ETV Bharat / bharat

ଆଜି ପ୍ରପୋଜ ଡେ, ନୂଆ ସମ୍ପର୍କ ଗଢିବେ ପ୍ରେମୀ

Propose Day 2024: ଆଜି ପ୍ରପୋଜ ଡେ ଅର୍ଥାତ ଭାଲେଣ୍ଟାଇନ ସପ୍ତାହର ଦ୍ୱିତୀୟ ଦିନ । ଆଜି ନିଜର ମନର ଭାବନାକୁ ପରିପ୍ରକାଶ କରିବେ ପ୍ରେମୀଯୁଗଳ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Feb 8, 2024, 6:29 AM IST

Propose Day
ଆଜି ପ୍ରପୋଜ ଡେ

ହାଇଦ୍ରାବାଦ: ପ୍ରାୟ ସମସ୍ତେ ଜୀବନରେ ପ୍ରେମ କରିବାର ସ୍ୱପ୍ନ ଦେଖିଥାଆନ୍ତି । କିନ୍ତୁ ସ୍ୱପ୍ନର ନାୟକ ନାୟିକାଙ୍କୁ ପାଇବା ସମସ୍ତଙ୍କର ଭାଗ୍ୟରେ ନଥାଏ । ଯଦିଓ କିଛି ଜଣ ପ୍ରେମରେ ଜିତିଯାଆନ୍ତି କିନ୍ତୁ ପ୍ରେମ ଜତେଇବା ପାଇଁ ବହୁ ପରିଶ୍ରମ କରିବାକୁ ପଡିଥାଏ । ପ୍ରେମରେ ପଡ଼ିବା ସହଜ ବୋଲି ବିବେଚନା କରାଯାଇପାରେ, କିନ୍ତୁ ପ୍ରପୋଜ କରିବା ଏକପ୍ରକାର ଚାଲେଞ୍ଜ ଅଟେ । ହୃଦୟର ପରିଭାଷାକୁ ପ୍ରକାଶ କରିବା ଏତେ ସହଜ ନୁହେଁ । ଏକତରଫା ପ୍ରେମ ହେବା ପରେ ମନ କଥା କହିବାକୁ ଡର ଲାଗିଥାଏ । ହେଲେ ଡର ଭିତରେ ମନରେ ସାହାସ ଭରିଥାଏ ପ୍ରପୋଜ ଡେ ।

ଗୋଲାପ ଦିଆନିଆରୁ ପ୍ରେମର ପ୍ରଥମ ପାହାଚ ଚଢିଛନ୍ତି ପ୍ରେମପକ୍ଷୀ । ଆଜି ହେଉଛି ମନର ପରିଭାଷା ପ୍ରକାଶ କରିବାର ଦିନ । ଗୋଲାପ ଦିଆନିଆ ପରେ ହୃଦୟରେ ଚାପି ରଖିଥିବା କଥାକୁ ପରିପ୍ରକାଶ କରିବା ପାଇଁ ଆଜି ସୁବର୍ଣ୍ଣ ସୁଯୋଗ । ଆଜି ଶାଶ୍ୱତ, ଚିରନ୍ତନ ପ୍ରେମର କଥା କହିବେ ପ୍ରେମୀ ଯୁଗଳ । କିଏ ଆଇ ଲଭ ୟୁ କହିବ ତ ଆଉ କିଏ ସାତ ଜନ୍ମର ସାଥି ହେବା ପାଇଁ ପ୍ରଶ୍ନ କରିବେ । କିଏ ମେସେଜ କରି କହିବେ ତ କିଏ ସାକ୍ଷାତ କରି କହିବେ ।

ଏହା ମଧ୍ୟ ପଢନ୍ତୁ: ଆରମ୍ଭ ହେଲା ପ୍ରେମ ସପ୍ତାହ, ଗୋଲାପ ଦେଇ ପ୍ରେମ ଶିଢି ଚଢିବେ ପ୍ରେମୀଯୁଗଳ

ବିଶ୍ୱାସ କରାଯାଏ ଯେ, ପ୍ରେମ ସପ୍ତାହରୁ ଆରମ୍ଭ ହୋଇଥିଲା ପ୍ରପୋଜ ଡେ । ଯାହା ଶତାବ୍ଦୀ ଧରି ପାଳନ କରାଯାଉଛି । କିନ୍ତୁ ବିଶ୍ୱାସ କରାଯାଏ ଯେ ଭାଲେଣ୍ଟାଇନ୍ ସପ୍ତାହ ପାଶ୍ଚାତ୍ୟ ଜଗତରେ ଆରମ୍ଭ ହୋଇଥିଲା ଏବଂ ସେବେଠାରୁ ଏହା ଭାରତର ଅନେକ ଦେଶରେ ପାଳନ କରାଯାଉଛି । ପ୍ରପୋଜ ଡେ'ର ଉତ୍ପତ୍ତି ନେଇ କୌଣସି ସୂଚନା ନାହିଁ । ତଥାପି ବିଶ୍ୱାସ କରାଯାଏ ଯେ 1477 ମସିହାରେ ଅଷ୍ଟ୍ରିଆର ଆର୍କଡ୍ୟୁକ୍ ମ୍ୟାକ୍ସିମିଲିୟାନ୍ ବରଗଣ୍ଡିଙ୍କୁ ହୀରା ମୁଦି ଦେଇ ପ୍ରପୋଜ କରିଥିଲେ । ଏହାପରେ ଭାଲେଣ୍ଟାଇନ୍ ସପ୍ତାହର ଦ୍ୱିତୀୟ ଦିନକୁ ପ୍ରପୋଜ ଡେ ହିସାବରେ ପାଳନ କରାଗଲା ।

ଆଜିର ଦିନ ପ୍ରେମପକ୍ଷୀଙ୍କ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଆଜିକାଲିର ଯୁବପିଢି ଏହି ଦିବସକୁ ଅଧିକ ପାଳନ କରିଥାଆନ୍ତି । କାରଣ ଆଜିର ଦିନରେ ପ୍ରେମର ଏକ ନୂଆ ନାମକରଣ ହେବ, ସମ୍ପର୍କକୁ ମିଳିବ ନୂଆ ପରିଚୟ । ଯୁଗଳଙ୍କ ମଧ୍ୟରେ ପ୍ରତିବଦ୍ଧତା ଏବଂ ପ୍ରେମର ପ୍ରତୀକ ହେଉଛି ପ୍ରପୋଜ ଡେ । ଆଜିର ଦିନରେ ପ୍ରେମୀ ପ୍ରେମକୁ ପରିପ୍ରକାଶ କରିବା ସହିତ କିଛି ଜଣ ବାହା ହେବା ପାଇଁ ମଧ୍ୟ ପ୍ରସ୍ତାବ ଦେଇଥାଆନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.