ହାଇଦ୍ରାବାଦ: ପରଲୋକରେ ଅଗ୍ନି ମିସାଇଲ ଜନକ ତଥା ବିଶିଷ୍ଟ ବୈଜ୍ଞାନିକ ନାମ ନାରାୟଣ ଅଗ୍ରଓ୍ବାଲ । 84 ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ଭାରତୀୟ ପ୍ରତିରକ୍ଷା ଗବେଷଣ ବିକାଶ ସଂସ୍ଥାନର ବିଶିଷ୍ଟ ବୈଜ୍ଞାନିକ । ତାଙ୍କୁ ଅଗ୍ନି ମିସାଇଲ ଜନକ କୁହାଯାଏ । ସେ ଅଗ୍ନି ବାଲାଷ୍ଟିକ୍ ମିସାଇଲ ପୋଗ୍ରାମ ମୁଖ୍ୟ ଥିଲେ ।
With profound grief and sorrow, DRDO offers the condolence on the sad demise of Dr Ram Narain Agarwal outstanding aerospace scientist and Padma Shree, Padma Bhushan awardee, who was instrumental in the development of India’s long range missile, Agni. May his soul rest in peace. pic.twitter.com/WbsSA1bael
— DRDO (@DRDO_India) August 15, 2024
ଆରପାରିରେ ଅଗ୍ନି ମିସାଇଲ ଜନକ ରାମ ନାରାୟଣ ଅଗ୍ରଓ୍ବାଲ । ଗୁରୁବାର ରାତ୍ରରେ 84 ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂସ୍ଥାନ (ଡିଆରଡିଓ)ର ବରିଷ୍ଠ ତଥା ବିଶିଷ୍ଟ ବୈଜ୍ଞାନିକ, ଯାହାଙ୍କୁ କୁହାଯାଏ ଅଗ୍ନିଓ୍ବାଲ୍ ବା ଅଗ୍ନିମ୍ୟାନ୍, ଭାରତର ବାଲାଷ୍ଟିକ୍ ମିସାଇଲ୍ ପୋଗ୍ରାମରେ ମହତ୍ବପୂର୍ଣ୍ଣ ଯୋଗଦାନ କରିଛନ୍ତି । 1983 ମସିହାରେ ଭାରତ ସରକାର ମିଶନ ମୋଡରେ ଏହି ପୋଗ୍ରାମ ଆରମ୍ଭ କରିଥିଲେ । ଅଗ୍ନି ମିସାଇଲ୍ ପୋଗ୍ରାମର ପ୍ରଥମ ପୋଗ୍ରାମ ନିର୍ଦେଶକ ଥିଲେ ଅଗ୍ରଓ୍ବାଲ । ଏହା ସହିତ ହାଇଦ୍ରାବାଦସ୍ଥିତ ଆଡଭାନ୍ସଡ ସିଷ୍ଟମ୍ସ ଲାବ୍ରୋଟୋରୀ (ଏଏସଏଲ୍)ର ପ୍ରତିଷ୍ଠାତା ଏବଂ ନିଦ୍ଦେଶକ ଥିଲେ ଅଗ୍ରଓ୍ବାଲ ।
Renowned DRDO missile scientist Ram Narain Agarwal— also known as the Father of Agni Missiles, passed away today in Hyderabad at the age of 84. He played a crucial role in the long-range ballistic missile programme in the country and was the first Programme Director of the Agni… pic.twitter.com/O2LoTPapBx
— ANI (@ANI) August 15, 2024
କେତେ ମାରାତ୍ମକ ‘ଅଗ୍ନି’-
ଭାରତରେ ବିକଶିତ ଅଗ୍ନି ମିସାଇଲ ଏକ ବାଲାଷ୍ଟିକ୍ ମିସାଇଲ୍ । ଏହାର ମାରକ କ୍ଷମତା ମଧ୍ୟମରୁ ଦୂରଗାମୀ । ଅର୍ଥାତ ଏହି ବାଲାଷ୍ଟିକ୍ ମିସାଇଲ ଉପ ମହାଦେଶଙ୍କୁ ମଧ୍ୟ ଟର୍ଗେଟ କରିପାରିବ । ଏହା ପରମାଣୁ ଅସ୍ତ୍ର ନେଇ ପାରିବ । ଏହା ଭୂପୃଷ୍ଠରୁ ଭୂପୃଷ୍ଠକୁ ମାଡ ହେଉଥବା ମିସାଇଲ୍ । 1989 ମସିହାରେ ପ୍ରଥମେ ଅଗ୍ନ-1 ମିସାଇଲ ବିକଶିତ ହୋଇଥିଲା । ତେବେ 2019 ମସିହା ସୁଦ୍ଧା ଭାରତର ଅସ୍ତ୍ରାଗାରରେ ରହିଛି 7ଟି ଅଗ୍ନି ସିରିଜ ମିସାଇଲ୍ ।
ଡିଆରଡିଓର ଶୋକ-
ଏହି ମହାନ ବୈଜ୍ଞାନିକଙ୍କ ଦେହାନ୍ତ ପରେ ଶୋକ ପ୍ରକାଶ କରଛି ଡିଆରଡିଓ । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ବୈଜ୍ଞାନିକ ଅଗ୍ରଓ୍ବାଲଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛି ଡିଆରଡିଓ। ଏହାସହିତ ଅଗ୍ରଓ୍ବାଲଙ୍କ ଦେହାନ୍ତକୁ ନେଇ ପୂର୍ବତନ ଡିଆରଡିଓ ମୁଖ୍ୟ ତଥା ମିସାଇଲ୍ ବୈଜ୍ଞାନିକ ଜି ସତିଶ ରେଡ୍ଡୀ କହିଛନ୍ତି କି, ଦେଶ ଆଜି ଗୋଟିଏ ମହାନ କିମ୍ବଦନ୍ତୀଙ୍କୁ ହରାଇଲା ।
ଅଗ୍ନି ସିରିଜକୁ ଡରନ୍ତି ପାକିସ୍ତାନ- ଚୀନ
ଭାରତର ଦୁଇ ପଡୋଶୀ ରାଷ୍ଟ୍ର ଅଗ୍ନି ସିରଜର ସମସ୍ତ ମିସାଇଲକୁ ଡରନ୍ତି । କାରଣ ଏହା ପରମାଣୁ ଅସ୍ତ୍ର ଏବଂ ପାରମ୍ପାରିକ ଅସ୍ତ୍ର ବହନକ୍ଷମ ମିସାଇଲ୍ । ଏହା ଦୁଇ ଦେଶର କୌଣସି ବି କୋଣକୁ ଟାର୍ଗେଟ କରିପାରିବ ।