ETV Bharat / bharat

ଜଣାପଡିଲା ହରିୟାଣା ସ୍କୁଲ ଦୁର୍ଘଟଣାର କାରଣ, ପ୍ରିନ୍ସିପାଲ ସମେତ ୩ ଗିରଫ - Haryana bus accident - HARYANA BUS ACCIDENT

School Bus Accident In Haryana: ହରିୟାଣା ସ୍କୁଲ ବସ୍ ଦୁର୍ଘଟଣା ଘଟଣାରେ ସ୍କୁଲ ପ୍ରିନ୍ସିପାଲ ଓ ଡ୍ରାଇଭର ସମେତ ୩ ଗିରଫ । ଛୁଟି ଦିନରେ ସ୍କୁଲ ଖୋଲାଥିବା ବେଳେ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଡ୍ରାଇଭର ମଦ ପିଇ ଗାଡି ଚଳାଉଥିଲା । ଯେଉଁଥିପାଇଁ ଏତେ ବଡ ଅଘଟଣ ଘଟିଥିଲା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Apr 12, 2024, 11:54 AM IST

ଚଣ୍ଡିଗଡ଼: ହରିୟାଣାରେ ସ୍କୁଲ ବସ୍ ଦୁର୍ଘଟଣା ଘଟଣାରେ ୩ ଜଣଙ୍କୁ ବାନ୍ଧିଲା ପୋଲିସ । ସମ୍ପୃକ୍ତ ସ୍କୁଲର ପ୍ରିନ୍ସିପାଲ, ସେକ୍ରେଟାରୀ ଏବଂ ବସ୍ ଡ୍ରାଇଭର ଗିରଫ ହୋଇଛନ୍ତି । ଦୁର୍ଘଟଣାସ୍ଥଳରୁ ହିଁ ଡ୍ରାଇଭରକୁ ପୋଲିସ ଗିରଫ କରିଥିଲା । ତା'ର ମେଡିକାଲ ଟେଷ୍ଟ କରାଯିବାରୁ ସେ ନିଶାସକ୍ତ ଥିବା ଜଣାପଡିଥିଲା । ବସରେ ୪୦ରୁ ଅଧିକ ଛାତ୍ରଛାତ୍ରୀ ଥିବାବେଳେ ଡ୍ରାଇଭର ଜଣକ ପ୍ରଚୁର ମଦ ପିଇ ନିଶାସକ୍ତ ଅବସ୍ଥାରେ ଗାଡି ଚଲାଉଥିଲା । ଯେଉଁ କାରଣରୁ ଭୟଙ୍କର ଦୁର୍ଘଟଣା ଘଟି ୬ ଜଣ କୋମଳ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହେବା ସହ ୨୦ ଜଣ ଆହତ ହୋଇଥିଲେ ।

କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଧର୍ମେନ୍ଦର ନାମକ ସେହି ଡ୍ରାଇଭର ମଦ ପିଇ ବସ୍ ଚଳାଉଥିବା ଦେଖି ସ୍ଥାନୀୟ ଗାଁ ଲୋକେ ତାକୁ ଅଟକାଇ ଥିଲେ । ତା' ଠାରୁ ଗାଡି ଚାବି ମଧ୍ୟ ଛଡାଇ ନେଇଥିଲେ । ହେଲେ ସ୍କୁଲ କର୍ତ୍ତୃପକ୍ଷ ଫୋନ କରି ଗାଁ ଲୋକଙ୍କୁ ବୁଝାଇଥିଲେ । ସେହି ଡ୍ରାଇଭରକୁ ଚାକିରିରୁ ବାହାର କରି ଆଉ ଗୋଟିଏ ନୂଆ ଡ୍ରାଇଭର ନିଯୁକ୍ତ କରିବେ ବୋଲି ସ୍କୁଲ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ ଏବଂ ଗାଁ ଲୋକଙ୍କୁ ଚାବି ଫେରାଇବାକୁ କହିଥିଲେ । ଏ କଥା ଶୁଣି ଗାଁ ଲୋକ ମଧ୍ୟ ଚାବି ଫେରାଇ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ: ଛୁଟି ଦିନରେ ଯାଉଥିଲେ ସ୍କୁଲ: ଓଲଟିଲା ବସ୍, 7 ଛାତ୍ରଛାତ୍ରୀଙ୍କ ଚାଲିଗଲା ଜୀବନ - School Bus Accident

ଏହାପରେ ମହେନ୍ଦର ବସ୍ ନେଇ ସେଠାରୁ ସ୍କୁଲ ଅଭିମୁଖେ ଚାଲି ଯାଇଥିଲା । ହେଲେ କିଛି ଦୂର ଯାଇଛି କି ନାହିଁ ନିଶାସକ୍ତ ଥିବାରୁ ଭାରସାମ୍ୟ ହରାଇ ଏକ ଗଛ ସହ ବସକୁ ପିଟିଥିଲା । ଫଳରେ ବସ୍‌ ଓଲଟି ପଡିଥିଲା । ସକାଳ ପ୍ରାୟ ସାଢେ ୮ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ତେବେ ପିଲାଙ୍କୁ ସ୍କୁଲ ନେବା ଆଣିବା କରୁଥିବା ଏହି ମଦୁଆ ଡ୍ରାଇଭର ବିରୋଧରେ ପୂର୍ବରୁ ମଧ୍ୟ ଅଭିଭାବକମାନେ ସ୍କୁଲ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଥିଲେ । ଦୁର୍ଘଟଣା ଦିନ ବି ଫୋନ କରି ଅବଗତ କରିଥିଲେ । ହେଲେ ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ୬ ଜଣ କୁନି କୁନି ଛାତ୍ରଛାତ୍ରୀଙ୍କ ଜୀବନ ଦୀପ ଲିଭିଯାଇଛି ।

ସେହିପରି ଗତକାଲି (ଗୁରୁବାର) ଇଦ୍‌ରେ ସରକାରୀ ଛୁଟି ଥିବା ସତ୍ତ୍ବେ କାହିଁକି ସ୍କୁଲ ଖୋଲା ଯାଇଥିଲା ସେନେଇ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ଏନେଇ କନିନା ଡିଏସପି କହିଛନ୍ତି ଯେ, ଛୁଟି ଦିନରେ କାହିଁକି ସ୍କୁଲ ଖୋଲାଯାଇଥିଲା ସେନେଇ ତଦନ୍ତ କରୁଛି । ଡ୍ରାଇଭରକୁ ଗିରଫ କରାଯାଇଛି । ଏହି ଘଟଣାର ତଦନ୍ତ ପାଇଁ ଏକ ଚାରିଜଣିଆ କମିଟି ଗଠନ ହୋଇଛି । ତେବେ ଦୁର୍ଘଟଣାଗ୍ରସ୍ତ ବସର ଫିଟନେଟ୍ ସାର୍ଟିଫିକେଟ ମଧ୍ୟ ଏକ୍ସପାରୀ ହୋଇଯାଇଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.