ETV Bharat / bharat

ଗଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ରାଷ୍ଟ୍ରକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ରାମ ମନ୍ଦିର ପ୍ରତିଷ୍ଠା ନ୍ୟାୟିକ ବ୍ୟବସ୍ଥାରେ ଦେଶବାସୀଙ୍କ ବିଶ୍ବାସର ପ୍ରତୀକ

author img

By ETV Bharat Odisha Team

Published : Jan 25, 2024, 7:33 PM IST

Updated : Jan 25, 2024, 10:47 PM IST

Presidents R Day Eve Address: ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି । କହିଲେ ରାମ ମନ୍ଦିର ପ୍ରତିଷ୍ଠା ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ଦେଶବାସୀଙ୍କ ଆସ୍ଥାର ପ୍ରତୀକ । ଦେଶରେ ସହ-ଅସ୍ତିତ୍ୱର ଭାବନା, ଭୂଗୋଳର ବୋଝ ନୁହେଁ, ବରଂ ସାମୂହିକ ଆନନ୍ଦର ସ୍ରୋତ । ଅଧିକ ପଢନ୍ତୁ

ସାଧାରଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ରାଷ୍ଟ୍ରକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ରାମ ମନ୍ଦିର ପ୍ରତିଷ୍ଠା ଓ ମହିଳା ସଂରକ୍ଷଣ ବିଲକୁ ପ୍ରଂଶସା

ନୂଆଦିଲ୍ଲୀ: ଆସନ୍ତାକାଲି 75ତମ ସାଧାରଣତନ୍ତ୍ର ଦିବସ ପାଳନ ହେବାକୁ ଯାଉଥିବା ବେଳେ ଏହାର ପୂର୍ବ ସଂଧ୍ୟାରେ ଆଜି ଦେଶକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦେଶବାସୀଙ୍କୁ ସାଧାରଣତନ୍ତ୍ର ଦିବସର ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି । ନିଜ ସମ୍ବୋଧନରେ ନିକଟରେ ଶେଷ ହୋଇଥିବା ରାମ ଜନ୍ମଭୂମି ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଓ ଶୀତ ଅଧିବେଶନରେ ପାରିତ ହୋଇଥିବା ମହିଳା ସଂରକ୍ଷଣ ଅଧିନିୟମକୁ ପ୍ରଂଶସା କରିଛନ୍ତି । ଏହି ଦୁଇ ଘଟଣା ଐତିହାସିକ ବୋଲି ରାଷ୍ଟ୍ରପତି କହିଛନ୍ତି । ଦେଶର ବର୍ତ୍ତମାନ ସ୍ଥିତି, ଗତି, ଉପଲବ୍ଧି ଓ ଭବିଷ୍ୟତର ସମ୍ଭାବନା ମଧ୍ୟ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ସ୍ଥାନ ପାଇଛି ।

ଅମୃତକାଳରେ ବିକଶିତ ରାଷ୍ଟ୍ର ହେବ ଭାରତ :-

ଆଜି ସଂଧ୍ୟାରେ ଭର୍ଚ୍ଚୁଆଲି ଦେଶକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ଦେଶ ସ୍ୱାଧୀନତାର ଶତାବ୍ଦୀ ପୂର୍ତ୍ତିର ନିକଟବର୍ତ୍ତୀ ହେଉଛି । ଏବେ ଦେଶେ ଅମୃତକାଳର ପ୍ରାରମ୍ଭିକ ପର୍ଯ୍ୟାୟ ଦେଇ ଗତି କରୁଛି । ଏହା ଯୁଗର ପରିବର୍ତ୍ତନର ଏକ ଅବଧି । ବର୍ତ୍ତମାନର ଆମ ଦେଶକୁ ନୂତନ ଉଚ୍ଚତାକୁ ନେବା ପାଇଁ ଆମକୁ ଏକ ସୁବର୍ଣ୍ଣ ସୁଯୋଗ ମିଳିଛି । ଆମର ଲକ୍ଷ୍ୟ ହାସଲ କରିବା ପାଇଁ ପ୍ରତ୍ୟେକ ନାଗରିକଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ସମ୍ବିଧାନରେ ପ୍ରଦତ୍ତ ମୌଳିକ କର୍ତ୍ତବ୍ୟକୁ ସମସ୍ତ ନାଗରିକ ପାଳନ କରନ୍ତୁ । ସ୍ବାଧୀନନତାର 100 ବର୍ଷରେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଦିଗରେ ଏହି କର୍ତ୍ତବ୍ୟ ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ବ ବୋଲି ରାଷ୍ଟ୍ରପତି କହିଛନ୍ତି ।

ନ୍ୟାୟିକ ପ୍ରକ୍ରିୟାରେ ଦେଶବାସୀଙ୍କ ବିଶ୍ବାସର ପ୍ରତୀକ ‘ରାମ ମନ୍ଦିର’:-

ରାଷ୍ଟ୍ରପତି କହିଛନ୍ତି,‘‘ ନିକଟରେ ଆମେ ସମସ୍ତେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନରେ ନିର୍ମିତ ଭବ୍ୟ ମନ୍ଦିରରେ ସ୍ଥାପିତ ବିଗ୍ରହଙ୍କ ଐତିହାସିକ ପ୍ରାଣପ୍ରତିଷ୍ଠା ସମାରୋହର ସାକ୍ଷୀ ହେବାର ସୌଭାଗ୍ୟ ପାଇଛୁ । ଭବିଷ୍ୟତରେ, ଯେତେବେଳେ ଏହି ଘଟଣାକୁ ଏକ ବ୍ୟାପକ ଦୃଷ୍ଟିକୋଣରେ ଦେଖାଯିବ, ଐତିହାସିକମାନେ ଏହାକୁ ଭାରତର ଉପଲବ୍ଧି ଭାବେ ବ୍ୟାଖ୍ୟା କରିବେ । ଉପଯୁକ୍ତ ନ୍ୟାୟିକ ପ୍ରକ୍ରିୟା ଏବଂ ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ପରେ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଭବ୍ୟ ମନ୍ଦିର କେବଳ ଲୋକଙ୍କ ବିଶ୍ବାସକୁ ପରିପ୍ରକାଶ କରୁନାହିଁ ବରଂ ନ୍ୟାୟ ପ୍ରକ୍ରିୟାରେ ଆମ ଦେଶବାସୀଙ୍କ ଅପାର ବିଶ୍ବାସର ଏକ ବଳିଷ୍ଠ ପ୍ରମାଣ ମଧ୍ୟ ସୃଷ୍ଟି କରିଛି ।

ସହ-ଅସ୍ତିତ୍ୱର ଭାବନା, ଭୁଗୋଳର ବୋଝ ନୁହେଁ, ବରଂ ସାମୂହିକ ଆନନ୍ଦର ସ୍ରୋତ :-

ଭାରତର ବିଶାଳ ଜନସଂଖ୍ୟା, ବିବିଧ ଦର୍ଶନ ଓ ସାମାଜିକ ଭିନ୍ନତା ମଧ୍ୟରେ ଜାତୀୟ ଏକତାକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି । ରାଷ୍ଟ୍ରପତି କହିଛନ୍ତି ଯେ, ଆମ ଗଣତନ୍ତ୍ରର ମୌଳିକ ସଂରଚନା ​​ଦ୍ୱାରା 140 କୋଟିରୁ ଅଧିକ ଭାରତୀୟ ଗୋଟିଏ ପରିବାର ପରି ବାସ କରନ୍ତି । ଏହି ବିଶ୍ବର ସବୁଠୁ ବଡ ପରିବାର ପାଇଁ, ସହ-ଅସ୍ତିତ୍ୱର ଭାବନା ​ଭୂଗୋଳ ଦ୍ୱାରା ସୃଷ୍ଟି ହୋଇଥିବା ବୋଝ ନୁହେଁ, ବରଂ ସାମୂହିକ ଆନନ୍ଦର ଏକ ପ୍ରାକୃତିକ ଉତ୍ସ । ଯାହା ଆମ ଗଣତନ୍ତ୍ର ଦିବସ ପାଳନ ଅବସରରେ ପ୍ରତିଫଳିତ ହୋଇଛି ।

କର୍ପୁରୀ ଠାକୁରଙ୍କୁ କଲେ ସ୍ମରଣ:-

ନିକଟରେ ମରଣୋତ୍ତର ଭାରତରତ୍ନ ପାଇଁ ଘୋଷିତ ହୋଇଥିବା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓବିସି ଉତ୍ଥାନର କର୍ଣ୍ଣଧାର କର୍ପୂରୀ ଠାକୁରଙ୍କୁ ମଧ୍ୟ ସମ୍ବୋଧନରେ ସ୍ମରଣ କରିଛନ୍ତି ରାଷ୍ଟ୍ରପତି । କହିଛନ୍ତି,‘‘ ମୁଁ ଉଲ୍ଲେଖ କରିବାକୁ ଚାହେଁ ଯେ ସାମାଜିକ ନ୍ୟାୟ ପାଇଁ ନିରନ୍ତର ସଂଗ୍ରାମ କରୁଥିବା କର୍ପୁରୀ ଠାକୁରଜୀଙ୍କର ଜନ୍ମ ଶତବାର୍ଷିକୀ ପାଳନ ଶେଷ ହୋଇଛି । କର୍ପୁରୀଜୀ ପଛୁଆ ଶ୍ରେଣୀର ଉତ୍ଥାନ ଅନ୍ୟତମ ଶ୍ରେଷ୍ଠ କର୍ଣ୍ଣଧାର ଥିଲେ । ତାଙ୍କର ସମଗ୍ର ଜୀବନକୁ ସେ ପଛୁଆ ବର୍ଗର କଲ୍ୟାଣ ପାଇଁ ଉତ୍ସର୍ଗ କରିଦେଇଥିଲେ । ତାଙ୍କ ଜୀବନ ଏକ ବାର୍ତ୍ତା ସଦୃଶ ଥିଲା । ତାଙ୍କ ଅବଦାନ ପାଇଁ ମୁଁ କର୍ପୁରୀଜୀଙ୍କୁ ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।’’

G20 ଆୟୋଜନ ଏକ ଅଦ୍ଭୁତପୂର୍ବ ସଫଳତା:-

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ଆମର ଜାତୀୟ ଦିବସଗୁଡିକରେ ଆମେ ଅତୀତକୁ ମନେ ପକାଇବା ସହ ଦେଶର ଭବିଷ୍ୟତ ଆଡକୁ ମଧ୍ୟ ଦେଖିବା ଉଚିତ । ଗତ ଏକବର୍ଷ ମଧ୍ୟରେ ଦେଶର ଉପଲବ୍ଧିକୁ ସମୀକ୍ଷା କଲେ, ବେଶ ଖୁସି ଅନୁଭବ ହୁଏ । ଭାରତର ଅଧ୍ୟକ୍ଷତାରେ ଦିଲ୍ଲୀରେ ଜି-20 ଶିଖର ସମ୍ମିଳନୀର ସଫଳତାର ସହ ଆୟୋଜନ ହେବା ଏକ ଅଦ୍ଭୁତପୂର୍ବ ସଫଳତା । ଜି-20 ସମ୍ବନ୍ଧୀୟ କାର୍ଯ୍ୟକ୍ରମରେ ସାଧାରଣ ଲୋକଙ୍କ ଅଂଶଗ୍ରହଣ ବିଶେଷ ଉଲ୍ଲେଖନୀୟ ବୋଲି ରାଷ୍ଟ୍ରପତି କହିଛନ୍ତି ।

Last Updated : Jan 25, 2024, 10:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.