ETV Bharat / bharat

ରାମୋଜୀ ରାଓଙ୍କ ସ୍ମୃତିସଭା: ଅବଦାନ ମନେ ପକାଇଲେ ଭେଙ୍କୟା ନାଇଡୁ, ଭାରତ ରତ୍ନ ଦାବି କଲେ ପୂର୍ବତନ ସାଂସଦ - Ramoji Rao Memorial Service

author img

By ETV Bharat Odisha Team

Published : Jul 18, 2024, 8:51 PM IST

Ramoji Rao Memorial Service: ରାମୋଜୀ ଗ୍ରୁପ ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଝୁରୁଛି ଦେଶ । ବିଭିନ୍ନ କ୍ଷେତ୍ରରେ ତାଙ୍କର ଅବିସ୍ମରଣୀୟ ଅବଦାନ ରହିଛି । ଯୁବବର୍ଗଙ୍କ ତାଙ୍କୁ ଆଦର୍ଶ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ । ସେପଟେ ରାମୋଜୀ ରାଓଙ୍କୁ ଭାରତ ରତ୍ନ ସମ୍ମାନ ପାଇଁ ଦାବି ଜୋର ଧରିଛି ।

Ramoji Rao
Ramoji Rao (X)

ହାଇଦ୍ରାବାଦ: ରାମୋଜୀ ଗ୍ରୁପ ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଅବସରରେ ଭୁରି ଭୁରି ପ୍ରଶଂସା କରିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ । ସମାଜ ପ୍ରତି ଥିବା ରାମୋଜୀ ରାଓଙ୍କ ଅବଦାନକୁ ସେ ମନେ ପକାଇଛନ୍ତି । ଯୁବବର୍ଗଙ୍କ ତାଙ୍କୁ ଆଦର୍ଶ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ଭେଙ୍କୟା ନାଇଡୁ । ତେଲେଙ୍ଗାନାର ସିକନ୍ଦରାବାଦ ସ୍ଥିତ ଇମ୍ପେରିୟାଲ ଗାର୍ଡେନରେ ବ୍ରହ୍ମକୁମାରୀ ପକ୍ଷରୁ ଏକ ସ୍ମୃତି ସଭା ଆୟୋଜନ କରାଯାଇଥିଲା । ଚଳିତ ବର୍ଷ ଜୁନ ମାସ ୮ ତାରିଖରେ ରାମୋଜୀ ରାଓଙ୍କ ପରଲୋକ ହୋଇଥିଲା । ଆଜି ସେ ସମସ୍ତଙ୍କ ଗହଣରେ ନଥିଲେ ବି ସମାଜ ପ୍ରତି ତାଙ୍କର ଯେଉଁ ଅବଦାନ ରହିଛି ତାହା ତାଙ୍କୁ ଚିରସ୍ମରଣୀୟ କରିଛି । ବ୍ରହ୍ମକୁମାରୀଙ୍କ ପକ୍ଷରୁ ଆୟୋଜିତ ଏହି ସ୍ମୃତି ସଭାରେ ଅତିଥି ଭାବେ ଯୋଗ ଦେଇଥିଲେ ପୂର୍ବତନ ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ।

'ଲୋକଙ୍କ ମଣିଷ ରାମୋଜୀ ରାଓ'

ନାଇଡୁ କହିଛନ୍ତି, "ସ୍ବର୍ଗତ ରାମୋଜୀ ରାଓଙ୍କ ସମାଜ ପ୍ରତି ଅତୁଳନୀୟ ଅବଦାନ ରହିଛି । ବିଶେଷ ଭାବରେ ସେ କୃଷକଙ୍କୁ ବହୁତ ଭଲ ପାଉଥିଲେ । ଲୋକଙ୍କ ଜୀବନକୁ ଆଲୋକିତ କରିବା ତାଙ୍କର ଲକ୍ଷ୍ୟ ଥିଲା । ସେ ସାମ୍ବାଦିକତାର ମୂଲ୍ୟବୋଧ ବୁଝିଥିଲେ । ଆଜିର ପିଢିକୁ ତାଙ୍କ ବିଷୟରେ ଅବଗତ କରାଯିବା ଆବଶ୍ୟକ । "ଲୋକଙ୍କ ପ୍ରତି ଥିବା ଭଲପାଇବା ରାମୋଜୀ ରାଓଙ୍କୁ ସମାଜରେ ଏକ ସ୍ବତନ୍ତ୍ର ସ୍ଥାନ ଦେଇଛି ବୋଲି କହିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ।

ପୂର୍ବତନ ଉପରାଷ୍ଟ୍ରପତି ଆହୁରି କହିଛନ୍ତି, "ରାମୋଜୀ ରାଓ ନିଜର ସାଧାରଣ ଜୀବନଶୈଳୀ ପାଇଁ ବେଶ ଜଣାଶୁଣା । ସମୟାନୁବର୍ତ୍ତିତାକୁ ସେ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ । ତାଙ୍କୁ ସାମ୍ବାଦିକଙ୍କ କାରଖାନା କହିଲେ ଭୁଲ ହେବ ନାହିଁ । ତେଲୁଗୁରୁ ଆରମ୍ଭ କରି ବିଭିନ୍ନ ଭାଷାର ସାମ୍ବାଦିକଙ୍କୁ ସେ ନିଜ ହାତରେ ଗଢିତୋଳିଛନ୍ତି । ଗଣମାଧ୍ୟମ ଜଗତ ପାଇଁ ଇଟିଭି ଓ ଇନାଡୁ ଭେଟି ଦେଇଛନ୍ତି ରାମୋଜୀ ରାଓ । ପ୍ରତିଭାକୁ ଚିହ୍ନିବା ଓ ସମ୍ମାନ ଦେଇ ପ୍ଲାଟଫର୍ମ ଯୋଗାଇବାରେ ସେ ଥିଲେ ଦକ୍ଷ । ଏଥିପାଇଁ ତାଙ୍କୁ ଯେତେ ସମ୍ମାନ ଜଣାଇଲେ ବି କମ୍ ହେବ ।"

'ସବୁବେଳେ ୧ ନମ୍ବର ହେବାକୁ ଚାହୁଁଥିଲେ ରାମୋଜୀ ରାଓ'

ତେଲେଙ୍ଗାନାର କୃଷି ମନ୍ତ୍ରୀ ତୁମ୍ମଲା ନାଗେଶ୍ବର ରାଓ କହିଛନ୍ତି, ରାମୋଜୀ ରାଓ ଯେଉଁ ସଂସ୍ଥାର ଆରମ୍ଭ କରିଥିଲେ ତାହାକୁ ସେ ନମ୍ବର ୱାନ କରି ଗଢି ତୋଳିବାକୁ ସବୁ ସମୟରେ ଚେଷ୍ଟା କରୁଥିଲେ । ସେହିପରି ତେଲେଙ୍ଗାନା ପରିବହନ ମନ୍ତ୍ରୀ ଜୁନମ ପ୍ରଭାକର କହିଛନ୍ତି, ବ୍ରହ୍ମକୁମାରୀ ପରି ସଂଗଠନ ସ୍ମୃତିସଭାର ଆୟୋଜନ କରିବା ହିଁ ବୟାନ କରୁଛି ରାମୋଜୀ ରାଓଙ୍କ ବ୍ୟକ୍ତିତ୍ବ ଓ ତାଙ୍କର ଅବିସ୍ମରଣୀୟ କାର୍ଯ୍ୟ ।

ରାମୋଜୀ ରାଓଙ୍କୁ ଭାରତ ରତ୍ନ ପ୍ରଦାନ ଦାବି:

ପୂର୍ବତନ ସାଂସଦ ମୁରଲୀ ମୋହନ ରାମୋଜୀ ରାଓଙ୍କୁ ସ୍ମରଣ କରି କହିଛନ୍ତି, "ସେ ସର୍ବଦା ନୂଆ ଚେହେରା ରାଜନୀତିରେ ପ୍ରବେଶ କରନ୍ତୁ ଓ ପରିବର୍ତ୍ତନ ଆଣନ୍ତୁ ବୋଲି ଚାହୁଁଥିଲେ । ଯେତେବେଳେ ଦଳ ଗଠନ ହେଲା ସେ ସମୟରେ କିଏ ଜନପ୍ରତିନିଧି ହେବେ ବୋଲି ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲୁଥିଲା । ସମସ୍ତେ ଦ୍ବନ୍ଦ୍ବରେ ଥିବାବେଳେ ଗାଁର ସଚ୍ଚୋଟ ଲୋକଙ୍କୁ ଚୟନ କରିଥିଲେ ରାମୋଜୀ ରାଓ । ପ୍ରସ୍ତୁତ କରାଯାଇଥିବା ପ୍ରାଥମିକ ତାଲିକାରୁ ବ୍ୟକ୍ତିଙ୍କୁ ବାଛିବାକୁ ସେ ରାମା ରାଓଙ୍କୁ କହିଥିଲେ । ମାତ୍ର ୯ମାସ ମଧ୍ୟରେ ତେଲୁଗୁ ଦେଶମ ପାର୍ଟି କ୍ଷମତାକୁ ଆସିଥିଲା । ତଥାପି ସେ ଲାଭ ଆଶା କରିନଥିଲେ । ବରଂ ଏନଟିଆରଙ୍କୁ କହିଥିଲେ ଯେ, ସରକାରଙ୍କ ତ୍ରୁଟି ଦର୍ଶାଇ ଇନାଡୁରେ ସମାଲୋଚନା କରିବେ । ରାମୋଜୀ ରାଓ ଜଣେ ନିର୍ଭିକ, ଧାର୍ମିକ ଏବଂ ସଚ୍ଚୋଟ ବ୍ୟକ୍ତି । ତାଙ୍କର ଅବଦାନ କେବଳ ଗଣମାଧ୍ୟମ ବା ସିନେମାରେ ସୀମିତ ନୁହେଁ । ସମାଜ ଗଠନରେ ତାଙ୍କର ଭୂମିକା ଅତୁଳନୀୟ । ରାମୋଜୀ ରାଓଙ୍କ ଅନେକ ସେବାକୁ ସମ୍ମାନ ଜଣାଇ ତାଙ୍କୁ ଭାରତ ରତ୍ନ ପ୍ରଦାନ କରାଯିବା ଉଚିତ ।"

ଏହା ବି ପଢନ୍ତୁ...ଆନ୍ଧ୍ରରେ ମିଡିଆ ଟାଇକୁନ ରାମୋଜୀ ରାଓଙ୍କ ସ୍ମୃତିସଭା; ଭାରତରତ୍ନ ଦାବି କଲେ ମୁଖ୍ୟମନ୍ତ୍ରୀ ନାଇଡୁ, ଅମରାବତୀ ବିକାଶ ପାଇଁ 10 କୋଟି ଦାନ କଲେ କିରଣ ରାଓ - Ramoji Rao Memorial meeting

ଏହା ବି ପଢନ୍ତୁ...ମିଡିଆ ମହାନାୟକ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ, ଏକାଠି ହେବେ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.