ETV Bharat / bharat

ସିନ୍ଦ୍ରି ସାର କାରଖାନା ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ, 'ମୋଦି ଗ୍ୟାରେଣ୍ଟି ଆଜି ପୂରଣ ହେଲା'

author img

By ETV Bharat Odisha Team

Published : Mar 1, 2024, 1:33 PM IST

Narendra Modi in Jharkhand: ଝାଡ଼ଖଣ୍ଡ ସିନ୍ଦ୍ରି ସାର କାରଖାନାର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ । ସିନ୍ଦ୍ରିରେ 35,700 କୋଟି ଚଙ୍କା ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କଲେ । ଅଧିକ ପଢନ୍ତୁ

Narendra Modi in Jharkhand
Narendra Modi in Jharkhand

ରାଞ୍ଚି: ଆଜି ଝାଡଖଣ୍ଡ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ଫର୍ଟିଲାଇଜର ପ୍ଲାଣ୍ଟ ବୁଲି ଦେଖିବା ପରେ ଝାଡଖଣ୍ଡର ସିନ୍ଦ୍ରିରେ 35,700କୋଟି ଚଙ୍କା ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ଅନେକ ରେଳ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ କରିଛନ୍ତି । ରେଳ ପ୍ରକଳ୍ପ ମଧ୍ୟରେ ଦେବଧର-ଦିବ୍ରୁଗଡ ଟ୍ରେନ୍ ସେବା, ଟାଟାନଗର-ବାଦାମପାହାଡ ମଧ୍ୟରେ ମେମୁ ଟ୍ରେନ ସେବା, ଶିବପୁର ଷ୍ଟେସନରୁ ମାଲଗାଡି ଟ୍ରେନର ଶୁଭାରମ୍ଭ କରିଛନ୍ଚି । ଗୋରଖପୁର ଏବଂ ରାମଗୁଣ୍ଡମ ପରେ ସିନ୍ଦ୍ରିରେ ଏହା ତୃତୀୟ ସାର କାରଖାନା ଅଟେ ।

ଏହାପରେ ସିନ୍ଦ୍ରିରେ ଲୋକମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ସିନ୍ଦ୍ରିରେ ସାର କାରଖାନା ଆରମ୍ଭ କରିବା ନେଇ ମୁଁ ସଂକଳ୍ପ ନେଇଥିଲି । ଏହା ମୋଦିଙ୍କର ଗ୍ୟାରେଣ୍ଟି ଥିଲା । ଏହି ଗ୍ୟାରେଣ୍ଟି ଆଜି ପୂରଣ ହୋଇଛି । ୟୁରିଆ କ୍ଷେତ୍ରରେ ଆତ୍ମନିର୍ଭରଳଶୀଳ ପଦକ୍ଷେପ । ମୁଁ ଏହି କାରଖାନାର ଶିଳାନ୍ୟାସ କରିବା ପାଇଁ 2018 ମସିହାରେ ଆସିଥିଲି । ଏହା ଆଜି କେବଳ ସିନ୍ଦ୍ରି କାରଖାନା ହୋଇ ନାହିଁ ବରଂ ହଜାର ହଜାର ନୂତନ ନିଯୁକ୍ତି ମଧ୍ୟ ସୃଷ୍ଟି କରିପାରିଛି । "

ଏହା ମଧ୍ୟ ପଢନ୍ତୁ: ଆତ୍ମନିର୍ଭରଶୀଳତା ଓ ପରିବର୍ତ୍ତନଶୀଳ ଯାତ୍ରାକୁ ସୁଦୃଢ଼ କରିବ ସେମିକଣ୍ଡକ୍ଟର: ପ୍ରଧାନମନ୍ତ୍ରୀ

ଆତ୍ମନିର୍ଭରଶୀଳ ଦିଗରେ ଭାରତ: ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ୟୁରିଆକୁ ନେଇ ଭାରତ ଆତ୍ମନିର୍ଭରଶୀଳ ହେବା ଦିଗରେ ଆଗକୁ ବଢୁଛି । ଏହା କେବଳ ବୈଦେଶିକ ମୁଦ୍ରା ସଞ୍ଚୟ କରିବ ତାହା ନୁହେଁ ବରଂ କୃଷକମାନଙ୍କ ହିତରେ ମଧ୍ୟ ଖର୍ଚ୍ଚ କରିପାରିବ । ବିଗତ ୧୦ ବର୍ଷ ମଧ୍ୟରେ ଆମେ ଆଦିବାସୀ ସମାଜ, ଗରିବ, ଯୁବକ ଏବଂ ମହିଳାମାନଙ୍କୁ ପ୍ରାଥମିକତା ଦେଇ ଝାଡଖଣ୍ଡ ପାଇଁ କାର୍ଯ୍ୟ କରୁଛୁ ।"

2047 ସୁଦ୍ଧା ବିକଶିତ ଭାରତ: ଜନସାଧାରଣଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, 2047 ସୁଦ୍ଧା ଆମ ଦେଶକୁ ବିକଶିତ ବନେଇବା ଲକ୍ଷ୍ୟ । ବର୍ତ୍ତମାନ ସମୟରେ ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ମଧ୍ୟରୁ ଅନ୍ୟତମ । 2023-24 ଆର୍ଥିକ ବର୍ଷର ତୃତୀୟ ତ୍ରୟୋମାସିକରେ ଜିଡିପି ତଥ୍ୟ ଅନୁସାରେ, ଭାରତୀୟ ଅର୍ଥନୀତି 8.4 ପ୍ରତିଶତ ବୃଦ୍ଧି ପାଇଛି । ଭାରତର କ୍ଷମତା କେଉଁ ଭଳି ଭାବେ ବୃଦ୍ଧି ପାଉଛି ଏହା ଦର୍ଶାଉଛି । ବିକଶିତ ଭାରତ ଗଠନ ପାଇଁ ପ୍ରଥମେ ବିକଶିତ ଝାଡଖଣ୍ଡ ନିର୍ମାଣ କରିବାକୁ ହେବ ।

ହିନ୍ଦୁସ୍ତାନ ଫର୍ଟିଲାଇଜର୍ସ ଏବଂ କେମିକାଲ୍ସ ଲିମିଟେଡ୍ (HURL)ର ସିନ୍ଦ୍ରି ଫର୍ଟିଲାଇଜର୍ ପ୍ଲାଣ୍ଟ 8900 କୋଟିରୁ ଅଧିକ ଟଙ୍କା ଦେଇ ବିକଶିତ କରାଯାଇଛି । ୟୁରିଆ କ୍ଷେତ୍ରରେ ଆତ୍ମ ନିର୍ଭରଶୀଳ ହେବା ପାଇଁ ଏହା ଏକ ବଡ ପଦକ୍ଷେପ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.