ETV Bharat / bharat

ଗୁରୁଦ୍ୱାର ଭିତରେ ମାନସିକ ଭିନ୍ନକ୍ଷମ ଯୁବକଙ୍କୁ ପିଟିପିଟି ହତ୍ୟା - Murder in Gurdwara

author img

By ETV Bharat Odisha Team

Published : May 5, 2024, 11:03 AM IST

Updated : May 5, 2024, 11:17 AM IST

Punjab Man Beaten To Death At Gurdwara: ଗୁରୁଦ୍ବାରରେ ଧର୍ମଗ୍ରନ୍ଥକୁ ଅପମାନିତ କରିବା ଅଭିଯୋଗରେ ଯୁବକଙ୍କୁ ପିଟି ମାରିଦେଲେ ଉତ୍ୟକ୍ତ ଲୋକେ । ମୃତ ଯୁବକ ମାନସିକ ଭିନ୍ନକ୍ଷମ ହୋଇଥିବା ପରିବାର ସଦସ୍ୟଙ୍କ ଅଭିଯୋଗ । ଅଧିକ ପଢନ୍ତୁ

ଧର୍ମଗ୍ରନ୍ଥକୁ ଅପମାନ ଅଭିଯୋଗରେ ଗୁରୁଦ୍ବାରରେ ଭିନ୍ନକ୍ଷମ ଯୁବକଙ୍କୁ ପିଟିପିଟି ହତ୍ୟା !
ଧର୍ମଗ୍ରନ୍ଥକୁ ଅପମାନ ଅଭିଯୋଗରେ ଗୁରୁଦ୍ବାରରେ ଭିନ୍ନକ୍ଷମ ଯୁବକଙ୍କୁ ପିଟିପିଟି ହତ୍ୟା ! (ଫଟୋ- ଇଟିଭି ଭାରତ, ଓଡିଶା)

ଚଣ୍ଡିଗଡ: ପଞ୍ଜାବର ଫିରୋଜପୁରର ଏକ ଗୁରୁଦ୍ବାରରେ ଶିଖ ଧର୍ମଗ୍ରନ୍ଥକୁ ଅପମାନିତ କରିବା ଅଭିଯୋଗରେ ଜଣେ 19 ବର୍ଷୀୟ ଯୁବକଙ୍କୁ ଉତ୍ୟକ୍ତ ଲୋକେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟାର ଶିକାର ହୋଇଥିବା 19 ବର୍ଷୀୟ ଯୁବକ ବକ୍ସିଶ ସିଂ ଭାବେ ଚିହ୍ନଟ ହୋଇଛନ୍ତି । ସେ ଗତକାଲି (ଶନିବାର) ଗୁରୁଦ୍ବାର ପରିସରରେ ଧର୍ମଗ୍ରନ୍ଥକୁ ଅପମାନିତ କରିବା ଅଭିଯୋଗ ହେବା ପରେ ସେଠାରେ ଥିବା ଲୋକେ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସୂଚନା ପାଇ ପୋଲିସ ହସ୍ପିଟାଲରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ସ୍ଥାନୀୟ ଡିଏସପି ସୁଖବିନ୍ଦର ସିଂ କହିଛନ୍ତି ଯେ, ଦୁଇଟି ପୃଥକ ମାମଲା ରୁଜୁ ହୋଇଛି । ଧର୍ମଗ୍ରନ୍ଥକୁ ଅପମାନିତ କରିବା ଅଭିଯୋଗରେ ଏକ ମାମଲା ରୁଜୁ ହୋଇଥିବା ବେଳେ ହତ୍ୟାର ଶିକାର ଯୁବକଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ ମଧ୍ୟ ହତ୍ୟା ମାମଲା ରୁଜୁ ହୋଇଛି । ଅନ୍ୟପଟେ ମୃତ ଯୁବକଙ୍କ ବାପା ଲଖବିନ୍ଦର ସିଂ ସଙ୍ଗୀନ ଅଭିଯୋଗ କରିଛନ୍ତି । ତାଙ୍କ ପୁଅ ଜଣେ ମାନସିକ ଭିନ୍ନକ୍ଷମ ଓ ସେ ଗତ 2ବର୍ଷ ଧରି ଚିକିତ୍ସାଧୀନ ଥିଲେ । ସେ ପୂର୍ବରୁ କେବେ ମଧ୍ୟ ଏହି ଗୁରୁଦ୍ବାର ଆସିନଥିଲେ । ତାଙ୍କ ଭିନ୍ନକ୍ଷମ ପୁଅକୁ ଉତ୍ୟକ୍ତ ଲୋକେ ନିର୍ମମ ଭାବେ ପିଟିପିଟି ହତ୍ୟା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ନଡ୍ଡା; କମ୍ପିବ ପ୍ରଚାର ମଇଦାନ, ଉତ୍ସାହିତ କର୍ମୀ - PM Modi visit

ଭିଡ ହିଂସାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ଖୋଜାଖୋଜି ଜାରି ରଖିଛି । ସ୍ଥାନୀୟ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ସେମାନେ ପୂର୍ବରୁ ମଧ୍ୟ କେବେ ଏହି ଯବକଙ୍କୁ ଏହି ଗୁରୁଦ୍ବାରରେ ଦେଖିନଥିଲେ । ଗତକାଲି ଏହି ଯୁବକ ଜଣକ ଧର୍ମଗ୍ରନ୍ଥକୁ ଅପମାନିତ କରି ଖସି ପଳାଇବାକୁ ଉଦ୍ୟମ କରୁଥିବା ସୂଚନା ପ୍ରଘଟ ହେବା ପରେ କିଛି ଲୋକ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୂର୍ବରୁ ମଧ୍ୟ ପଞ୍ଜାବର ଅନ୍ୟ ଏକ ଗୁରୁଦ୍ବାରରେ ସମାନ ଭିଡ ହତ୍ୟାକାଣ୍ଡ ଘଟିବାର ନଜିର ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 5, 2024, 11:17 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.