ETV Bharat / bharat

କାମ ଦେଲା ଦେବେଗୌଡ଼ାଙ୍କ ଚେତାବନୀ ! ଆତ୍ମସମର୍ପଣ କରିବେ ପ୍ରଜ୍ଜ୍ବଳା ରେବନ୍ନା - Prajwal Revanna releases Video - PRAJWAL REVANNA RELEASES VIDEO

PRAJWAL REVANNA RELEASES VIDEO: ସରିଲା ଲୁଚକାଳି ଖେଳ । ମେ 31ରେ ପୋଲିସ ଆଗରେ ଆତ୍ମସମର୍ପଣ କରିବେ ଯୌନ କେଳେଙ୍କାରୀ ମାମଲାର ଅଭିଯୁକ୍ତ ପ୍ରଜ୍ଜ୍ବଳ ରେବନ୍ନା । ଅଧିକ ପଢନ୍ତୁ

PRAJWAL REVANNA
PRAJWAL REVANNA (ETV Bharat)
author img

By ETV Bharat Odisha Team

Published : May 27, 2024, 10:45 PM IST

ବେଙ୍ଗାଲୁରୁ: ମାସେ ପରେ ସାମ୍ନାକୁ ଆସିଲେ ଯୌନ କେଳେଙ୍କାରୀ ମାମଲାରେ ଜଡ଼ିତ ପୂର୍ବତନ ଜେଡିଏସ ନେତା ପ୍ରଜ୍ଜ୍ବଳ ରେବନ୍ନା । ସେ ମେ 31 ତାରିଖରେ ଏସଆଇଟି ଆଗରେ ଆତ୍ମସମର୍ପଣ କରିବେ ବୋଲି ଏକ ଭିଡିଓ ବାର୍ତ୍ତା ଜାରି କରି ସୂଚନା ଦେଇଛନ୍ତି । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ମିଥ୍ୟା ବୋଲି କହିବା ସହ ତାଙ୍କର ଆଇନ ଉପରେ ସମ୍ପୂର୍ଣ୍ଣ ଭରସା ଅଛି ବୋଲି ସେ ଭିଡିଓରେ କହିଛନ୍ତି । କିଛି ଦିନ ପୂର୍ବେ ପ୍ରଜ୍ଜ୍ବଳଙ୍କ ଜେଜେ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ.ଡି ଦେବେଗୌଡା ତାଙ୍କୁ ଖୁବଶୀଘ୍ର ଆତ୍ମସମର୍ପଣ କରିବାକୁ ଚେତାବନୀ ଦେଇଥିଲେ ।

ପ୍ରଜ୍ଜ୍ବଳ ଜାରି କରିଥିବା ଭିଡିଓରେ କହିଛନ୍ତି, "ଏସଆଇଟି ଆଗରେ ଆସନ୍ତା ମେ 31 ସକାଳ 10ଟାରେ ମୁଁ ଆତ୍ମସମର୍ପଣ କରିବାକୁ ଯାଉଛି । ମୋର କୋର୍ଟ ଉପରେ ପୁରା ବିଶ୍ବାସ ଅଛି । ମୋ ବିରୋଧରେ ହୋଇଥିବା ମିଥ୍ୟା କେସରୁ ମୁଁ ନିଶ୍ଚିତ ମୁକୁଳିବି । ମୋ ସହିତ ମୋ ପରିବାର, ଜନତା ଓ ଭଗବାନଙ୍କ ଆଶୀର୍ବାଦ ଅଛି । ଯାହା ସବୁ ଘଟିଛି ତାହା ଖୁବଶୀଘ୍ର ସମାଧାନ ହେବ । ମୋ ଉପରେ ବିଶ୍ବାସ କରନ୍ତୁ ।" କନ୍ନଡ ଭାଷାରେ ସେ ଏହି ଭିଡିଓ ବାର୍ତ୍ତା ଜାରି କରିଛନ୍ତି ।

ଏହା ବି ପଢନ୍ତୁ- ଯୌନ କେଳେଙ୍କାରୀ ମାମଲା; ନାତିକୁ ୱାର୍ଣ୍ଣିଂ ଦେଲେ ପୂର୍ବତନ ପିଏମ ଦେବେଗୌଡ଼ା

33 ବର୍ଷୀୟ ପ୍ରଜ୍ଜ୍ବଳ ରେବନ୍ନା ଜଣେ ସମ୍ଭ୍ରାନ୍ତ ପରିବାରରୁ ଆସୁଥିବା ବେଳେ ସେ ଚଳିତ ନିର୍ବାଚନରେ ହାସନ ଲୋକସଭା ଆସନରୁ ଏନଡିଏ ପ୍ରାର୍ଥୀ ଅଛନ୍ତି । ତାଙ୍କ ବିରୋଧରେ ଏକାଧିକ ମହିଳାଙ୍କୁ ଦୁଷ୍କର୍ମ ଓ ତାହାର ଭିଡିଓ ଉତ୍ତୋଳନ କରିବା ଭଳି ସାଙ୍ଘାତିକ ଅଭିଯୋଗ ରହିଛି । ହାସନ ଲୋକସଭାରେ ଭୋଟ ପଡ଼ିବାର ଗୋଟିଏ ଦିନ ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଏହାପରେ ଏପ୍ରିଲ 27 ତାରିଖରେ ସେ ଜର୍ମାନୀ ପଳାୟନ କରିଥିଲେ । ତାଙ୍କୁ ଧରିବା ଲାଗି ପୋଲିସ ନାକେଦମ ହେବା ପରେ ବ୍ଲୁ କର୍ଣ୍ଣର ନୋଟିସ ମଧ୍ୟ ଜାରି କରାଯାଇଥିଲା ।

ମେ 18 ତାରିଖରେ ତାଙ୍କ ବିରୋଧରେ ଆରେଷ୍ଟ ୱାରେଣ୍ଟ ମଧ୍ୟ ଜାରି କରାଯାଇଥିଲା । ତାଙ୍କୁ ସ୍ବଦେଶ ଫେରିଆସିବାକୁ ବାଧ୍ୟ କରିବା ଲାଗି ଏସଆଇଟି ଟିମ ପ୍ରଜ୍ଜ୍ବଳଙ୍କ ସମସ୍ତ ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରିବା ଲାଗି ଯୋଜନା କରିଥିଲା । ଏହାସହିତ କର୍ଣ୍ଣାଟକ ସରକାର ପ୍ରଜ୍ଜ୍ବଳଙ୍କ ଡିପ୍ଲୋମାଟିକ ପାସପୋର୍ଟ ରଦ୍ଦ କରିବାକୁ କେନ୍ଦ୍ରକୁ ଅନୁରୋଧ କରିଥିଲେ । ଏହାବାଦ ଗତ ମେ 23 ତାରିଖରେ ନାତିକୁ ତାଗିଦ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡ଼ା । ଖୁବଶୀଘ୍ର ଆଇନର ସାମ୍ନା କରିବାକୁ ସେ ନାତିକୁ କହିଥିଲେ । ଏହାସହିତ ତାଙ୍କର ଧୈର୍ଯ୍ୟର ପରୀକ୍ଷା ନ କରିବାକୁ ଚେତାବନୀ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.