ETV Bharat / bharat

ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବେନି ଏହି ସବୁ ନେତା

Pran Pratishtha: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସାମିଲ ହେବେନି ବିରୋଧି ଦଳ ନେତା । ଏହା ବିଜେପିର କାର୍ଯ୍ଯକ୍ରମ ବୋଲି କହିଲେ ବିରୋଧି ନେତା । ଅଧିକ ପଢନ୍ତୁ

ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ
pran pratishtha
author img

By ETV Bharat Odisha Team

Published : Jan 22, 2024, 11:39 AM IST

ହାଇଦ୍ରାବାଦ: ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ 7000ରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି । ରାଜନେତା, ସେଲିବ୍ରେଟି, ଶିଳ୍ପପତି ଓ ଖେଳାଙ୍କୁ ନିମନ୍ତ୍ରଣ କରାଯିବା ପରେ ଅଯୋଧ୍ୟାରେ ପହଞ୍ଚୁଛନ୍ତି ନିମନ୍ତ୍ରିତ ଅତିଥି । ଏହି ମହାନ ସମାରୋହରେ ନିମନ୍ତ୍ରଣ ପାଇଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ନିମନ୍ତ୍ରିତ ଅତିଥି । କିନ୍ତୁ ବିରୋଧି ଦଳ ନେତା ଏହି କାର୍ଯ୍ୟକ୍ରମରୁ ଦୂରେଇ ରହିଛନ୍ତି । ଆଗକୁ ଲୋକସଭା ନିର୍ବାଚନ ଥିବାରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବିରୋଧି ବିଜେପିକୁ ଟାର୍ଗେଟ କରି କହିଛନ୍ତି । ବହୁ ବିରୋଧି ଦଳ ନେତା ଏହି ପବିତ୍ର ସମାରୋହରେ ସାମିଲ ହେବେ ନାହିଁ ।

ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ସେ ଯୋଗ ଦେବେ ନାହିଁ ବୋଲି ସିଧା ସିଧା ମନା କରିଦେଇଛନ୍ତି । ସେହିପରି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ନିମନ୍ତ୍ରଣ ପଠାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଜେପି ରାଜନୈତିକ ରଙ୍ଗ ଦେଉଛି । ଭାରତୀୟ ଜନତା ପାର୍ଟି ଏବଂ ଆରଏସଏସର ଏହା ନିର୍ବାଚନ କାର୍ଯ୍ୟକ୍ରମ । ତେଣୁ ଏହି ସମାରୋହରେ ମୁଁ ସାମିଲ ହେବି ନାହିଁ । ସେହିପରି ବିରୋଧି ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ମନା କରି ଦେଇଛନ୍ତି । ରାହୁଲ ଗାନ୍ଧୀ ମଧ୍ୟ ସାମିଲ ହେବାକୁ ମନା କରି ଦେଇଛନ୍ତି । ବର୍ତ୍ତମାନ ସେ ଭାରତ ଯୋଡ ନ୍ୟାୟ ଯାତ୍ରାରେ ବ୍ୟସ୍ତ ରହିଛନ୍ତି । ସେ କହିଛନ୍ତି ଯେ, ଏହା ହେଉଛି ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟକ୍ରମ।

ଏହା ମଧ୍ୟ ପଢନ୍ତୁ-ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା, ଯୋଗ ଦେବେନି ଲାଲକୃଷ୍ଣ ଆଡଭାନୀ !

ସେହିପରି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ମଧ୍ୟ ଏହି କାର୍ଯ୍ୟକ୍ରମଠାରୁ ନିଜକୁ ଦୂରେଇ ରଖିଛନ୍ତି। ସେ କହିଛନ୍ତି ଯେ ଜାନୁଆରୀ 22 ପରେ ସେ ଏବଂ ତାଙ୍କ ପରିବାର ଅଯୋଧ୍ୟା ରାମ ମନ୍ଦିରକୁ ଯିବେ ଏବଂ ରାମଲାଲାର ଦର୍ଶନ କରିବେ । ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ମଧ୍ୟ ଏହି ସମାରୋହରେ ସାମିଲ ହେବେ ନାହିଁ । ପରେ ସେ ତାଙ୍କ ପରିବାର ସହ ଅଯୋଧ୍ୟା ଯିବେ ବୋଲି କହିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ମଧ୍ୟ ଅଂଶଗ୍ରହଣ କରିବେ ନାହିଁ। ଉଭୟ ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ମମତା ବାନାର୍ଜୀ କହିଛନ୍ତି ଯେ, ଆମେ ସଦା ସର୍ବଦା ବିଜେପି ବିରୋଧି, ତେଣୁ ଏହି କାର୍ଯ୍ୟକ୍ରମରେ ଆମେ ଅଂଶ ଗ୍ରହଣ କରିବୁ ନାହିଁ । ଆଜିର ଦିନରେ ପଶ୍ଚିମବଙ୍ଗରେ ଏକ ରାଲିର ଆୟୋଜନ କରାଯାଇଛି ।

ଏନସିପି ମୁଖ୍ୟ ଶରଦ ପାଓ୍ବାର, ସିପିଆଇ (ଏମ୍) ନେତା ସୀତାରାମ ୟେଚୁରୀଙ୍କୁ ମଧ୍ୟ ନିମନ୍ତ୍ରଣ ପଠାଯାଇଥିଲେ ମଧ୍ୟ ସେ ସାମିଲ ହେବେ ନାହିଁ । ଶିବସେନା ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ମଧ୍ୟ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ତାଙ୍କୁ ନିମନ୍ତ୍ରଣ ପଠାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.