ETV Bharat / bharat

ଆଜି କେଜ୍ରିୱାଲଙ୍କ ପରିବାରକୁ ଭେଟିବେ ରାହୁଲ ଗାନ୍ଧୀ - Rahul Gandhi To meet Kejriwal

Rahul Gandhi To Meet Kejriwal: ଆଜି ଅରବିନ୍ଦ କେଜ୍ରିଓ୍ବାଲଙ୍କ ପରିବାରକୁ ସାକ୍ଷାତ କରିବେ ରାହୁଲ । ମଦ ଦୁର୍ନୀତି ମାମଲାରେ ଗତକାଲି ଇଡି ଦ୍ବାରା ଗିରଫ ହୋଇଥିଲେ କେଜ୍ରିଓ୍ବାଲ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 22, 2024, 7:04 AM IST

Updated : Mar 22, 2024, 8:40 AM IST

Rahul Gandhi
Rahul Gandhi

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହାକୁ ବହୁ ରାଜନେତା ତୀବ୍ର ନିନ୍ଦା କରିବା ସହ ପ୍ରତିବାଦ ଜାରି ରଖିଛନ୍ତି ଆପ କର୍ମୀ । ଆଜି ଅରବିନ୍ଦ କେଜ୍ରିଓ୍ବାଲଙ୍କ ପରିବାରକୁ ଭେଟିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏନେଇ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ପାର୍ଟି ପକ୍ଷରୁ କୁହାଯାଇଛି ଯେ, ଅଧିକ ଆଇନଗତ ସହାୟତା ପ୍ରଦାନ କରିବାକୁ ରାହୁଲ ଗାନ୍ଧୀ ଆଜି କେଜ୍ରିୱାଲ କିମ୍ବା ତାଙ୍କ ପରିବାରଙ୍କୁ ଭେଟିବାକୁ ଚେଷ୍ଟା କରିବେ ।

କେଜ୍ରିଓ୍ବାଲଙ୍କ ଗିରଫଦାରୀ ପରେ ରାହୁଲ ଏକ୍ସରେ ଟ୍ବିଟ କରି କହିଥିଲେ, ''ଭୟଭୀତ ଏକଛତ୍ରବାଦୀ ଶାସକ ଏକ ମୃତ ଗଣତନ୍ତ୍ର ସୃଷ୍ଟି କରିବାକୁ ଚାହୁଁଛି । ଗଣମାଧ୍ୟମ ସମେତ ସମସ୍ତ ଅନୁଷ୍ଠାନକୁ କାବୁ କରିବା, ଦଳ ଭାଙ୍ଗିବା, କମ୍ପାନୀରୁ ଟଙ୍କା ଲୁଟିବା, ମୁଖ୍ୟ ବିରୋଧୀ ଦଳର ଆକାଉଣ୍ଟକୁ ଫ୍ରିଜ୍ କରିବା 'ସଇତାନ ଶକ୍ତି' ପାଇଁ କମ ଥିଲା, ତେଣୁ ଏବେ ନିର୍ବାଚିତ ମୁଖ୍ୟମନ୍ତ୍ରୀଙ୍କ ଗିରଫ ମଧ୍ୟ ଏକ ସାଧାରଣ କଥା ହୋଇଛି । ଇଣ୍ଡିଆ ମେଣ୍ଟ ଏହାର ଦୃଢ ଜବାବ ଦେବ ।''

ଏହା ମଧ୍ୟ ପଢନ୍ତୁ-କେଜ୍ରିଓ୍ବାଲଙ୍କୁ ଗିରଫ କଲା ED, ବାହାରେ ସମର୍ଥକଙ୍କ ପ୍ରବଳ ହଙ୍ଗାମା - ARVIND KEJRIWAL ARRESTED

ଅବକାରୀ ଦୁର୍ନୀତି ମମାଲାରେ 9 ଥର ସମନ ପରେ ବି ଇଡିରେ ହାଜର ହୋଇନଥିଲେ କେଜ୍ରିଓ୍ବାଲ । ଶେଷରେ ଗୁରୁବାର ସନ୍ଧ୍ୟାରେ କେଜ୍ରିଓ୍ବାଲଙ୍କ ବାସଭବନରେ ପହଞ୍ଚିଥିଲା ଇଡି ଟିମ । ମାତ୍ର କିଛି ଘଣ୍ଟାର ଜେରା ପରେ ତାଙ୍କୁ ଗିରଫ କରାଯାଇଥିଲା । ଏହା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ବାହାରେ ଦିଲ୍ଲୀ ସରକାରଙ୍କ ଏକାଧିକ ମନ୍ତ୍ରୀ ଓ ଶତାଧିକ ଆମ ଆଦମୀ ପାର୍ଟି କର୍ମୀ ମଧ୍ୟ ପହଞ୍ଚି ପ୍ରତିବାଦ କରିଥିଲେ । ପୋଲିସ ସହ ସଂଘର୍ଷ ହେବା ସହ କିଛି କର୍ମୀଙ୍କୁ ପୋଲିସ ଉଠାଇ ନେଇଥିଲା ।

ସୁରକ୍ଷା ଦୃଷ୍ଟିରୁ କେଜ୍ରିଓ୍ବାଲଙ୍କ ବାସଭବନ ସମେତ ଆଖପାଖ ଅଞ୍ଚଳରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ରାପିଡ ଆକ୍ସନ ଫୋର୍ସ ମଧ୍ୟ ମୁତୟନ ହୋଇଥିବା ବେଳେ ବାସଭବନ ବାହାରେ ଧାରା 144 ମଧ୍ୟ ଜାରି କରାଯାଇଛି । ଗିରଫଦାରୀ ବିରୋଧରେ ଆମ ଆଦମୀ ପାର୍ଟି ସୁପ୍ରିମକୋର୍ଟରେ ମଧ୍ୟ ଦ୍ବାରସ୍ଥ ହୋଇଛି । ଆପର ମନ୍ତ୍ରୀ ଓ ବିଧାୟକ ମାନେ କେଜ୍ରିଓ୍ବାଲଙ୍କ ଗିରଫଦାରୀଙ୍କୁ ତୀବ୍ର ବିରୋଧ କରିଛନ୍ତି । ଆଜି ସାରା ଦେଶରେ ଆମ ଆଦମୀ ପାର୍ଟି ଆନ୍ଦୋଳନ କରବ ବୋଲି ଆପ ନେତା ଗୋପାଳ ରାୟ ଘୋଷଣା କରିଛନ୍ତି । ଦେଶର କୋଣ କୋଣରେ ଆଜି ପ୍ରତିବାଦ କରିବ ଆପ ।

Last Updated : Mar 22, 2024, 8:40 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.