ETV Bharat / bharat

ଯୌନ କେଳେଙ୍କାରୀ: ପ୍ରଜ୍ଜଳ ରେବନ୍ନା ଗିରଫ, ଜର୍ମାନୀରୁ ଫେରିବା କ୍ଷଣି ମାଡ଼ିବସିଲା SIT - Prajwal Revanna arrested

author img

By ETV Bharat Odisha Team

Published : May 31, 2024, 6:44 AM IST

Updated : May 31, 2024, 9:26 AM IST

Prajwal Revanna Arrested: କର୍ଣ୍ଣାଟକ ଅଶ୍ଳୀଳ ଭିଡିଓ ମାମଲାରେ ନିଲମ୍ବିତ ଜେଡିଏସ ସାଂସଦ ପ୍ରଜ୍ଜଳ ରେବନ୍ନା ଗିରଫ । ଗତକାଲି ବିଳମ୍ବିତ ରାତିରେ ବେଙ୍ଗାଲୁରୁ ଏୟାରପୋର୍ଟରୁ ଏସଆଇଟି ତାଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

ବେଙ୍ଗାଲୁରୁ ଏୟାରପୋର୍ଟରୁ ପ୍ରଜ୍ଜଳା ରେବନ୍ନା ଗିରଫ, ଆଜି କୋର୍ଟରେ ହାଜର
ବେଙ୍ଗାଲୁରୁ ଏୟାରପୋର୍ଟରୁ ପ୍ରଜ୍ଜଳା ରେବନ୍ନା ଗିରଫ, ଆଜି କୋର୍ଟରେ ହାଜର (ETV Bharat Odisha)

ବେଙ୍ଗାଲୁରୁ: କର୍ଣ୍ଣାଟକ ଅଶ୍ଳୀଳ ଭିଡିଓ ମାମଲାରେ ଗିରଫ ହେଲେ ନିଲମ୍ବିତ ଜେଡିଏସ୍ ନେତା ତଥା ହାସନ ସାଂସଦ ପ୍ରଜ୍ଜଳ ରେବନ୍ନା । ଗତକାଲି (ଗୁରୁବାର) ବିଳମ୍ବିତ ରାତିରେ ସେ ଜର୍ମାନୀରୁ ଫେରି ବେଙ୍ଗାଲୁରୁ ଏୟାରପୋର୍ଟରେ ପହଞ୍ଚିବା ମାତ୍ରେ ତାଙ୍କୁ ଏସ୍‌ଆଇଟି (SIT) ଟିମ୍ ଗିରଫ କରିଛି । ସେଠାରୁ ପ୍ରଜ୍ଜଳଙ୍କୁ ବେଙ୍ଗାଲୁରୁ ସ୍ଥିତ ସିଆଇଡି (CID) ଅଫିସକୁ ନିଆଯାଇଛି । ଆଜି ତାଙ୍କୁ କୋର୍ଟରେ ହାଜର କରାଯାଇପାରେ ।

ସୂଚନା ମୁତାବକ, ବିଳମ୍ବିତ ରାତିରେ ସାଂସଦ ପ୍ରଜ୍ଜଳ ବେଙ୍ଗାଲୁରୁ କେମ୍ପେଗୌଡା ଅନ୍ତର୍ଜାତୀୟ ଏୟାରପୋର୍ଟରେ ପହଞ୍ଚିଥିଲେ । ସେଠି ସଜାଗ ଥିବା ସ୍ବତନ୍ତ୍ର ତଦନ୍ତକାରୀ ଦଳ (SIT) ସଙ୍ଗେ ସଙ୍ଗେ ସାଂସଦଙ୍କୁ ଗିରଫ କରିଥିଲା । ଟିମ୍ ତାଙ୍କର ଦୁଇଟି ଚେକ୍-ଇନ ବ୍ୟାଗ ଜବତ କରିବା ସହ ଅଲଗା କାରରେ ସିଆଇଡି ଅଫିସକୁ ନେଇଯାଇଥିଲା । ଅନ୍ୟପଟେ ସାଂସଦ ପ୍ରଜ୍ଜଳ ରେବନ୍ନାଙ୍କୁ ବେଙ୍ଗାଲୁରୁ ସିଆଇଡି କାର୍ଯ୍ୟାଳୟ ନିଆଯିବା ପୂର୍ବରୁ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । କାର୍ଯ୍ୟାଳୟ ବାହାରେ ବ୍ୟାରିକେଡ୍ ଲଗାଯାଇଥିଲା । ପ୍ରଜ୍ଜଳଙ୍କର ଆଜି ମେଡିକାଲ ଟେଷ୍ଟ କରାଯିବ । ଏହାପରେ ତାଙ୍କୁ କୋର୍ଟରେ ହାଜର କରାଯିବ । ସେଠାରେ ପୋଲିସ ତାଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ମାଗିପାରେ ।

ଏହା ମଧ୍ୟ ପଢନ୍ତୁ: କର୍ଣ୍ଣାଟକ ଅଶ୍ଳୀଳ ଭିଡିଓ କେଳେଙ୍କାରୀ: ବିଜେପି ନେତାଙ୍କ ସହଯୋଗୀ ସମେତ ୨ ଅଭିଯୁକ୍ତ ଗିରଫ - Prajwal Revanna Sex Scandal

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କର୍ଣ୍ଣାଟକରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ବେଳେ ପ୍ରଜ୍ଜଳ ରେବନ୍ନାଙ୍କ ଏକ ସେକ୍ସ ଭିଡିଓ ଭାଇରାଲ ହୋଇଥିଲା । ସେ ୨୦୦୦ ମହିଳାଙ୍କୁ ଯୌନ ଉତ୍ପୀଡନ ଦେଇଥିବା ଅଭିଯୋଗ ହୋଇଥିଲା । ତାଙ୍କ ଘରେ କାମ କରୁଥିବା ଜଣେ ଘରୋଇ ସହାୟିକା ପ୍ରଜ୍ଜଳଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ କରିଥିଲେ । ଏହି ଘଟଣା ଜଣାପଡିବା ପରେ ସାଂସଦ ଦେଶ ଛାଡି ଜର୍ମାନୀ ପଳାୟନ କରିଥିଲେ । ସେପଟେ ତାଙ୍କ ବାପା ଏଚ୍‌ଡି ରେବନ୍ନାଙ୍କୁ ଏସଆଇଟି ଗିରଫ କରାଯାଇଥିଲା ।

କହିରଖୁଛୁ କି, ୩୩ ବର୍ଷୀୟ ପ୍ରଜ୍ଜଳ ରେବନ୍ନା ବର୍ତ୍ତମାନ ସାଂସଦ ଥିବାବେଳେ ଚଳିତ ନିର୍ବାଚନରେ ହାସନ ଲୋକସଭା ଆସନରେ ଏନଡିଏ ପ୍ରାର୍ଥୀ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନାତି ନାଁରେ ଯୌନ କେଳେଙ୍କାରୀ ମାମଲା, କଣ କହିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଦେବେଗୌଡା - Karnataka Sex Scandal

Last Updated : May 31, 2024, 9:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.