ETV Bharat / bharat

ଆଜି ପଶ୍ଚିମବଙ୍ଗରେ ରାହୁଲଙ୍କ ଦ୍ୱିତୀୟ ପର୍ଯ୍ୟାୟ ନ୍ୟାୟ ଯାତ୍ରା - ରାହୁଲ ଗାନ୍ଧୀ

Bharat Jodo Nyay Yatra: ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ କରିବେ ରାହୁଲ ଗାନ୍ଧୀ । ବିହାରରୁ ବଙ୍ଗର ମାଲଦା ଜିଲ୍ଲାରେ ପ୍ରବେଶ କରିବେ । ଅଧିକ ପଢନ୍ତୁ

Bharat Jodo Nyay Yatra
Bharat Jodo Nyay Yatra
author img

By ETV Bharat Odisha Team

Published : Jan 31, 2024, 12:24 PM IST

Updated : Jan 31, 2024, 3:31 PM IST

କୋଲକାତା: ରାହୁଲ ଗାନ୍ଧୀ ଆଜି ପଶ୍ଚିମବଙ୍ଗରେ ଦ୍ବିତୀୟ ପର୍ଯ୍ୟାୟ ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆରମ୍ଭ କରିବେ । କଂଗ୍ରେସ ନେତାଙ୍କ ନ୍ୟାୟ ଯାତ୍ରା ବିହାରରୁ ପଶ୍ଚିମବଙ୍ଗରେ ପ୍ରବେଶ କରିବେ । ରାହୁଲ କଟିହାର ସହରର ମିଚାଇବାରୀରୁ ପଦଯାତ୍ରା କରି ଶହୀଦ ଛକ, ଡିଏସ କଲେଜ, ପ୍ରାଣପୁର ଦେଇ ବିହାର-ବେଙ୍ଗଲ ସୀମାନ୍ତବର୍ତ୍ତୀ ମାଲଦା ଜିଲ୍ଲାରେ ପହଞ୍ଚିବେ । ଏହି ଯାତ୍ରାକୁ ନେଇ କଂଗ୍ରେସ ସମର୍ଥକଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଦେଖିବାକୁ ମିଳୁଛି । ତେବେ ଏହି ପଦଯାତ୍ରା ପ୍ରତି ଇଣ୍ଡିଆ ମେଣ୍ଟର ଅନ୍ୟତମ ସହଯୋଗୀ ଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଟିଏମସିର ସହଯୋଗ ମିଳୁନଥିବା ଦେଖାଯାଇଛି । ପଶ୍ଚିମବଙ୍ଗରେ ସିଟ୍ ବୁଝାମଣା ନେଇ କଂଗ୍ରେସ ଓ ଟିଏମସି ଭିତରେ ବିବାଦ କାରଣରୁ ମମତା ରାହୁଲଙ୍କ ନ୍ୟାୟ ଯାତ୍ରାକୁ ସହଯୋଗ କରୁନଥିବା ଚର୍ଚ୍ଚା ହେଉଛି ।

  • बिहार के प्रथम मुख्यमंत्री 'बिहार केसरी' डॉ. श्रीकृष्ण सिंह जी की पुण्यतिथि पर उन्हें कोटिश: नमन।

    राज्य के विकास में अद्वितीय योगदान के लिए श्रीबाबू जी को आधुनिक बिहार के निर्माता के रूप में हमेशा याद किया जाएगा। pic.twitter.com/fkgO73o5x9

    — Bihar Congress (@INCBihar) January 31, 2024 " class="align-text-top noRightClick twitterSection" data=" ">

ଗତ ସୋମବାର ଦିନ ଇସଲାମପୁରରୁ ବିହାର ପ୍ରବେଶ ସହିତ ପଶ୍ଚିମବଙ୍ଗରେ ପ୍ରଥମ ପର୍ଯ୍ୟାୟ ନ୍ୟାୟ ଯାତ୍ରା ଶେଷ ହୋଇଥିଲା । ଏଥିରେ ଟିଏମସି ସାମିଲ ହୋଇନଥିଲା । ଆଜି ରାହୁଲ ପଶ୍ଚିମବଙ୍ଗରେ ମାଲଦା ଜିଲ୍ଲାରେ ନ୍ୟାୟ ଯାତ୍ରା ଆରମ୍ଭ କରିବେ । ଆସନ୍ତକାଲି (ଗୁରୁବାର) ଯାତ୍ରା ମୁର୍ଶିଦାବାଦରେ ପ୍ରବେଶ କରିବ । ନ୍ୟାୟ ଯାତ୍ରା ପଶ୍ଚିମବଙ୍ଗର ୬ଟି ଜିଲ୍ଲା ଦେଇ ଏପର୍ଯ୍ୟନ୍ତ ୫୨୩ କିଲୋମିଟର ଅତିକ୍ରମ କରିସାରିଛି । ଦ୍ବିତୀୟ ପର୍ଯ୍ୟାୟରେ ମାଲଦା ଏବଂ ମୁର୍ଶିଦାବାଦ ଜିଲ୍ଲାରେ ପଦଯାତ୍ରା ହେବ ।

ତେବେ ବିହାରରେ ନ୍ୟାୟ ଯାତ୍ରା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଡ଼ ଶ୍ରୀକୃଷ୍ଣ ସିଂହଙ୍କ ପୂଣ୍ୟତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ତାଙ୍କୁ ସ୍ମରଣ କରି ନିଜ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ବିହାରର ପ୍ରଥମ ମୁଖ୍ୟମନ୍ତ୍ରୀ 'ବିହାର କେଶରୀ' ଶ୍ରୀକୃଷ୍ଣ ସିଂଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କୁ କୋଟି ପ୍ରମାଣ । ରାଜ୍ୟର ବିକାଶରେ ତାଙ୍କର ଅଦ୍ବିତୀୟ ଯୋଗଦାନ ଆଧୁନିକ ବିହାର ନିର୍ମାତା ଭାବେ ତାଙ୍କୁ ସଦସର୍ବଦା ସ୍ମରଣ କରାଯିବ ।

ଏହା ମଧ୍ୟ ପଢନ୍ତୁ: ବିହାରରେ ପ୍ରବେଶ କଲା ଭାରତ ଯୋଡ ନ୍ୟାୟ ଯାତ୍ରା

ଏହି ସମୟରେ ରାହୁଲ ଇଣ୍ଡିଆ ମେଣ୍ଟ ଛାଡି ବିଜେପିକୁ ଡେଇଁଥିବା ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ଟାର୍ଗେଟ କରିଥିଲେ । ରଙ୍ଗଭୂମି ମୈଦାନରେ ଏକ ରାଲିକୁ ସମ୍ବୋଧିତ କରି କଂଗ୍ରେସ ନେତା କହିଥିଲେ, ସାମାନ୍ୟ ଚାପ ପଡିଲେ ନୀତିଶ ଜୀ ୟୁ-ଟର୍ଣ୍ଣ ନେଇଥାନ୍ତି । ନୀତିଶ କୁମାର ଭାରତୀୟ ଜନତା ପାର୍ଟିର ଚକ୍ରବ୍ୟୁହୋରେ ଫସି ଯାଇଛନ୍ତି । ଏହି ମଞ୍ଚରେ ରାହୁଲଙ୍କ ସହ ଦଳର ଅନେକ ବଡ଼ ବଡ଼ ନେତାମାନେ ମଧ୍ୟ ଉପସ୍ଥିତ ରହିଥିଲେ ।

ବିହାରରେ ପଦଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ ଏକ ଭିଡ଼ିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ସେ ସ୍ଥାନୀୟ ଯୁବକଙ୍କ ସହ ଫୁଟବଲ ଖେଳୁଥିବାର ଦେଖିବାକୁ ମିଳିଥିଲେ । ନ୍ୟାୟ ଯାତ୍ରା ସମୟରେ ଗୋଟିଏ ସ୍ଥାନରେ କିଛି ଯୁବକ ଫୁଟବଲ ଖେଳୁଥିଲେ । ସେହି ବାଟ ଦେଇ ଯିବାବେଳେ ରାହୁଲ ଅଟକି ଯାଇଥିଲେ ଏବଂ ଯୁବକମାନଙ୍କ ପାଖକୁ ଯାଇ ସେମାନଙ୍କ ସହ ଖେଳିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 31, 2024, 3:31 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.