରତ୍ବ ପୁରସ୍କାରରେ ସମ୍ମାନିତ କରାଯିବ ।

ସେହିପରି 102 ଜଣଙ୍କୁ ଶ୍ରେଷ୍ଠ ସେବା ପାଇଁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ । ସେଥି ମଧ୍ୟରୁ ପୋଲିସ ସେବା ପାଇଁ 94 ଜଣଙ୍କୁ, ଅଗ୍ନିଶମ ସେବା ପାଇଁ 4 ଜଣଙ୍କୁ , ସିଭିଲ ଡିଫେନ୍ସ ଏବଂ ହୋମ ଗାର୍ଡ ସେବା ପାଇଁ 4 ଜଣଙ୍କୁ ମେଡାଲ ପ୍ରଦାନ କରାଯିବ। ଏମାନଙ୍କ ମଧ୍ୟରେ 2ଜଣ ଓଡିଶାର ରହିଛନ୍ତି । ସେମାନେ ହେଉଛନ୍ତି ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ଓ କନଷ୍ଟେବଲ ସଂଯୁକ୍ତା ପଟ୍ଟନାୟକ । ସମ୍ମାନଜନକ ସେବା ପାଇଁ 753 ଜଣଙ୍କୁ ପଦକ ପ୍ରଦାନ କରାଯିବ । ସେଥି ମଧ୍ୟରୁ ମଧ୍ୟରୁ 667 ଟି ପୋଲିସ ସେବାକୁ, 32 ଟି ଅଗ୍ନିଶମ ସେବାକୁ, 27 ଟି ସିଭିଲ ଡିଫେନ୍ସ ଆଣ୍ଡ ହୋମ ଗାର୍ଡ ସେବାକୁ ଏବଂ 27 ଟି ସୁଧାର ସେବାକୁ ପ୍ରଦାନ କରାଯିବ ।

ଏହା ମଧ୍ୟ ପଢନ୍ତୁ-ଗଣତନ୍ତ୍ର ଦିବସ ପ୍ରସ୍ତୁତି: କର୍ତ୍ତବ୍ୟ ପଥରେ ଭାରତୀୟ ତଟରକ୍ଷୀ ବାହିନୀ, ନେତୃତ୍ୱ ନେଲେ ମହିଳା କ୍ରିୟୁ ମେମ୍ବର

ସାହସିକତା ପାଇଁ ଓଡ଼ିଶାରୁ 15 ଜଣଙ୍କୁ ସମ୍ମାନ (Medals for Gallantry): ଅରୁଣ କୁମାର ଭୁୟାଁ, ଏଚଏଭି ମୋତିରାମ ସାହୁ, ପ୍ରକାଶ ମାଝି (କମାଣ୍ଡୋ), ନିରଞ୍ଜନ ସାହୁ (କମାଣ୍ଡୋ), ଯଦୁମଣି ଭୁୟାଁ (କମାଣ୍ଡୋ), ଉମେଶ ସେଠ୍ (କମାଣ୍ଡୋ), ଭବୁନ କୁମ୍ଭାର(କମାଣ୍ଡୋ), ସଞ୍ଜୟ କୁମାର ଗୁରୁ (କମାଣ୍ଡୋ), ବିଶ୍ୱଜିତ ଦାସ (କମାଣ୍ଡୋ), ଲକ୍ଷ୍ମଣ ନାୟକ (କନେଷ୍ଟବଳ), ସତ୍ୟ (କନେଷ୍ଟବଳ), କାନା ବେଟି (କନେଷ୍ଟବଳ), ରାମକାନ୍ତ ସାହୁ (SI), ସତ୍ୟବାଦୀ ଭୋଇ (CT), ସୁରଜ କୁମାର ସାହୁ (CT) ।

ଓଡ଼ିଶାରୁ ଦୁଇ ଜଣଙ୍କୁ ରାଷ୍ଟ୍ରପତି ପଦକ (President’s Medals for Distinguished Service): ରାଜ୍ୟ ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ଓ କନଷ୍ଟେବଳ ସଂଯୁକ୍ତା ପଟ୍ଟନାୟକ ।

ସେବା ପାଇଁ ଓଡ଼ିଶାରୁ 11 ଜଣଙ୍କୁ ସମ୍ମାନ (Medal for Meritorious Service): ଉତ୍ତରାଞ୍ଚଳ ଆଇଜି ତଥା ଆଇପିଏସ ସତ୍ୟବ୍ରତ ଭୋଇ, DSP ଶାରାଦା ପ୍ରସନ୍ନ ସାହୁ , ପ୍ରଦୀପ କୁମାର ସାମଲ, ପ୍ରଶାନ୍ତ କୁମାର ସାହୁ, ଇନସ୍ପେକଟର ରଶ୍ମିରଞ୍ଜନ‌ ମହାପାତ୍ର, ଡେପୁଟି କମାଣ୍ଡାଣ୍ଟ ରଜତ କେରକେଟା, ହାବିଲଦାର ଦିଲ୍ଲୀପ କୁମାର‌ ନାୟକ, ASI ବିଜୟ କୁମାର‌ ପ୍ରଧାନ, ବନମାଳି ରାୟ, ନାମ ବାହାଦୂର ଛେତ୍ରୀ ଓ କନଷ୍ଟେବଳ ଆରତୀ ସାହୁ ।

Last Updated : Jan 25, 2024, 2:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.