ETV Bharat / bharat

ରାଷ୍ଟପତି ଭବନରେ ରଜ ପର୍ବ, ନାତୁଣୀଙ୍କୁ ଦୋଳିରେ ଝୁଲାଇଲେ ମହାମହିମ - MADAM PRESIDENT CELEBRATED RAJA - MADAM PRESIDENT CELEBRATED RAJA

Raja festival celebrated at Rashtrapati Bhavan: ରାଷ୍ଟ୍ରପତି ଭବନରେ ରଜ ପର୍ବ ପାଳନ । ସମ୍ବଲପୁରୀ ସାଙ୍ଗକୁ ଛଉନୃତ୍ୟ ପରିବେଷଣ । ଦୁଇ ନାତୁଣୀଙ୍କୁ ଦୋଳିରେ ବସାଇ ଝୁଲାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅଧିକ ପଢନ୍ତୁ

Rashtrapati Bhavan
Rashtrapati Bhavan (@rashtrapatibhvn)
author img

By ETV Bharat Odisha Team

Published : Jun 15, 2024, 11:26 AM IST

ନୂଆଦିଲ୍ଲୀ: ପଲ୍ଲୀରୁ ଦିଲ୍ଲୀ ସବୁଠି ପାଳିନ ହେଉଛି ରଜ ମଉଜ । ରଜ ଗୀତରେ ଗୁଞ୍ଜରିତ ହେଲା ରାଷ୍ଟ୍ରପତି ଭବନ । ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଭବନରେ ପାଳନ ହେଲା ରଜ ପର୍ବ । ଦୁଇ ନାତୁଣୀଙ୍କୁ ଦୋଳିରେ ବସାଇ ଝୁଲାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ ସାଙ୍ଗକୁ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିଲା । ପହିଲି ରଜରେ ରାଷ୍ଟ୍ରପତି ଭବନର କଲଚରାଲ ସେଣ୍ଟରକୁ ସାଜସଜ୍ଜା କରାଯାଇଥିଲା । ଏନେଇ ରାଷ୍ଟ୍ରପତିଙ୍କ ଅଫିସିଆଲ ଆକାଉଣ୍ଟରେ କିଛି ଫଟୋ ସେୟାର କରାଯାଇଛି ।

ରାଷ୍ଟ୍ରପତିଙ୍କ ଅଫିସିଆଲ ଏକ୍ସରେ ଲେଖାଯାଇଛି, ''ରାଷ୍ଟ୍ରପତି ଭବନରେ ଆୟୋଜିତ ଓଡ଼ିଶାର କୃଷିଭିତ୍ତିକ ପର୍ବ ରଜ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମିଲ ହୋଇଥିଲେ । ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ରଜ ଗୀତ, ମୟୂରଭଞ୍ଜ ଛଉନୃତ୍ୟ, ସମ୍ବଲପୁରୀ ଏବଂ ଆଦିବାସୀଙ୍କ କର୍ମା ନୃତ୍ୟ ପରିବେଷଣ କରାଯାଇଥିଲା ।''

ଏହା ମଧ୍ୟ ପଢନ୍ତୁ-ଆଜି ପହିଲି ରଜ; ସଜେଇ ହୋଇଛି ପୁରପଲ୍ଲୀ, ପିଠା-ମିଠାରେ ମହକିଲାଣି ଗାଁଦାଣ୍ଡ - Raja Parba 2024

କଲଚରାଲ ସେଣ୍ଟରରେ ଏକ ଦୋଳି କରାଯାଇ ଫୁଲରେ ସଜା ଯାଇଥିଲା । ଏହି ଦୋଳିରେ ରାଷ୍ଟ୍ରପତି ତାଙ୍କ ଦୁଇ ନାତୁଣୀଙ୍କୁ ବସାଇ ଝୁଲାଇଥିଲେ । ଏକ ଘଣ୍ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିଲା । ଓଡ଼ିଶାର କଳାକାରମାନେ ବିଭିନ୍ନ ପ୍ରକାର ନୃତ୍ୟ ପରିବେଷଣ କରିଥିଲେ । ରଜ ଗୀତ ଓ ସମ୍ବଲପୁରୀ ଗୀତିରେ କମ୍ପିଥିଲା ରାଷ୍ଟ୍ରପତି ଭବନ । ଓଡି଼ଶାର କଳାକଳ୍ପ ସାଂସ୍କୃତିକ ସଂସ୍ଥାର କଳାକାର ଓ ସମ୍ବଲପୁର ସାଂସ୍କୃତିକ ଅନୁଷ୍ଠାନର କଳାକାର ମାନେ ସମ୍ବଲପୁରୀ ଓ କର୍ମ ନୃତ୍ୟ ପରିବେଷଣ କରିଥିଲେ । ମୟୂର ଆର୍ଟ୍ସ ସେଣ୍ଟର କଳାକାର ମାନେ ଛଉନୃତ୍ୟ କରିଥିଲେ । ରଜ ଉତ୍ସବରେ ବହୁ ପ୍ରବାସୀ ଓଡ଼ିଆ ମଧ୍ୟ ସାମିଲ ହୋଇଥିଲେ ।

ଓଡିଶାର ଗଣପର୍ବ ତଥା କୃଷିଭିତ୍ତିକ ପର୍ବ ହେଉଛି ରଜ । ପ୍ରତି ବର୍ଷ ଜୁନ 14ରୁ 16 ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ପାଳିତ ହୋଇଥାଏ । ପ୍ରଥମ ଦିନକୁ ପହିଲି ରଜ କୁହାଯାଉଥିବା ବେଳେ ଦ୍ବିତୀୟ ଦିନକୁ ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି କୁହାଯାଏ । ଶେଷ ରଜକୁ ବସୁମତୀ ସ୍ନାନ ବା ଭୂମିଦାହ ବୋଲି କୁହାଯାଏ । ଆଜି ରଜ ପର୍ବର ଦ୍ବିତୀୟ ଦିନ । ପ୍ରଥମ ଥର ପାଇଁ ଚଳିତ ବର୍ଷ ରାଷ୍ଟ୍ରପତି ଭବନରେ ରଜ ପର୍ବର ଆୟୋଜନ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.