ETV Bharat / bharat

ଦାୟିତ୍ବ ଗ୍ରହଣ ପରେ ଚାଷୀଙ୍କୁ ବଡ ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦି - PM arrives at South Block

author img

By ETV Bharat Odisha Team

Published : Jun 10, 2024, 1:45 PM IST

Prime Minister Narendra Modi sanctioned 17th instalment of the PM Kisan Nidhi scheme: ଗତକାଲି ତୃତୀୟ ଥର ପାଇଁ ଶପଥ ଗ୍ରହଣ ପରେ କାର୍ଯ୍ୟାଳୟରେ ପହଞ୍ଚି ଦାୟିତ୍ବ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ । ପ୍ରଥମ ନିର୍ଦ୍ଦେଶ ଭାବେ ରିଲିଜ୍‌ କଲେ ‘ପିଏମ କିଶାନ ନିଧି’ ଟଙ୍କା । ଅଧିକ ପଢନ୍ତୁ

ତୃତୀୟ ଥର ପାଇଁ ଦାୟିତ୍ବ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ, ପ୍ରଥମ ନିର୍ଦ୍ଦେଶ ଭାବେ ରିଲିଜ୍‌ କଲେ ‘ପିଏମ କିଶାନ ନିଧି’ ଟଙ୍କା
ତୃତୀୟ ଥର ପାଇଁ ଦାୟିତ୍ବ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ, ପ୍ରଥମ ନିର୍ଦ୍ଦେଶ ଭାବେ ରିଲିଜ୍‌ କଲେ ‘ପିଏମ କିଶାନ ନିଧି’ ଟଙ୍କା (ETV Bharat Odisha)

ନୂଆଦିଲ୍ଲୀ: ଗତକାଲି ଶପଥ ଗ୍ରହଣ କରିବା ପରେ ଆଜି କାର୍ଯ୍ୟାଳୟରେ ପହଞ୍ଚି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ନରେନ୍ଦ୍ର ମୋଦି । ଆଜି ସାଉଥ-ବ୍ଲକରେ ଥିବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ) ମୋଦିଙ୍କୁ ଅଧିକାରୀମାନେ ଭବ୍ୟ ସ୍ବାଗତ କରିଥିଲେ । ପରେ ପ୍ରଧାନମନ୍ତ୍ରୀ ନିଜ ଚାମ୍ବରରେ ଆଧିକାରୀକ ଚୌକିରେ ବସି କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ତୃତୀୟ ପାଳିର ପ୍ରଥମ ନିଷ୍ପତ୍ତି ଭାବେ ‘ପ୍ରଧାନମନ୍ତ୍ରୀ କିଷାନ ନିଧି’ ଯୋଜନର ୧୭ତମ ଅର୍ଥରାଶି ରିଲିଜ୍‌ ଫାଇଲରେ ହସ୍ତାକ୍ଷର କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା 9.3 କୋଟି ଚାଷୀଙ୍କୁ ଉପକୃତ କରିବ । ପ୍ରାୟ 20,000 କୋଟି ଟଙ୍କା ଚାଷୀଙ୍କ ଖାତାକୁ ଯିବ । କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ମନ୍ତ୍ରୀମଣ୍ଡଳ ଆବଣ୍ଟନ ଉପରେ ସମସ୍ତଙ୍କ ନଜର ରହିଛି ।

ମୋଦି ମନ୍ତିମଣ୍ଡଳ ଗଠନ ସମୟରେ ସବୁ ବର୍ଗର ନେତାଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି । ଏହି ମନ୍ତ୍ରୀମାନଙ୍କ ମଧ୍ୟରେ 27ଜଣ ଅନ୍ୟାନ୍ୟ ପଛୁଆ ବର୍ଗ ‘ଓବିସି’, 10ଜଣ ଅନୁସୂଚିତ ଜାତି ଓ 5ଜଣ ସଂଖ୍ୟାଲଘୁ ସମ୍ପ୍ରଦାୟର ରହିଛନ୍ତି । ସେହିପରି 18ଜଣ ବରିଷ୍ଠ ମନ୍ତ୍ରୀଙ୍କୁ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରଣାଳୟର ଦାୟିତ୍ବ ଦିଆଯାଇଛି । ଏହାସହିତ 43ଜଣ ମନ୍ତ୍ରୀଙ୍କୁ ତୃତୀୟ ଥର ଲାଗି ମନ୍ତ୍ରୀ ପଦ ମିଳିଥିବା ବେଳେ 39 ଜଣ ପୂର୍ବରୁ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇଥିଲେ । ଏହି ଟିମରେ 6ଜଣ ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି । 34 ମନ୍ତ୍ରୀ ବିଧାୟକ ଭାବେ ନିଜ ନିଜ ରାଜ୍ୟରେ ଦାୟିତ୍ବ ସମ୍ଭାଳି ସାରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- ମୋଦିଙ୍କ ତୃତୀୟ ଇନିଂସ ଆରମ୍ଭ; 71ମନ୍ତ୍ରୀ ନେଲେ ଶପଥ, ଓଡ଼ିଶାକୁ 3 ମନ୍ତ୍ରୀପଦ - 30 Cabinet Ministers take Oath

ଗତକାଲି ଆରମ୍ଭ ହୋଇଛି ମୋଦିଙ୍କ ତୃତୀୟ ଇନିଂସ । କ୍ରମାଗତ ତୃତୀୟ ଥର ଲାଗି ନରେନ୍ଦ୍ର ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସନ୍ଧ୍ୟା ପ୍ରାୟ 7ଟା 30ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରିଛନ୍ତି । ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ପରେ ମୋଦି କ୍ରମାଗତ ଭାବେ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ମୋଦିଙ୍କ ତୃତୀୟ ପାଳି କ୍ୟାବିନେଟରେ ୭୧ ଜଣ ମନ୍ତ୍ରୀ ଥିବା ବେଳେ ସେଥିମଧ୍ୟରୁ 30ଜଣଙ୍କୁ ମିଳିଛି କ୍ୟାବିନେଟ ପାହ୍ୟା । ଅନ୍ୟମାନଙ୍କ ମଧ୍ୟରେ 5ଜଣ ସ୍ବରାଷ୍ଟ୍ର ମନ୍ତ୍ରୀ (ସ୍ବାଧୀନ ଦାୟିତ୍ବ) ଓ 36ଜଣ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି । ଓଡ଼ିଶାକୁ ମିଳିଛି 3 କ୍ୟାବିନେଟ ମନ୍ତ୍ରୀପଦ । ସେମାନଙ୍କ ମଧ୍ୟରେ ୨ ଲୋକସଭା ସାଂସଦ ଓ ଜଣେ ରାଜ୍ୟସଭା ସାଂସଦ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.