କୋଲକାତା : ଭାରତ ଯୋଡ ନ୍ୟାୟ ଯାତ୍ରା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର କାର୍ ଉପରକୁ ପଥର ମାଡ । ପଶ୍ଚିମବଙ୍ଗ-ବିହାର ସୀମାରେ ତାଙ୍କ ଗାଡି ଉପରକୁ ଆକ୍ରମଣ କରାଯାଇଥିବା ସୂଚନା ରହିଛି । ତେବେ ପଥର ମାଡରେ ରାହୁଲଙ୍କ କାରର କାଚ ସମ୍ପୁର୍ଣ୍ଣ ଭାଙ୍ଗି ଯାଇଥିବା ଦେଖାଯାଇଛି । ମାଲଦା ଜିଲ୍ଲାରେ ଯାତ୍ରା ପ୍ରବେଶ କରୁଥିବା ସମୟରେ ଆଜି(ବୁଧବାର) ତାଙ୍କ ଗାଡି ଉପରେ ଆକ୍ରମଣ କରାଯାଇଛି । ପଶ୍ଚିମବଙ୍ଗରେ ସିଟ୍ ବୁଝାମଣା ନେଇ କଂଗ୍ରେସ ଓ ଟିଏମସି ଭିତରେ ବିବାଦ କାରଣରୁ ମମତା ରାହୁଲଙ୍କ ନ୍ୟାୟ ଯାତ୍ରାକୁ ସହଯୋଗ କରୁନଥିବା ଚର୍ଚ୍ଚା ହେଉଥିବା ବେଳେ କାର ଉପରକୁ ଆକ୍ରମଣ ଚର୍ଚ୍ଚାକୁ ଦ୍ବିଗୁଣିତ କରିଛି ।
-
#WATCH | On damages to Congress MP Rahul Gandhi's car during his Bharat Jodo Nyay Yatra in Malda (West Bengal), Congress MP Adhir Ranjan Chowdhury says, "Maybe someone at the back pelted a stone amid the crowd...Police force is overlooking that. A lot can happen due to… pic.twitter.com/xHxw2Boi9c
— ANI (@ANI) January 31, 2024 " class="align-text-top noRightClick twitterSection" data="
">#WATCH | On damages to Congress MP Rahul Gandhi's car during his Bharat Jodo Nyay Yatra in Malda (West Bengal), Congress MP Adhir Ranjan Chowdhury says, "Maybe someone at the back pelted a stone amid the crowd...Police force is overlooking that. A lot can happen due to… pic.twitter.com/xHxw2Boi9c
— ANI (@ANI) January 31, 2024#WATCH | On damages to Congress MP Rahul Gandhi's car during his Bharat Jodo Nyay Yatra in Malda (West Bengal), Congress MP Adhir Ranjan Chowdhury says, "Maybe someone at the back pelted a stone amid the crowd...Police force is overlooking that. A lot can happen due to… pic.twitter.com/xHxw2Boi9c
— ANI (@ANI) January 31, 2024
ସୂଚନା ଅନୁସାରେ, ହରିଶ୍ଚନ୍ଦ୍ରପୁରର ଦେଓ୍ବାଗଞ୍ଜ ଅଞ୍ଚଳରେ ରାହୁଲଙ୍କ ଗାଡି ଉପରକୁ ଆକ୍ରମଣ କରାଯାଇଛି । ତେବେ କିଏ ଏବଂ କିଭଳି ଏଭଳି ଆକ୍ରମଣ କରାଯାଇଥିଲା ସେନେଇ କୌଣସି ସୂଚନା ନଥିବା ବେଳେ ଭିଡ ରହିଥିବାରୁ ଜଣା ପଡିନଥିବା ନେଇ ଦଳ ପକ୍ଷରୁ କୁହାଯାଇଛି । ତେବେ ଏହି ଦୁର୍ଘଟଣାରେ ରାହୁଲଙ୍କ କୌଣସି କ୍ଷତି ହୋଇନଥିବା ବେଳେ ଅନ୍ୟ କର୍ମୀମାନଙ୍କର କ୍ଷୟକ୍ଷତି ନେଇ କୌଣସି ସୂଚନା ନାହିଁ ।
ତେବେ ରାହୁଲଙ୍କ ଗାଡି ଉପରେ ଆକ୍ରମଣକୁ ନେଇ ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ସିଧାସଳଖ ତ୍ରୁଣମୂଳ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଶାସକ ଦଳକୁ ଟାର୍ଗେଟ କରି ସେ କହିଛନ୍ତି, "ଆପଣ ଭଲ ଭାବେ ବୁଝି ପାରୁଥିବେ ଏସବୁ କିଏ କରିପାରିବ ? ଆମକୁ ଅନୁମତି ମିଳିନଥିଲା । ଏହା ଏକ ପ୍ରଶାସନ ବିରୋଧୀ ତଥା ସଂକୀର୍ଣ୍ଣ ମନୋଭାବ । କଂଗ୍ରେସ କୌଣସି ପ୍ରକାରେ ଦୁର୍ବଳ ନୁହେଁ । କିନ୍ତୁ ଆମକୁ ଏଭଳି ସମସ୍ୟାର ସମ୍ମୁୀନ ହେବାକୁ ପଡୁଛି । କିନ୍ତୁ ମୁଁ ଦେଖିନାହିଁ କିଏ ଏହି ଆକ୍ରମଣ କରିଛି । କାରଣ ମୁଁ କାର ଭିତରେ ରହିଥିଲି। ଭିଡ ଭିତରେ କେହି ପଥରମାଡ କରିଲା ଭଳି ମନେ ହେଉଛି ।" ନ୍ୟାୟ ଯାତ୍ରା ପଶ୍ଚିମବଙ୍ଗର ୬ଟି ଜିଲ୍ଲା ଦେଇ ଏପର୍ଯ୍ୟନ୍ତ ୫୨୩ କିଲୋମିଟର ଅତିକ୍ରମ କରିସାରିଛି ।
ଏହା ମଧ୍ୟ ପଢନ୍ତୁ: ଆଜି ପଶ୍ଚିମବଙ୍ଗରେ ରାହୁଲଙ୍କ ଦ୍ୱିତୀୟ ପର୍ଯ୍ୟାୟ ନ୍ୟାୟ ଯାତ୍ରା
ଅନ୍ୟପଟେ ମାଲଦା ଠାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଅକ ସାଧାରଣ ସଭା କରିବା ସହିତ ଏକ ପଦଯାତ୍ରା କରିଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ କଡାକଡି କରାଯାଇଥିବା ବେଳେ ସାଧାରଣ ଜନତାଙ୍କ ସହ ହାତ ମିଳାଇଥିଲେ ଦିଦି । ଅନ୍ୟପଟେ ନିଜ ହାତରେ ଦିଦି ଡ୍ରମ୍ ବଜାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ