ETV Bharat / bharat

ଆଜି ମୋଦିଙ୍କ ଶପଥ; ଅଜୟ ଦେବଗନଙ୍କ ଶୁଭେଚ୍ଛା, ଦିଲ୍ଲୀ ପହଞ୍ଚିଲେ ରଜନୀକାନ୍ତ-ଅନୁପମ - Ajay Devgn Wishes Narendra Modi

author img

By ETV Bharat Odisha Team

Published : Jun 9, 2024, 5:43 PM IST

PM Narendra Modi Oath Ceremony: ଆଜି ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପୁଣିଥରେ ଶପଥ ନେବାକୁ ଯାଉଛନ୍ତି । ପିଏମଙ୍କ ଶପଥ ସମାରୋହରେ ଯୋଗ ଦେବା ପାଇଁ ନୂଆଦିଲ୍ଲୀ ପହଞ୍ଚିଛନ୍ତି ରଜନୀକାନ୍ତ ଏବଂ ଅନୁପମ ଖେର । ସେପଟେ ଅଭିନେତା ଅଜୟ ଦେବଗନ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଆଜି ମୋଦିଙ୍କ ଶପଥ; ଅଜୟ ଦେବଗନଙ୍କ ଶୁଭେଚ୍ଛା, ଦିଲ୍ଲୀ ପହଞ୍ଚିଲେ ରଜନୀକାନ୍ତ-ଅନୁପମ
ଆଜି ମୋଦିଙ୍କ ଶପଥ; ଅଜୟ ଦେବଗନଙ୍କ ଶୁଭେଚ୍ଛା, ଦିଲ୍ଲୀ ପହଞ୍ଚିଲେ ରଜନୀକାନ୍ତ-ଅନୁପମ (Etv Bharat Odisha)

ହାଇଦ୍ରାବାଦ: ନରେନ୍ଦ୍ର ମୋଦି ବର୍ତ୍ତମାନ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ତେବେ ଆଜି ନରେନ୍ଦ୍ର ମୋଦି (ପିଏମ ଶପଥ ସମାରୋହ)ଙ୍କ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବାକୁ ଥିବା ବେଳେ ଏଥିରେ ସାମିଲ ହେବେ ଦେଶ ବିଦେଶର ବହୁ ବରିଷ୍ଠ ନେତା କର୍ମୀ । ଏହି ଅବସରରେ ଅନେକ ଫିଲ୍ମ ତାରକା ମଧ୍ୟ ସାମିଲ ହେବେ । ଏହି ତାଲିକାରେ ସାଉଥ ତାରକା ରଜନୀକାନ୍ତଙ୍କ ନାଁ ସାମିଲ ରହିଛି । ରଜନୀକାନ୍ତ ମୋଦିଙ୍କ ଏହି ଶପଥ ସମାରୋହରେ ସାମିଲ ହେବାକୁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ସେପଟେ ମୋଦିଙ୍କୁ ବଲିଉଡରୁ ଶୁଭେଚ୍ଛାର ସୁଅ ମଧ୍ୟ ଛୁଟୁଛି । ବଲିଉଡ ଅଭିନେତା ଅଜୟ ଦେବଗନ ମୋଦିଙ୍କୁ ଶୁଭକାମନା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ଅନୁପମ ଖେର, ଦୀନେଶ ଲାଲ ଯାଦବ, ନବ ନିର୍ବାଚିତ ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରାଣାୱତ, ହେମା ମାଲିନୀଙ୍କ ସମେତ ଅନେକ ଷ୍ଟାରକାଷ୍ଟ ଯୋଗଦେବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶପଥ ଗ୍ରହଣ ସମାରୋହରେ ସୁପରଷ୍ଟାର ରଜନୀକାନ୍ତ ମଧ୍ୟ ଯୋଗଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବାରୁ ସେ ଖୁସିବ୍ୟକ୍ତ କରିଛନ୍ତି ।

ରଜନୀକାନ୍ତ ଗଣମାଧ୍ୟମ ସହ କଥାବାର୍ତ୍ତା କରି କହିଛନ୍ତି, ''ମୁଁ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବି । ଏହା ଏକ ଅତ୍ୟନ୍ତ ଐତିହାସିକ ଘଟଣା । କ୍ରମାଗତ ତୃତୀୟ ଥର ପାଇଁ ଦାୟିତ୍ୱ ଗ୍ରହଣ କରିବା ନରେନ୍ଦ୍ର ମୋଦିଙ୍କର ଏକ ବଡ଼ ସଫଳତା, ତାଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା । ଲୋକମାନେ ଏକ ଶକ୍ତିଶାଳୀ ବିରୋଧୀ ଚୟନ କଲେ, ଯାହା ଗଣତନ୍ତ୍ର ପାଇଁ ଏକ ସୁସ୍ଥ ସଙ୍କେତ ଅଟେ ।''

ସେହିପରି ଅଜୟ ଦେବଗନ ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, ''ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପୁନର୍ବାର ନିର୍ବାଚନ ପାଇଁ ଅଭିନନ୍ଦନ । ଆପଣଙ୍କ ଜ୍ଞାନ ଏବଂ କଠିନ ପରିଶ୍ରମ ସହ ଭାରତକୁ ସମୃଦ୍ଧି ଏବଂ ମହାନତା ଆଡକୁ ନେବା ସଫଳତା ଜାରି ରଖନ୍ତୁ ବୋଲି ମୁଁ କାମନା କରୁଛି ।'' ସେପଟେ ଅନୁପମ ଖେର କହିଛନ୍ତି ଯେ ମୋର ସୌଭାଗ୍ୟ ଯେ ମୁଁ ତୃତୀୟ ଥର ପାଇଁ ଶପଥ ଗ୍ରହଣ ଉତ୍ସବରେ ଭାଗ ନେଉଛି । ଗତ ଦଶ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ଭଲ ଭାବରେ ଚଳାଇଛନ୍ତି । ମୁଁ ଆଶା କରୁଛି ପିଏମ ମୋଦିଙ୍କ ନେତୃତ୍ୱରେ ନୂତନ ସରକାର ଦେଶକୁ ଆହୁରି ଆଗକୁ ନେବେ ।'

ଏହା ମଧ୍ୟ ପଢନ୍ତୁ: ସନ୍ଧ୍ୟାରେ ଶପଥ ନେବେ ମୋଦି: 30 ମନ୍ତ୍ରୀ ନେଇପାରନ୍ତି ଶପଥ, ନୀତିଶ-ନାଇଡୁଙ୍କୁ ମିଳିପାରେ ଏହି ମନ୍ତ୍ରଣାଳୟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.