ETV Bharat / bharat

IAS ପୂଜା ଖେଡକରଙ୍କ ନାଁରେ ନୂଆ ଖୁଲାସା; ଭିନ୍ନକ୍ଷମ ସାର୍ଟିଫିକେଟ ପାଇଁ ଦେଇଥିଲେ ନକଲି ରାସନ କାର୍ଡ - Pooja Khedkar

author img

By ETV Bharat Odisha Team

Published : Jul 17, 2024, 5:58 PM IST

IAS officer Pooja Khedkar Row: ମୁମ୍ବାଇର ବହୁଚର୍ଚ୍ଚିତ IAS ପୂଜା ଖେଡକର ବିରୋଧରେ ନୂଆ ସଙ୍ଗୀନ ଅଭିଯୋଗ । ଭିନ୍ନକ୍ଷମ ସାର୍ଟିଫିକେଟ ହାତେଇବା ପାଇଁ ନକଲି ରାସନ କାର୍ଡ ଓ ଠିକଣା ଦେଇଥିଲେ ଏହି ଆଇଏଏସ୍ । ଅଧିକ ପଢନ୍ତୁ

IAS ପୂଜା ଖେଡକରଙ୍କ ନାଁରେ ନୂଆ ଖୁଲାସା; ଭିନ୍ନକ୍ଷମ ସାର୍ଟିଫିକେଟ ପାଇଁ ଦେଇଥିଲେ ନକଲି ରାସନ କାର୍ଡ
IAS ପୂଜା ଖେଡକରଙ୍କ ନାଁରେ ନୂଆ ଖୁଲାସା; ଭିନ୍ନକ୍ଷମ ସାର୍ଟିଫିକେଟ ପାଇଁ ଦେଇଥିଲେ ନକଲି ରାସନ କାର୍ଡ (ETV Bharat Odisha)

ମୁମ୍ବାଇ: ମୁମ୍ବାଇର ବହୁଚର୍ଚ୍ଚିତ ଟ୍ରେନି ଆଇଏଏସ୍ ପୂଜା ହେଡକରଙ୍କ ବିରୋଧରେ ପୁଣି ନୂଆ ଖୁଲାସା । ଭିନ୍ନକ୍ଷମ ସାର୍ଟିଫିକେଟ ପାଇବାକୁ ନକଲି ରାସନ କାର୍ଡ ଏବଂ ଠିକଣା ଦେଇଥିଲେ ପୂଜା ହେଡକର । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ନିଜର ଭୁଲ୍ ଠିକଣା ଓ ନକଲି ରାସନ କାର୍ଡ ଦେଇ ଭିନ୍ନକ୍ଷମ ସାର୍ଟିଫିକେଟ ବାହାର କରିଥିବା ଏବେ ତଦନ୍ତରୁ ଜଣାପଡିଛି ।

ETV Bharat Odisha
ETV Bharat Odisha (ETV Bharat Odisha)

ପୂଜା ହସ୍ପିଟାଲକୁ ଦେଇଥିବା ଡକ୍ୟୁମେଣ୍ଟରେ ନିଜ ଘରର ଠିକଣା ତାଲୱଡେ ଅଞ୍ଚଳର ଦେହୁ-ଆଲନ୍ଦି, ପ୍ଲଟ ନଂ-୫୩ ବୋଲି ଉଲ୍ଲେଖ କରିଥିଲେ । କିନ୍ତୁ ପ୍ରକୃତରେ ଏହି ଠିକଣା ଏକ ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡ କମ୍ପାନୀର, ଯାହାକି ଏବେ ଅଚଳ ରହିଛି ଏବଂ ଏହା ଆବାସିକ ସମ୍ପତ୍ତି ନୁହେଁ ବୋଲି ଛାନଭିନ୍ ସମୟରେ ଜଣାପଡିଛି । ସେହି କମ୍ପାନୀ ଠିକଣାରେ ନକଲି ରାସନ କାର୍ଡ କରାଯାଇଥିଲା । ଯାହାକୁ ପୂଜା ପରବର୍ତ୍ତୀ ସମୟରେ ଭିନ୍ନକ୍ଷମ ସାର୍ଟିଫିକେଟ ବାହାର କରିବାକୁ ବ୍ୟବହାର କରିଥିଲେ । ୨୦୨୨ ଅଗଷ୍ଟ ୨୪ରେ ତାଙ୍କର ଭିନ୍ନକ୍ଷମ ସାର୍ଟିଫିକେଟ ବାହାରିଥିଲା, ଯେଉଁଥିରେ ତାଙ୍କ ଆଣ୍ଠୁର ୭ ପ୍ରତିଶତ ଅକ୍ଷମତା ଥିବା ଦର୍ଶାଯାଇଥିଲା।

ଏହା ମଧ୍ୟ ପଢନ୍ତୁ: ବଢୁଛି ଟ୍ରେନି IAS ପୂଜା ହେଡକରଙ୍କ ଅଡୁଆ, ହାତରୁ ଯାଇପାରେ ଚାକିରି - Trainee IAS Officer Pooja Khedkar

ଯାଞ୍ଚରୁ ଏହା ମଧ୍ୟ ଜଣାପଡିଛି ଯେ, ଉକ୍ତ ଅଚଳ କମ୍ପାନୀଟି ପୂଜାଙ୍କ ମାଆ ମନୋରମା ଖେଡକରଙ୍କର । ପୂଜା ବ୍ୟବହାର କରୁଥିବା ଅଡି କାର୍ ଏହି କମ୍ପାନୀ ଠିକଣାରେ ରେଜିଷ୍ଟର ହୋଇଛି । ଆହୁରି ମଧ୍ୟ, ଉକ୍ତ କମ୍ପାନୀ ଉପରେ ୩ ବର୍ଷ ହେଲା ୨ ଲକ୍ଷ ୭୭ ହଜାର ୬୮୮ ଟଙ୍କାର ଟିକସ ବକେୟା ରହିଥିବା ଟ୍ୟାକ୍ସ କଲେକ୍ସନ ଡିପାର୍ଟମେଣ୍ଟ ସୂଚନା ଦେଇଛି ।

ପୂର୍ବରୁ ପୂଜା ଖେଡକରଙ୍କ ମାଆଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏବେ ତାଙ୍କର ବାପା ମଧ୍ୟ ଆଇନ ଜାଲରେ ଛନ୍ଦି ହୋଇପାରନ୍ତି । ତାଙ୍କର ବାପା ଜଣେ ପୂର୍ବତନ ସରକାରୀ ଅଧିକାରୀ ହୋଇଥିବାବେଳେ ତାଙ୍କ ନାଁରେ ପ୍ରାୟ ୪୦ କୋଟି ଟଙ୍କାର ସମ୍ପତ୍ତି ରହିଛି । ଏମିତିକି ସେ ଅହମ୍ମଦାବାଦ ଆସନରୁ ଲୋକସଭା ନିର୍ବାଚନ ମଧ୍ୟ ଲଢିଥିଲେ । କିନ୍ତୁ ପରାଜିତ ହୋଇଥିଲେ । ଚାଷରୁ ତାଙ୍କର ବାର୍ଷିକ ୪୩ ଲକ୍ଷ ଆୟ ହେଉଥିବା ସେ ନିର୍ବାଚନୀ ସତ୍ୟପାଠରେ ଦର୍ଶାଇଥିଲେ । ଏହି ଘଟଣାରେ ଆଣ୍ଟି କରପସନ ବ୍ୟୁରୋ (ACB) ତଦନ୍ତ କରିବ ।

କହିରଖୁଛୁ କି, ଟ୍ରେନିଂ ସମୟରେ କ୍ୟାବିନ, କାର୍, କର୍ମଚାରୀ ଇତ୍ୟାଦି ଦାମୀ ଡିମାଣ୍ଡ କରି ଚର୍ଚ୍ଚାକୁ ଆସିଥିଲେ ୨୦୨୨ ବ୍ୟାଚ୍ ଆଇଏସଏସ୍ ପୂଜା ଖେଡକର । ଏଥିପାଇଁ ତାଙ୍କୁ ବଦଳି କରାଯାଇଥିବା ବେଳେ ଏହାପରଠୁ ପୂଜାଙ୍କ ବିରୋଧରେ ନୂଆ ନୂଆ ଅଭିଯୋଗ ଆସିବାରେ ଲାଗିଛି । ନକଲି ଭିନ୍ନକ୍ଷମ ସାର୍ଟିଫିକେଟ ବିବାଦ ପାଇଁ ତାଙ୍କର ଟ୍ରେନିଂ ସ୍ଥଗିତ ରଖାଯାଇଛି । ଏବେ ସେହି ନକଲି ସାର୍ଟିଫିକେଟ ପାଇଁ ସେ ନକଲି ଠିକଣା ଓ ରାସନ କାର୍ଡ ଦେବା ଘଟଣା ତାଙ୍କର ଅଡୁଆ ଆହୁରି ବଢାଇ ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.