ETV Bharat / bharat

ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର ଯାଞ୍ଚ କଲା ନିର୍ବାଚନ ଫ୍ଲାଇଂ ସ୍କ୍ବାଡ - EC Officials Check Rahul Chopper

Rahul Gandhi's Helicopter Checked By Election Officials: ତାମିଲନାଡୁରେ ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର ଯାଞ୍ଚ କଲା ନିର୍ବାଚନ ଫ୍ଲାଇଁ ସ୍କ୍ବାଡ । ଓ୍ବାଇନାଡରେ ରୋଡ ଶୋ’ କଲେ ରାହୁଲ, ବିଜେପି ଉପରେ ଗର୍ଜିଲେ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Apr 15, 2024, 4:52 PM IST

ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର ଯାଞ୍ଚ କଲା ନିର୍ବାଚନ ଫ୍ଲାଇଁ ସ୍କ୍ବାଡ

ଚେନ୍ନାଇ: କଂଗ୍ରେସର ଷ୍ଟାର-ପ୍ରଚାରକ ରାହୁଲ ଗାନ୍ଧୀଙ୍କ ହେଲିକପ୍ଟର ଯାଞ୍ଚ କଲା ନିର୍ବାଚନ ଆୟୋଗଙ୍କ ଟିମ୍‌ । ତାମିଲନାଡୁର ନୀଳଗିରିରେ ରାହୁଲ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଅବତରଣ କରିବା ପରେ ନିର୍ବାଚନ ଫ୍ଲାଇଂ ସ୍କ୍ବାଡର ଅଧିକାରୀଙ୍କ ଟିମ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ନିର୍ବାଚନ ପ୍ରୋଟୋକଲ ଅନୁସାରେ, ଏହା ଏକ ନିୟମିତ ଯାଞ୍ଚ ବୋଲି ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ।

ଆଜି କେରଳର ଓ୍ବାୟନାଡରେ ରାହୁଲ ଗାନ୍ଧୀ ପ୍ରଚାର କରିଛନ୍ତି । ଏହା ପୂର୍ବରୁ ଆଜି ସେ ତାମିଲନାଡୁର ନୀଳଗିରିରେ ଅବତରଣ କରିଥିଲେ । ରାହୁଲଙ୍କ ହେଲିକପ୍ଟରକୁ ନିର୍ବାଚନ ଅଧିକାରୀଙ୍କ ଟିମ ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ଯାଞ୍ଚ କରିଛନ୍ତି । ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ରାହୁଲ ପୁଣି କେରଳ ଅଭିମୁଖେ ଉଡାଣ ଭରିଥିଲେ । ଆଜି ପୂର୍ବାହ୍ନରେ ନୀଳଗିରିରେ ପ୍ରଚାର କାର୍ଯ୍ୟକ୍ରମ ଶେଷ କରି ରାହୁଲ ନିଜ ସଂସଦୀୟ କ୍ଷେତ୍ର ଓ୍ବାୟନାଡରେ ରୋଡ ଶୋ କରିବା ସହ ଜନସଭାକୁ ସମ୍ବୋଧିତ କରିଛନ୍ତି । ବିଭିନ୍ନ ପ୍ରସଙ୍ଗରେ ସେ ବିଜେପି ସରକାର ଉପରେ ବର୍ଷିବା ସହ ନିଜ ପାଇଁ ଓ ଦଳ କଂଗ୍ରେସ ପାଇଁ ଭୋଟ ମାଗିଥିଲେ ।

ଏହା ମଧ୍ୟ ପଢନ୍ତୁ :- କେଜ୍ରିଓ୍ବାଲଙ୍କୁ ମିଳିଲାନି ଆଶ୍ବସ୍ତି: ଇଡିକୁ ଉତ୍ତର ମାଗିଲେ ସୁପ୍ରିମକୋର୍ଟ, 29ରେ ପରବର୍ତ୍ତୀ ଶୁଣାଣି - Arvind Kejriwal

ରାହୁଲ ଗାନ୍ଧୀ ତାମିଲନାଡୁର ନୀଳଗିରି ଜିଲ୍ଲାରେ କଳା ଓ ବିଜ୍ଞାନ କଲେଜର ଛାତ୍ରଛାତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ । ବିଭିନ୍ନ ପ୍ରସଙ୍ଗରେ ରାହୁଲ ଛାତ୍ରଛାତ୍ରୀ ଓ ଯୁବପିଢିଙ୍କ ସହ କଥା ହୋଇଥିଲେ । ଏହା ପରେ ସେ କେରଳରେ ପହଞ୍ଚିଥିଲେ । ସେଠାରେ ସେ ଏକ ବିଶାଳ ରୋଡ ଶୋ’ରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ରାହୁଲ ଚଳିତଥର ପୂର୍ବ ନିର୍ବାଚନ ପରି କେରଳର ଓ୍ବାୟନାଡରୁ ନିର୍ବାଚନ ଲଢୁଛନ୍ତି । ସେ ଗତଥର ଦୁଇଟି ଆସନ ଉତ୍ତର ପ୍ରଦେଶରେ ଆମେଠୀ ଓ କେରଳର ଓ୍ବାୟନାଡରୁ ନିର୍ବାଚନ ଲଢିଥିଲେ । ଉତ୍ତର ପ୍ରଦେଶରୁ ରାହୁଲଙ୍କୁ ପରାଜିତ ହେବାକୁ ପଡିଥିବା ବେଳେ କେରଳର ଓ୍ବାୟନାଡ ଆସନରୁ ସେ ନିର୍ବାଚିତ ହୋଇ ସଂସଦରେ ପହଞ୍ଚିଥିଲେ । ଚଳିତଥର ଓ୍ବାୟନାଡରେ ତାଙ୍କ ସହ ସିପିଆଇ ନେତା ଆନି ରାଜା ଏବଂ ବିଜେପି ପ୍ରାର୍ଥୀ ସୁରେନ୍ଦ୍ରନଙ୍କ ସହ ପ୍ରତିଦ୍ବନ୍ଦ୍ବିତା ହେବାକୁ ଯାଉଛି । ରାହୁଲ ଦୁଇଟି ଆସନରେ ଲଢିବା ନେଇ ଚର୍ଚ୍ଚା ଜାରି ରହିଥିଲେ ସୁଦ୍ଧା ଦଳ ଏପର୍ଯ୍ୟନ୍ତ ଦ୍ବିତୀୟ ଆସନ ସମ୍ପର୍କରେ କିଛି ଘୋଷଣା କରିନି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.