ETV Bharat / bharat

କର୍ଣ୍ଣାଟକ ବିଧାନସଭା ପରିସରରେ ଦିଆଯାଇଥିଲା ପାକିସ୍ତାନ ସମର୍ଥିତ ନାରା, ଫୋରେନସିକ ରିପୋର୍ଟରେ ହେଲା ଖୁଲାସା - Karnataka news

Pro-Pakistan slogans in karnatak Assembly: କର୍ଣ୍ଣାଟକ ବିଧାନସଭା ପରିସରରେ ଦିଆଯାଇଥିଲା ପାକିସ୍ତାନୀ ସମର୍ଥିତ ନାରା । ଫୋରେନସିକ ତଦନ୍ତରେ ଜଣାପଡିଥିବା ସୂଚନା ଦେଲେ ରାଜ୍ୟ ଗୃହମନ୍ତ୍ରୀ ପରମେଶ୍ବର । 3 ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ପୋଲିସ । ଅଧିକ ପଢନ୍ତୁ

କର୍ଣ୍ଣାଟକ ବିଧାନସଭା ପରିସରରେ ଦିଆଯାଇଥିଲା ପାକିସ୍ତାନୀ ସମର୍ଥିତ ନାରା, ଫୋରେନସିକ ତଦନ୍ତରେ ଆସିଲା ତଥ୍ୟ

author img

By ETV Bharat Odisha Team

Published : Mar 5, 2024, 9:54 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସୌଧ ପରିସରରେ ଦିଆଯାଇଥିଲା ପାକିସ୍ତାନ ସମର୍ଥିତ ନାରା । ଆଜି ଫୋରେନସିକ ଲ୍ୟାବ ରିପୋର୍ଟରେ ଏହା ସ୍ପଷ୍ଟ ହୋଇଛି । ଏହିକ୍ରମରେ 3 ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି । ସେମାନଙ୍କୁ ଗତକାଲି ଗିରଫ ପରେ ଆଜି କୋର୍ଟରେ ହାଜର କରାଯାଇଥିଲା । ପୋଲିସ ସେମାନଙ୍କୁ 3 ଦିନିଆ ରିମାଣ୍ଡରେ ନେଇଛି । ସେମାନଙ୍କୁ ଜେରା କରାଯାଉଛି । ଏଥିରେ ଅନ୍ୟକେହି ସମ୍ପୃକ୍ତ ଥିଲେ ମଧ୍ୟ ଗିରଫ ହେବେ ବୋଲି କହିଛନ୍ତି ରାଜ୍ୟ ଗୃହମନ୍ତ୍ରୀ ଜି.ପରମେଶ୍ବର ।

ଆଜି ଏହି ପ୍ରସଙ୍ଗରେ ଗୃହମନ୍ତ୍ରୀ ପରମେଶ୍ବର ପ୍ରେସମିଟ କରି କହିଛନ୍ତି, ସରକାର ଏହି ମାମଲାରେ ଶୂନ୍ୟ ସହିଷ୍ଣୁତା ନୀତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତିନି ଅଭିଯୁକ୍ତ ଏବେ ପୋଲିସ ରିମାଣ୍ଡରେ ଅଛନ୍ତି । ଗତକାଲି ସେମାନଙ୍କୁ ଗିରଫ କରଯାଇଥିଲା । ଅଭିଯୋଗ ଅନୁସାରେ, ସେମାନେ ବିଧାନସୌଧ ପରିସରରେ ପାକିସ୍ତାନ ସମର୍ଥିତ ନାରା ଦେଇଥିବା ଫେରେନସିକ ଲ୍ୟାବ ରିପୋର୍ଟରେ ସ୍ପଷ୍ଟ ହୋଇଛି । ସେମାନେ ଏପରି କାହିଁକି ଏପରି କରିଛନ୍ତି, ତାହା ତଦନ୍ତ ପରେ ଜଣାପଡିବ । ଏବେ 3 ଅଭିଯୁକ୍ତଙ୍କୁ ଜେରା କରାଯାଉଛି । ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଥିଲେ, ସେମାନେ ମଧ୍ୟ ଖୁବଶିଘ୍ର ଗିରଫ ହେବେ ।

ତେବେ ସୂଚନା ଅନୁସାରେ, ଫେବୃଆରୀ 27 ରେ ରାଜ୍ୟସଭା ନିର୍ବାଚନ ସମୟରେ କର୍ଣ୍ଣାଟକ ବିଧାନସୌଧ ପରିସରରେ ଏହି ନାରା ଲଗାଯାଇଥିଲା । କଂଗ୍ରେସ ରାଜ୍ୟସଭା ପ୍ରାର୍ଥୀ ନାସିର ହୁସେନ୍‌ଙ୍କ ବିଜୟରେ ତାଙ୍କ ସମର୍ଥକମାନେ ଏହି ନାରା ଦେଇଥିବା ଅଭିଯୋଗ ହୋଇଥିଲା । ମାମଲାରେ ଏବେ ସୁଦ୍ଧା ତିନି ଅଭିଯୁକ୍ତ ଗିରଫ ହୋଇଛନ୍ତି । ଅଭିଯୁକ୍ତଙ୍କ ମଧ୍ୟରେ ଦିଲ୍ଲୀର ଇଲତାଜ, ବେଙ୍ଗାଲୁରୁର ମୁନାଭର୍ ଏବଂ କର୍ଣ୍ଣାଟକର ହାଭେରୀର ବାସିନ୍ଦା ମହମ୍ମଦ ଶାଫି ରହିଥିବା ପୋଲିସ ସୂତ୍ରରୁ ଜଣାପଡିଛି ।​

ଏହା ମଧ୍ୟ ପଢନ୍ତୁ :- ହିମାଚଳରେ ବଢିଲା ରାଜନୈତିକ ସଙ୍କଟ, ବାଚସ୍ପତିଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରମକୋର୍ଟ ଗଲେ ଅଯୋଗ୍ୟ ଘୋଷିତ ବିଧାୟକ

ସେମାନଙ୍କୁ ଗତକାଲି ଗିରଫ କରାଯିବା ପରେ ଆଜି କୋର୍ଟର ହାଜର କରାଯାଇଥିଲା । ସମସ୍ତ ଅଭିଯୁକ୍ତଙ୍କୁ କର୍ଟ ଆଜି ତିନିଦିନିଆ ପୋଲିସ ରିମାଣ୍ଡରେ ପଠାଇ ଦେଇଛନ୍ତି । ଏମାନଙ୍କୁ ପୋଲିସ ଜେରା ଜାରି ରଖିଛି । ଗିରଫଦାରୀ ସଂଖ୍ୟା ମଧ୍ୟ ବଢିବାର ଯଥେଷ୍ଟ ସମ୍ଭାବନା ରହିଛି । ଅନ୍ୟପଟେ କର୍ଣ୍ଣାଟକ ମାଣ୍ଡ୍ୟା ଜିଲ୍ଲାରେ ମଧ୍ୟ ପାକିସ୍ତାନ ସମର୍ଥିତ ନାରା ଲଗାଇଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.