ETV Bharat / bharat

ଆଜି କେନ୍ଦ୍ର ମନ୍ତ୍ରୀ ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ - PM Narendra Modi

Union Council of Ministers Meeting: ଆଜି ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ । ରାଜନୈତିକ ଦୃଷ୍ଟି କୋଣରୁ ବେଶ ଗୁରୁତ୍ବ ବହନ କରୁଛି ଆଜିର ବୈଠକ । ଅଧିକ ପଢନ୍ତୁ

Union Council of Ministers Meeting
Union Council of Ministers Meeting
author img

By ETV Bharat Odisha Team

Published : Mar 3, 2024, 7:39 AM IST

ନୂଆଦିଲ୍ଲୀ: ପାଖେଇ ଆସୁଛି ଲୋକସଭା ନିର୍ବାଚନ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତାରେ ଆଜି ବସିବ କେନ୍ଦ୍ର ମନ୍ତ୍ରୀ ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ । ଏହା ମୋଦିଙ୍କ ଦ୍ବିତୀୟ ପାଳିରେ ଶେଷ ଥରର ମନ୍ତ୍ରୀ ପରିଷଦର ବୈଠକ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ପ୍ରଧାନମନ୍ତ୍ରୀ ଅନେକ ସମୟରେ ମନ୍ତ୍ରୀ ପରିଷଦ ବୈଠକ କରି କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ମନ୍ତ୍ରୀଙ୍କ ସହ ଆଲୋଚନା କରୁଥିଲେ । ଆଗାମୀ ଏପ୍ରିଲ-ମେ ମାସରେ ଲୋକସଭା ନିର୍ବାଚନ ହେବାକୁ ଥିବା ବେଳେ ଆଜିର ମନ୍ତ୍ରୀ ପରିଷଦ ବୈଠକ ରାଜନୈତିକ ଦୃଷ୍ଟି କୋଣରୁ ବେଶ ଗୁରୁତ୍ବ ବହନ କରୁଛି ।

ଲୋକସଭା ନିର୍ବାଚନ ତାରିଖ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏପ୍ରିଲ କିମ୍ବା ମେ ମାସରେ ହେବା ନେଇ ଅନୁମାନ କରାଯାଉଛି । ଏହା ପୂର୍ବରୁ ଶନିବାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା ବିଜେପି । ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ନିର୍ବାଚନ ଆୟୋଗ ନିର୍ବାଚନ ତାରିଖ ଘୋଷଣା କରିବାର ସମ୍ଭାବନା ରହିଛି । ଆଜି ନୂଆଦିଲ୍ଲୀର ଚାନକ୍ୟାପୁରୀ ଡିପ୍ଲୋମେଟିକ ଏନକ୍ଲେଭରେ ଥିବା ସୁଷମା ସ୍ୱରାଜ ଭବନରେ କେନ୍ଦ୍ର ମନ୍ତ୍ରୀ ପରିଷଦର ବୈଠକ ଅନୁଷ୍ଠିତ ହେବ । ଗତ 5 ବର୍ଷରେ ସରକାରଙ୍କ ବିକାଶ ମୂଳକ କାର୍ଯ୍ୟ ଉପରେ ଆଲୋଚନା ହୋଇପାରେ ।

ଏହା ମଧ୍ୟ ପଢନ୍ତୁ-ବାରାଣାସୀରୁ ଲଢିବେ ପ୍ରଧାନମନ୍ତ୍ରୀ, ପ୍ରଥମ ପର୍ଯ୍ୟାୟରେ 34 କେନ୍ଦ୍ରମନ୍ତ୍ରୀଙ୍କ ସହ 195 ପ୍ରାର୍ଥୀ ଘୋଷଣା କଲା BJP

ଲୋକସଭା ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ବିଭିନ୍ନ ରାଜ୍ୟର ପ୍ରସ୍ତୁତି ଉପରେ ସମୀକ୍ଷା ଆରମ୍ଭ କରିଛନ୍ତି । 2014 ନିର୍ବାଚନ ଆୟୋଗ ମାର୍ଚ୍ଚ 5ରେ ନଅଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଥିଲେ । ଫଳାଫଳ ମେ 16ରେ ଘୋଷଣା କରାଯାଇଥିଲା । 2019ରେ ମାର୍ଚ୍ଚ 10ରେ ସାତୋଟି ପର୍ଯ୍ୟାୟ ଲୋକସଭା ନିର୍ବାଚନ ହୋଇଥିଲା । ଏହାର ଫଳାଫଳ ମେ 23ରେ ଘୋଷଣା କରାଯାଇଥିଲା । ଚଳିତ ବର୍ଷ କେବେ ହେବ ଲୋକସଭା ନିର୍ବାଚନ ଓ କେବେ କାର୍ଯ୍ୟସୂଚୀ ଜାରି କରୁଛନ୍ତି ନିର୍ବାଚନ ଆୟୋଗ ତାହା ଉପରେ ଏବେ ସମସ୍ତଙ୍କ ନଜର ।

ଆଗାମୀ ଲୋକସଭା ନିର୍ବାଚନ ପାଇଁ ଶନିବାର ବିଜେପି ଦଳର ପ୍ରଥମ ପର୍ଯ୍ୟାୟ ତାଲିକା ପ୍ରକାଶ ପାଇଥିଲା । ମୋଟ 18 ରାଜ୍ୟର 195 ଆସନରେ ପ୍ରାର୍ଥୀ ଘୋଷଣା କରିଥିଲା ବିଜେପି । ଏଥିରେ 34 ଜଣ କେନ୍ଦ୍ରମନ୍ତ୍ରୀ ରହିଥିବା ବେଳେ 2 ପୂର୍ବତନ ମୁଖ୍ୟମନ୍ତ୍ରୀ ମଧ୍ୟ ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.