ETV Bharat / bharat

ରାଜ୍ୟସଭା ନିର୍ବାଚନ: ଗୁଜୁରାଟରୁ ନଡ୍ଡା, ମହାରାଷ୍ଟ୍ରରୁ ଅଶୋକ ଚୌହାନଙ୍କୁ ବିଜେପି ଟିକେଟ - JP Nadda

Rajya Sabha polls: ପର୍ଯ୍ୟାୟକ୍ରମେ ପ୍ରାର୍ଥୀ ଘୋଷଣା କରି ଚାଲିଛି ବିଜେପି । ଗୁଜୁରାଟରୁ ନଡ୍ଡା ଓ ମହାରାଷ୍ଟ୍ରରୁ ଟିକେଟ ପାଇଲେ ଅଶୋକ ଚୌହାନ । ଓଡିଶାରୁ ପୁଣି ରାଜ୍ୟସଭା ଯିବେ ରେଳମନ୍ତ୍ରୀ ଅଶ୍ବିନୀ । ଅଧିକ ପଢନ୍ତୁ

ରାଜ୍ୟସଭା ନିର୍ବାଚନ
ରାଜ୍ୟସଭା ନିର୍ବାଚନ
author img

By ETV Bharat Odisha Team

Published : Feb 14, 2024, 4:02 PM IST

Updated : Feb 14, 2024, 4:22 PM IST

ନୂଆଦିଲ୍ଲୀ: 27 ତାରିଖରେ ହେବାକୁ ଯାଉଥିବା ରାଜ୍ୟସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ଆଜି ପରବର୍ତ୍ତୀ ପର୍ଯ୍ୟାୟରେ 7 ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଗୁଜୁରାଟରୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଟିକେଟ ପାଇଥିବା ବେଳେ ମହାରାଷ୍ଟ୍ରରେ ଅଶୋକ ଚୌହାନ ଓ ମେଧା କୁଲକର୍ଣ୍ଣିଙ୍କୁ ଦଳ ପ୍ରାର୍ଥୀ କରିଛି । ଆଜି ଜାରି କରାଯାଇଥିବା ଶେଷତମ ପ୍ରାର୍ଥୀ ତାଲିକାରେ ଗୁଜୁରାଟରୁ 4ଜଣ ଓ ମହାରାଷ୍ଟ୍ରରୁ 3 ଜଣଙ୍କୁ ମିଶାଇ ମୋଟ 7 ଜଣଙ୍କ ନାମ ରହିଛି ।

ଗୁଜୁରାଟରୁ ନଡ୍ଡା:-

ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଦଳର ସବୁଠୁ ସୁରକ୍ଷିତ ରାଜ୍ୟ ଗୁଜୁରାଟରୁ ରାଜ୍ୟସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି । ଜାରି ତାରିକାର ପ୍ରଥମ ସ୍ଥାନରେ ତାଙ୍କ ନାମ ରହିଛି । ସେହିପରି କ୍ରାମାନ୍ବୟରେ ଗୋବିନ୍ଦ ଭାଇ ଢୋଲକିଆ, ମୟଙ୍କ ଭାଇ ନାୟକ ଓ ଯଶବନ୍ତସିଂହ ସଲାମ ସିଂଙ୍କ ନାମ ମଧ୍ୟ ରହିଛି ।

ରାଜ୍ୟସଭା ଗଲେ ଅଶୋକ:-

ସେହିପରି ମହାରାଷ୍ଟ୍ରରୁ ମୋଟ 3 ପ୍ରାର୍ଥୀଙ୍କ ନାମ ଜାରି କରାଯାଇଥିବା ବେଳେ ପ୍ରଥମ ସ୍ଥାନରେ ରହିଛନ୍ତି ଗତକାଲି ଦଳରେ ସାମିଲ ହୋଇଥିବା ପୂର୍ବତନ ବରିଷ୍ଠ କଂଗ୍ରେସ ନେତା ତଥା ମହାରାଷ୍ଟ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ । ରାଜ୍ୟରୁ ଅନ୍ୟ ଦୁଇ ପ୍ରାର୍ଥୀ ଭାବେ ମେଧା କୁଲକର୍ଣ୍ଣି ଓ ଡା.ଅଜିତ ଗୋପଛଡେ ମଧ୍ୟ ଟିକେଟ ପାଇଛନ୍ତି ।

ଆଜି ପୂର୍ବାହ୍ନରେ ବିଜେପି ମଧ୍ୟପ୍ରଦେଶରୁ 4 ଜଣ ଓ ଓଡିଶାରୁ ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ଓଡିଶାରୁ ପୂର୍ବଥର ରାଜ୍ୟସଭାକୁ ନିର୍ବାଚିତ ହୋଇ ରେଳ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ହୋଇଥିବା ପୂର୍ବତନ ପ୍ରଶାସକ ଅଶ୍ବିନୀ ବୈଷ୍ଣବଙ୍କୁ ଦଳ ପୁଣି ପ୍ରାର୍ଥୀ କରିଛି । ରାଜ୍ୟରେ ଶାସନରେ ଥିବା ବିଜୁ ଜନତା ଦଳ (ବିଜେଡି) ମଧ୍ୟ ବିଜେପି ପ୍ରାର୍ଥୀ ଅଶ୍ବିନୀଙ୍କୁ ପୂର୍ବ ଥର ପରି ସମର୍ଥନ ଘୋଷଣା କରିଛି ।

ଏହା ମଧ୍ୟ ପଢନ୍ତୁ :- ରାଜ୍ୟସଭା ନିର୍ବାଚନ: 7 ରାଜ୍ୟ ପାଇଁ 14 ପ୍ରାର୍ଥୀ ଘୋଷଣା କଲା ବିଜେପି

11 ତାରିଖରେ ଭାରତୀୟ ଜନତା ପାର୍ଟି ପ୍ରଥମ ପର୍ଯ୍ୟାୟରେ 7 ରାଜ୍ୟ ପାଇଁ 14 ପ୍ରାର୍ଥୀ ଘୋଷଣା କରିଥିଲା । ବିହାର, ଛତିଶଗଡ, ହରିୟାଣା, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗ ପାଇଁ ବିଜେପି ଏହି ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ଦଳର ଜାତୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ ଓ ଆର୍‌ପିଏନ ସିଂଙ୍କୁ ଦଳ ଉତ୍ତର ପ୍ରଦେଶରୁ ପୁଣି ଥରେ ଉଚ୍ଚସଦନକୁ ମନୋନିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି । ସେହିପରି ହରିୟାଣାର ପୂର୍ବତନ ରାଜ୍ୟ ବିଜେପି ଅଧ୍ୟକ୍ଷ ସୁଭାଷ ବରାଳଙ୍କ ନାମ ମଧ୍ୟ ଚଳିତ ପର୍ଯ୍ୟାୟରେ ରହିଥିଲା ।

ଫେବୃଆରୀ 27 ରେ ହେବାକୁ ଯାଉଥିବା ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା ଜାରି ରହିଥିବା ବେଳେ ଏହାର ପ୍ରଭାବ ଲୋକସଭା ନିର୍ବାଚନରେ ମଧ୍ୟ ଅନୁଭୂତ ହେବ । ବିଭିନ୍ନ ଦଳରୁ ଯେଉଁ ବରିଷ୍ଠ ଚେହେରାମାନଙ୍କୁ ରାଜ୍ୟସଭା ପଠାଯାଉଛି, ସେମାନେ ଲୋକସଭା ନିର୍ବାଚନ ପ୍ରତିଦ୍ବନ୍ଦ୍ବିତାରୁ ବିରାମ ନେବେ । ତେଣୁ ଲୋକସଭାର ପ୍ରାର୍ଥୀ ସମୀକରଣ ମଧ୍ୟ ଏହା ଦ୍ବାରା ପ୍ରଭାବିତ ହେବ । କଂଗ୍ରେସ ଭେଟେରାନ ସୋନିଆ ଗାନ୍ଧୀ ମଧ୍ୟ ସାଧାରଣ ନିର୍ବାଚନରୁ ବିରାମ ନେଇ ଆଜି ରାଜ୍ୟସଭା ପାଇଁ ରାଜସ୍ଥାନରୁ ନାମାଙ୍କନ ଭରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 14, 2024, 4:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.