ETV Bharat / bharat

ସମ୍ପୂର୍ଣ୍ଣ ହେଲା ପ୍ରାଣ ପ୍ରତିଷ୍ଠା, ବ୍ରତ ଭାଙ୍ଗିଲେ ମୋଦି

author img

By ETV Bharat Odisha Team

Published : Jan 22, 2024, 3:13 PM IST

PM Narendra Modi breaks his fast: ଶେଷ ହେଲା ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା। 11ଦିନ ପରେ ବ୍ରତ ଭାଙ୍ଗିଲେ ମୋଦି । ଅଧିକ ପଢନ୍ତୁ

ବ୍ରତ ଭାଙ୍ଗିଲେ ମୋଦି
Modi breaks his fast

ଅଯୋଧ୍ୟା: ପୌଷ ଶୁଳ୍କ ଦ୍ୱାଦଶୀ ତିଥିରେ ସମ୍ପୂର୍ଣ୍ଣ ହୋଇଛି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା । ମନ୍ଦିରରେ ବିରାଜିଛନ୍ତି ପ୍ରଭୁ ରାମଲାଲା । ଦୀର୍ଘବର୍ଷର ତ୍ୟାଗ ସଂଘର୍ଷ ପରେ ଜନ୍ମ ମାଟିରେ ପୂଜା ପାଇଲେ ପ୍ରଭୁ ରାମ ଚନ୍ଦ୍ର । ପ୍ରାଣ ପ୍ରତିଷ୍ଠା ଉତ୍ସବ ସରିବା ପରେ ବ୍ରତ ଭାଙ୍ଗିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମନ୍ଦିର ପୂଜକଙ୍କଠାରୁ ପାଦୁକା ଗ୍ରହଣ କରି ମୋଦି ବ୍ରତ ଭାଙ୍ଗିଛନ୍ତି । ସେ ଗତ 12 ତାରିଖଠାରୁ ରାମଲାଲାଙ୍କ ପାଇଁ 11 ଦିନ ଧରି ବ୍ରତ ରଖିଥିଲେ । ଯାହା ଆଜି ସମ୍ପୂର୍ଣ୍ଣ ହୋଇଛି ।

ଜାନୁଆରୀ 12 ତାରଖରେ ଏକ ଅଡିଓ ଜାରି କରି ପ୍ରାଣ ପ୍ରତିଷ୍ଠା ପାଇଁ 11 ଦିନ ଧରି ବ୍ରତ ପାଳନ କରିବା ନେଇ ଘୋଷଣା କରିଥିଲେ ମୋଦି । ସ୍ବତନ୍ତ୍ର ନୀତି ନିୟମ ଅନୁସାରେ ବ୍ରତ ପାଳନ କରିବେ ବୋଲି କହିଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ସେ ନିଷ୍ଠାର ସହ ବ୍ରତ ପାଳନ କରିଥିଲେ । ଭୂମିରେ ଶୋଇବା ସହିତ ମୋଦି ପଇଡ଼ ପାଣି ପିଉଥିବା ଏକ ରିପୋର୍ଟରେ ପ୍ରକାଶ ପାଇଥିଲା ।

ଏହା ମଧ୍ୟ ପଢନ୍ତୁ-500 ବର୍ଷ ପ୍ରତୀକ୍ଷାର ଅନ୍ତ; ବିରାଜିଲେ ପ୍ରଭୁ ଶ୍ରୀ ରାମଚନ୍ଦ୍ର, ମାହେନ୍ଦ୍ର ବେଳାରେ ହେଲା ପ୍ରାଣ ପ୍ରତିଷ୍ଠା

ବ୍ରତ ସମୟରେ ପ୍ରଭାତରୁ ଉଠି ସାତ୍ତ୍ବିକ ଡାଏଟ ଆପଣାଇବା ସହିତ ମୋଦି ପଶ୍ଚିମ ଏହଂ ଦକ୍ଷିଣ ଭାରତ ପରିଦର୍ଶନ କରୁଥିଲେ । ସେଠାରେ ବିଭିନ୍ନ ମନ୍ଦିରକୁ ଯାଇ ଭଗବାନଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଥିଲେ । ଜାନୁଆରୀ 20 ତାରିଖରେ ମୋଦି ତାମିଲନାଜୁ ଗସ୍ତ କରିଥିଲେ । ସେଠାରେ ତିରୁଚିରାପଲ୍ଲିରେ ରହିଥିବା ରଙ୍ଗନାଥସ୍ୱାମୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ମନ୍ଦିରରେ ପୂର୍ଜାଚ୍ଚନା କରିବା ସହିତ ହାତୀକୁ ଗୁଡ ଖୁଆଇ ଆଶୀର୍ବାଦ ନେଇଥିଲେ। ରବିବାର ତାମିଲନାଡୁର ଧନୁଷକୋଡି ଗସ୍ତ କରିଥିଲେ । ସେଠାରେ ଆରିଚାଲ ମୁନାଇ ପରିଦର୍ଶନ କରିଥିଲେ । ପରେ କୋଠଣ୍ଡରାମାସ୍ୱାମୀ ମନ୍ଦିର ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ ।

ଏହି ଗସ୍ତ ଶେଷ କରିବା ପରେ ଆଜି ଅଯୋଧ୍ୟା ଗସ୍ତରେ ଆସି ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାରେ ସାମିଲ ହୋଇଥିଲେ। ଯଜମାନ ଭାବେ ଦାୟିତ୍ବ ତୁଲାଇଥିଲେ ମୋଦି । ପ୍ରାଣ ପ୍ରତିଷ୍ଠା ସରିବା ପରେରାମଲାଲାଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରିଥଲେ ମୋଦି । ଏହାପରେ ପୂଜା ସ୍ଥାନରୁ ବିଦାୟ ନେଇ ସର୍ବସାଧାରଣ କାର୍ଯ୍ୟ ସ୍ଥଳରେ ପହଞ୍ଚିଥିଲେ । ମଞ୍ଚରେ ପୂଜକଙ୍କଠାରୁ ପାଦୁକା ଗ୍ରହଣ କରି ବ୍ରତ ଭାଙ୍ଗିଥିଲେ ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.