ETV Bharat / bharat

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା, ଆଳତୀ ବେଳେ ଆକାଶମାର୍ଗରୁ ପୁଷ୍ପ ବର୍ଷା

author img

By ETV Bharat Odisha Team

Published : Jan 22, 2024, 12:05 PM IST

Updated : Jan 22, 2024, 1:35 PM IST

Army Helicopters to Shower Flowers During Aarti: ଆଜି ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ । ମୋକ୍ଷଦାୟିନୀ ଅଯୋଧ୍ୟାକୁ ଛୁଟୁଛି ବିଶ୍ବର କୋଣ ଅନୁକୋଣରୁ ଭକ୍ତଙ୍କ ସୁଅ । ସମସ୍ତଙ୍କ ମୁହଁରେ କେବଳ ଜୟ ଶ୍ରୀରାମ ଧ୍ବନି । ନୀତିକାନ୍ତି ଆରମ୍ଭ ହୋଇସାରିଥିବା ବେଳେ ଆରତୀ ସମୟରେ ଆକାଶମାର୍ଗରୁ ପୁଷ୍ପ ବର୍ଷା । ଅଧିକ ପଢନ୍ତୁ

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା
Army Helicopters to Shower Flowers

ଲକ୍ଷ୍ନୌ: ଆଜି ମାତ୍ର କିଛି ସମୟର ଅପେକ୍ଷା । 500 ବର୍ଷର ତପ ଫଳବତୀ ହେବ ଏବଂ ବିରାଜିବେ ରାମଲାଲା । ଆଜି ରାମ ମନ୍ଦିରରେ ରାମାଲାଲାଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା ହେବ । ମାତ୍ର 84 ସେକେଣ୍ଡର ଦିବ୍ୟ ମୁହୂର୍ତ୍ତ ମଧ୍ୟରେ ହିଁ ବିରାଜମାନ କରିବେ ରାମଲାଲା । ଏନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଥିବା ବେଳେ ସକାଳ 10ଟାରୁ ମଙ୍ଗଳଧ୍ବନିରେ କମ୍ପୁଛି ମନ୍ଦିର । ଦେଶ ତଥା ବିଦେଶରୁ ରାମଭକ୍ତଙ୍କ ଆଗମନ ହେଉଛି । ବିଦେଶରେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ନେଇ ଉତ୍ସାହ ପରିଲକ୍ଷିତ ହେଉଛି । ଅନେକ ଦେଶରେ ସୁନ୍ଦରକଣ୍ଡ ଏବଂ ରାମଚରିତମାନ ପାଠ କରାଯାଉଛି । ତେବେ ଅଯୋଧ୍ୟାରେ ପ୍ରାଣ ପ୍ରତିଷ୍ଠା ଆରତି ସମୟରେ ପୁଷ୍ପ ବର୍ଷା କରିବେ ସେନା ହେଲିକପ୍ଟର । ଏନେଇ ମନ୍ଦିର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହାସହିତ 30 କଳାକାର ମନ୍ଦିର ପରିସରରେ ଭାରତୀୟ ସଙ୍ଗୀତ ବାଦ୍ୟଯନ୍ତ୍ର ବଜାଇବେ । ଆରତୀ ସମୟରେ ଅତିଥିଙ୍କୁ ଘଣ୍ଟି ମଧ୍ୟ ପ୍ରଦାନ କରାଯିବା ନେଇ ମନ୍ଦିର ଅଧିକାରୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ଏଇଠି ରାମଙ୍କ ଫେରିବା ବାଟକୁ ଚାହିଁ ବସିଥିଲେ ଭରତ, 14 ବର୍ଷ ଶ୍ରୀରାମଙ୍କ ପାଦୁକା ରଖି ଚଲାଇଥିଲେ ରାଜକାର୍ଯ୍ୟ

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟାହ୍ନ ପ୍ରାୟ 12ଟା ସମୟରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ। ଏହି ଐତିହାସିକ ସମାରୋହରେ ଦେଶର ସମସ୍ତ ପ୍ରମୁଖ ଆଧ୍ୟାତ୍ମିକ ଏବଂ ଧାର୍ମିକ ସମ୍ପ୍ରଦାୟର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ । ଏହି ଅବସରରେ ମୋଦି ସମାବେଶକୁ ସମ୍ବୋଧିତ କରିବା ନେଇ ମଧ୍ୟ କାର୍ଯ୍ଯକ୍ରମ ରହିଛି । ଶାସ୍ତ୍ର ଅନୁସାରେ ଦ୍ବିପହରରେ ଶୁଭ ମୁହୂର୍ତ୍ତରେ ଉତ୍ସର୍ଗୀକୃତ କାର୍ଯ୍ୟକ୍ରମ ଆୟୋଜିତ କରାଯିବ । 121ଜଣ ଆଚାର୍ଯ୍ୟଙ୍କ ଦ୍ବାରା ସମସ୍ତ ରୀତିନୀତି ପରିଚାଳିତ ହେବ । ଗଣେଶ ଶାସ୍ତ୍ରୀ ଦ୍ରାବିଡ଼ ଅନୁଷ୍ଠାନର ସମସ୍ତ ରୀତିନୀତିର ତଦାରଖ, ସଂଯୋଜନା ଏବଂ ନିର୍ଦ୍ଦେଶନା ଦେବେ । ପ୍ରଧାନ ଆଚାର୍ଯ୍ୟ କାଶୀର ଲକ୍ଷ୍ମୀକାନ୍ତ ଦୀକ୍ଷିତ ହେବେ ।

ପାରମ୍ପିରିକ ନାଗର ଶୈଳୀରେ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ କରାଯାଇଛି । ଏହାର ଲମ୍ବ (ପୂର୍ବ-ପଶ୍ଚିମ) 380 ଫୁଟ, ଚଉଡା 250 ଫୁଟ ଏବଂ ଉଚ୍ଚା 161ଫୁଟ ରହିଛି । ମନ୍ଦିରରେ ସମୁଦାୟ 392 ସ୍ତମ୍ଭ ଏବଂ 44 କବାଟ ରହିଛି । ମନ୍ଦିରର ସ୍ତମ୍ଭ ଓ କାନ୍ଥରେ ହିନ୍ଦୁ ଦେବାଦେବୀମାନଙ୍କର ଚିତ୍ର ପ୍ରଦର୍ଶିତ କରାଯାଇଛି । ମନ୍ଦିରର ପ୍ରବେଶ ଦ୍ବାରା ପୂର୍ବ ଦିଗ ଆଡକୁ ରହିଥିବା ବେଳେ ସିଂହ ଦ୍ବାରା ଫାଟକ ଦେଇ 32 ପାହାଚ ଚଢି ଯାଇପାରିବେ ଭକ୍ତ । ମନ୍ଦିରରେ ସମୁଦାୟ ପାଞ୍ଚଟି ମଣ୍ଡପ ରହିଛି । ନୃତ୍ୟ ମଣ୍ଡପ, ରଙ୍ଗ ମଣ୍ଡପ, ସଭା ମଣ୍ଡପ, ପ୍ରାର୍ଥନା ମଣ୍ଡପ ଏବଂ କୀର୍ତ୍ତନ ମଣ୍ଡପ । ମନ୍ଦିର ନିକଟରେ ଏକ ସୀତା କୂପ ମଧ୍ୟ ରହିଛି । ଯାହା ପ୍ରାଚୀନ କାଳର ଅଟେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 22, 2024, 1:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.