ETV Bharat / bharat

‘ଇଦ’ରେ ଦିଦିଙ୍କ ଖୋଲା ଚେତାବନୀ: ‘ରକ୍ତ ବୁହାଇବୁ ପଛେ, CAA, NRC, UCC ଲାଗୁ ହେବାକୁ ଦେବୁନି’ - Mamata Banerjee at Eid

Mamata Banerjee on CAA, NRC, UCC: ଇଦରେ ବିଜେପି ସରକାରକୁ ଖୋଲା ଚେତାବନୀ ଦେଲେ ଦିଦି । ' CAA, NRC, UCC ଲାଗୁ ହେବାକୁ ଦେବୁନି । ଯଦି ଆବଶ୍ୟକ ପଡ଼େ ରକ୍ତ ବୁହାଇବୁ ।' ଅଧିକ ପଢନ୍ତୁ,

ଇଦରେ ଦିଦିଙ୍କ ବଡ ଚେତାବନୀ: ‘ରକ୍ତ ବୁହାଇବୁ ପଛେ, CAA, NRC, UCC ଲାଗୁ ହେବାକୁ ଦେବୁନି’

author img

By ETV Bharat Odisha Team

Published : Apr 11, 2024, 4:28 PM IST

Updated : Apr 11, 2024, 4:35 PM IST

କୋଲକାତା: ‘‘ନାଗରିକତା ସଂଶୋଧନ ଅଧିନିୟମ (CAA), ଜାତୀୟ ନାଗରିକ ପଞ୍ଜୀକା (NRC) ଓ ଏକକ ନାଗରିକ ସଂହିତା (UCC) ପରି ଆଇନକୁ କେବେ ବି କାର୍ଯ୍ୟକାରୀ କରିବାକୁ ଦିଆଯିବନାହିଁ । ଯଦି ଏଥିପାଇଁ ଆବଶ୍ୟକ ପଡେ ରକ୍ତ ବୁହାଇବାକୁ ମଧ୍ୟ ପଛାଇବୁ ନାହିଁ ।’’ ଆଜି(ଗୁରୁବାର) ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିଛି ଏପରି ଢଙ୍ଗରେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରକୁ ଖୋଲା ଚେତାବନୀ ଦେଇଛନ୍ତି । କୋଲକାତାରେ ‘ଇଦ’ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ବେଳେ ଦିଦିଙ୍କର ଏହି ବିସ୍ଫୋରକ ଚେତାବନୀ ସାମ୍ନାକୁ ଆସିଛି ।

ଆଜି କୋଲକାତାରେ ‘ଇଦ’ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ମମତା । ଇସଲାମ ଧର୍ମାବଲମ୍ବୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଭାରତୀୟ ସମାଜର ବିବିଧତାକୁ ଦର୍ଶାଇବାକୁ ଯାଇ ଏହି ପ୍ରସଙ୍ଗରେ ଟିପ୍ପଣୀ କରିଛନ୍ତି ଦିଦି । କହିଛନ୍ତି, ‘‘ଆମେ କୌଣସି ପରିସ୍ଥିତିରେ ଦେଶରେ ଚାଲିଥିବା ଅତ୍ୟାଚାରକୁ ବରଦାସ୍ତ କରିବୁ ନାହିଁ । ଦେଶରେ ଏକକ ନାଗରିକ ସଂହିତା କାର୍ଯ୍ୟକାରୀ କରାଯିବା କୌଣସି ପରିସ୍ଥିତିରେ ଗ୍ରହଣୀୟ ମଧ୍ୟ ନୁହେଁ । ଆମେ ସମସ୍ତ ଧର୍ମ ମଧ୍ୟରେ ସଦଭାବନା ଦେଖିବାକୁ ଚାହୁଁ । କୌଣସି ପରିସ୍ଥିତିରେ ଏନଆରସି, ସିଏଏ ଲାଗୁ କରିବାକୁ ଦିଆଯିବନି । ଯଦି ଏଥିପାଇଁ ଆବଶ୍ୟକ ପଡେ ଆମେ ରକ୍ତ ବୁହାଇବାକୁ ପ୍ରସ୍ତୁତ ଅଛୁ ।’’ ବିଜେପିକୁ ଟାର୍ଗେଟ କରି ମମତା କହିଛନ୍ତି, ‘‘ସେମାନେ କେନ୍ଦ୍ରୀୟ ସଂସ୍ଥାର ଅପବ୍ୟବହାର କରୁଛନ୍ତି । ପଶ୍ଚିମବଙ୍ଗରେ ଗିରଫଦାରୀ ପାଇଁ ସେମାନେ ଜାତୀୟ ତଦନ୍ତକାରୀ ସଂସ୍ଥାର ଟିମକୁ ପଠାଇଛନ୍ତି । ଯଦି କେହି ଉଦ୍ଦେଶ୍ୟମୂଳକ ଭାବେ ଦଙ୍ଗା କରିବାକୁ ପ୍ରୟାସ କରୁଛି, ତେବେ ଆମକୁ ମୁଣ୍ଡ ଥଣ୍ଡା ରଖି ସ୍ଥିର ରହିବାକୁ ହେବ ।’’

ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏବେ ସାରା ଦେଶରେ ନାଗରିକତା ସଂଶୋଧନ ଅଧିନିୟମ କାର୍ଯ୍ୟକାରୀ ହୋଇସାରିଛି । 2019ରେ ପାରିତ ହୋଇଥିବା ଏହି ବିଲକୁ ସାଧାରଣ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବାର କିଛି ସପ୍ତାହ ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ କାର୍ଯ୍ୟକାରୀ କରିସାରିଛି । ବିଭିନ୍ନ ରାଜ୍ୟରେ ଏହାର କାର୍ଯ୍ୟକାରିତା ନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି ।

ଏହା ମଧ୍ୟ ପଢନ୍ତୁ :-ଛୁଟି ଦିନରେ ଯାଉଥିଲେ ସ୍କୁଲ: ଓଲଟିଲା ବସ୍, 7 ଛାତ୍ରଛାତ୍ରୀଙ୍କ ଚାଲିଗଲା ଜୀବନ - School Bus Accident

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୂର୍ବରୁ ଏହାକୁ କୌଣସି ପରିସ୍ଥିତିରେ ଲାଗୁ କରାଯିବ ନାହିଁ ବୋଲି କହିଥିଲେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ପଶ୍ଚିମବଙ୍ଗରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅବସରରେ ଏହାକୁ ଦେଶରେ ନିଶ୍ଚୟ ଲାଗୁ କରଯିବ ଓ କେହି ଏହାକୁ ରୋକି ପାରିବେନାହିଁ ବୋଲି କହି ଦିଦିଙ୍କୁ ପରୋକ୍ଷ ଟାର୍ଗେଟ କରିଥିଲେ । ଏହାରି ମଧ୍ୟରେ ଆଜି ମମତାଙ୍କ ବିସ୍ଫୋରକ ବୟାନ ମଧ୍ୟ ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 11, 2024, 4:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.