ETV Bharat / bharat

ମୋତେ ମନ୍ଦିରକୁ ଯିବାକୁ ବାରଣ କରାଯାଇଛି, ମୁଁ କଣ ଅପରାଧ କରିଛି: ରାହୁଲ ଗାନ୍ଧୀ - ବତାଦ୍ରବା ଥାନ ମନ୍ଦିର

Rahul Gandhi Bharat Jodo Nyay Yatra: ବତାଦ୍ରବା ଥାନ ମନ୍ଦିରକୁ ପ୍ରବେଶ କରିବା ପାଇଁ ରାହୁଲ ଗାନ୍ଧୀଙ୍କୁ ମିଳିଲାନି ଅନୁମତି । 'ମୋତେ ମନ୍ଦିରକୁ ଯିବାକୁ ବାରଣ କରାଯାଇଛି, ମୁଁ କଣ ଅପରାଧ କରିଛି' । ଏଭଳି ପ୍ରଶ୍ନ କରିଛନ୍ତି ରାହୁଲ । ଅଧିକ ପଢନ୍ତୁ

ରାହୁଲ ଗାନ୍ଧୀ
rahul gandhi
author img

By ETV Bharat Odisha Team

Published : Jan 22, 2024, 12:02 PM IST

ଗୌହାଟୀ : ଆସାମରେ ଚାଲିଛି ରହିଛି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା । ତେବେ ଆସାମର ନଙ୍ଗାବସ୍ଥିତ ସଙ୍କରଦେବ ମନ୍ଦିରକୁ ଯିବାକୁ ବାରଣ କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମୁଁ କେଉଁ ଅପରାଧ କରିଛି ବୋଲି ସେ ପ୍ରଶ୍ନ କରିଛନ୍ତି ।

ସୂଚନା ଅନୁସାରେ, ନାଗାଓଁରେ ଅବସ୍ଥିତ ବୋଡୋର୍ଭା ଏକ ଧାର୍ମିକ ସ୍ଥାନ, ଯାହା ଆସାମର ସାଧୁ ଶ୍ରୀ ଶଙ୍କରଦେବଙ୍କ ଜନ୍ମସ୍ଥାନ ଭାବରେ ପରିଗଣିତ । ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ରୀତିନୀତି ଆରମ୍ଭ ହୋଇସାରିଥିବା ବେଳେ ରାହୁଲ ଗାନ୍ଧୀ ଆସାମର ଶଙ୍କରଦେବ ମନ୍ଦିରରେ ପୂଜାର୍ଚ୍ଚନା କରିବାକୁ ଚାହୁଁଥିବା ବେଳେ ତାଙ୍କୁ ବାରଣ କରାଯାଉଥିବା ନେଇ ସେ ଅଭିଯୋଗ କରିଛନ୍ତି ।

ରାହୁଲ ଗାନ୍ଧୀ କହିଛନ୍ତି, "ଆଜି ଶଙ୍କରଦେବ ମନ୍ଦିରକୁ ଯିବା ପାଇଁ ମୋତେ ବାରଣ କରାଯାଇଛି । ଆମକୁ ନିମନ୍ତ୍ରଣ କରାଯାଇଥିଲା କିନ୍ତୁ ବର୍ତ୍ତମାନ କୁହାଯାଉଛି ଯେ, ଆପଣ ସେଠାକୁ ଯାଇ ପାରିବେ ନାହିଁ । ମୋତେ ଲାଗୁଛି ଆଜି ବୋଧେ ଜଣେ ହିଁ ମନ୍ଦିରକୁ ଯାଇପାରିବେ ।" ଏଭଳି କହି ରାହୁଲ ଗାନ୍ଧୀ ପରୋକ୍ଷ ଭାବେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଆମେ ମନ୍ଦିରକୁ ଯିବାକୁ ଚାହୁଁଛୁ, କିନ୍ତୁ ମୁଁ କେଉଁ ଅପରାଧ କରିଛି ଯେ, ମୋତେ ମନ୍ଦିର ଯିବାକୁ ବାରଣ କରାଯାଉଛି ବୋଲି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ତେବେ ନ୍ୟୁଜ୍ ଏଜେନ୍ସି ପିଟିଆଇ ସେୟାର କରିଥିବା ଭିଡିଓରେ ଦେଖାଯାଇଛି ଯେ, ରାହୁଲଗାନ୍ଧୀ ମନ୍ଦିରକୁ ପ୍ରବେଶ କରୁଥିବା ସମୟରେ ତାଙ୍କୁ ଅଟାଯାଉଛି ।

ଏହା ମଧ୍ୟ ପଢନ୍ତୁ: ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ରେ ସାମିଲ ନହେବାକୁ ଲୋକଙ୍କୁ ଧମକ ଦେଉଛି ଆସାମ ସରକାର: ରାହୁଲ

ମନ୍ଦିର ଦର୍ଶନ ପାଇଁ ରାହୁଲ ଗାନ୍ଧୀଙ୍କୁ ଅପରାହ୍ନ 3ଟା ପରେ ଦର୍ଶନ କରିବା ପାଇଁ ଅନୁମତି ଦିଆଯାଇଛି । ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଅନେକ ଭକ୍ତ ମନ୍ଦିରକୁ ଆସିବେ । ଏହା ବ୍ୟତୀତ ଅନେକ କାର୍ଯ୍ୟକ୍ରମ ମନ୍ଦିର ବାହାରେ ଏବଂ ଭିତରେ ଆୟୋଜିତ ହେବାକୁ ଯାଉଛି । ହଜାର ହଜାର ଲୋକ ଏକାଠି ହେବାକୁ ଯାଉଛନ୍ତି । ଏହି କାରଣରୁ ରାହୁଲ ଗାନ୍ଧୀଙ୍କୁ ଅପରାହ୍ନ 3ଟା ପରେ ମନ୍ଦିର ପରିଦର୍ଶନ କରିବାକୁ ଅନୁମତି ଦିଆଯାଇଥିବା ନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ କୁହାଯାଇଛି । ତେବେ ଆଜି ରାହୁଲ ଗାନ୍ଧୀଙ୍କୁ ଦର୍ଶନ କରିବା ପାଇଁ ଅନୁମତି ନମିଳିବା କାରଣରୁ କଂଗ୍ରେସ ନେତା ପ୍ରତିବାଦ କରୁଥିବା ଦେଖାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.