ETV Bharat / bharat

‘କଂଗ୍ରେସର ଇସ୍ତାହାର ମୁସଲିମ ଲିଗର ବିଚାରଧାରାର ପ୍ରତିଫଳନ, ମିଛ ପ୍ରତିଶୃତିର ବଣ୍ଡଲ’ - PM Modi target Congress Manifesto - PM MODI TARGET CONGRESS MANIFESTO

PM Modi on Congress Manifesto: କଂଗ୍ରେସ ଇସ୍ତାହାରକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ ମୋଦି । କହିଲେ, ଦେଶକୁ ବିଭାଜିତ କରିବାର ପ୍ରୟାସ । ମୁସଲିମ ଲିଗର ବିଚାରଧାରାର ପ୍ରତିଫଳନ । ଅଧିକ ପଢନ୍ତୁ

‘କଂଗ୍ରେସର ଇସ୍ତାହାର ମୁସଲିମ ବିଚାରର ପ୍ରତିଫଳନ, ମିଛ ପ୍ରତିଶୃତିର ବଣ୍ଡଲ’

author img

By ETV Bharat Odisha Team

Published : Apr 6, 2024, 9:27 PM IST

ନୂଆଦିଲ୍ଲୀ: ନିର୍ବାଚନର ଦୁଇସପ୍ତାହ ପୂର୍ବରୁ ଗତକାଲି ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ନିଜ ନିର୍ବାଚନୀ ଇସ୍ତାହାର ଘୋଷଣା କରିଥିଲା । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସର ଏହି ଇସ୍ତାହାରକୁ ଟାର୍ଗେଟ କରିଛନ୍ତି । କଂଗ୍ରେସର ସମ୍ପୂର୍ଣ୍ଣ ଇସ୍ତାହର ଏକ ମିଛ ବଣ୍ଡଲ । ପ୍ରତିଟି ପୃଷ୍ଠାରେ ଭାରତକୁ ଭାଗ ଭାଗ କରିବା ପାଇଁ ପ୍ରୟାସ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଗତକାଲି କଂଗ୍ରେସ ନିଜ ଦଳୀୟ ଇସ୍ତାହରରେ 5-ନ୍ୟାୟକୁ ସ୍ଥାନ ଦେଇଛି । ନାରୀ ନ୍ୟାୟ, କିଷାନ ନ୍ୟାୟ, ଶ୍ରମିକ ନ୍ୟାୟ, ଭାଗିଦାରୀ ନ୍ୟାୟ ଓ ଯୁବକ-ଯୁବତୀ ନ୍ୟାୟ ସମ୍ପର୍କରେ ଇସ୍ତାହାରରେ କହିଥିଲା ଦଳ । ସେହିପରି ଯୁବକ-ଯୁବତୀଙ୍କୁ ନ୍ୟାୟ ଅଧିନରେ ଦଳ 5ଟି ଗ୍ୟାରେଣ୍ଟି ମଧ୍ୟ ଦେଇଥିଲା । 30 ଲକ୍ଷ ସରକାରୀ ଚାକିରି ନିଶ୍ଚିତ କରିବା ପାଇଁ ଦଳ ଘୋଷଣା କରିଥିଲା ।

ଆଜି ପ୍ରଧାନମନ୍ତ୍ରୀ ମୋଦି ରାଜସ୍ଥାନର ଆଜମେରରେ ଏକ ନିର୍ବାଚନ ସଭାକୁ ସମ୍ବୋଧିତ କରି କଂଗ୍ରେସ ଉପରେ ବର୍ଷିଥିଲେ । କଂଗ୍ରେସ ଗତକାଲି ଜାରି କରିଥିବା ଇସ୍ତାହର କେବଳ ଏକ ମିଛ । ଏହି ଇସ୍ତାହାରରେ କେବଳ ମୁସଲିମ ଲିଗର ଚିନ୍ତାଧାରା ପ୍ରତିଫଳିତ ହୋଇଛି । ଦେଶକୁ ବିଭାଜନ କରିବା ପରି ଉଦ୍ୟମର ଗନ୍ଧ ଆସୁଛି । କଂଗ୍ରେସ ଏକ ପରିବାରବାଦୀ ପାର୍ଟି । ଏହାର ବହୁ ନେତା ଭ୍ରଷ୍ଟାଚାର ମାମଲାରେ ସମ୍ପୃକ୍ତ । ଯେତେବେଳେ ରାଜସ୍ଥାନରେ କଂଗ୍ରେସ ଶାସନରେ ଥିଲା, ସେତେବେଳେ ପ୍ରତିଦିନ ଅପରାଧ ଘଟୁଥିଲା । ଏବେ ବିଜେପି ଶାସନରେ ସେଥିରେ ସୁଧାର ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ତେବେ ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟ ପରେ କଂଗ୍ରେସ କ୍ୟାମ୍ପରୁ ମଧ୍ୟ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ କହିଛନ୍ତି, ବିଜେପି ଏପରି କରି ଲୋକଙ୍କ ଦୃଷ୍ଟି ଅନ୍ୟତ୍ର ପରିବର୍ତ୍ତନ କରିବାକୁ ଚାହେଁ । ସେହିପରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ମଧ୍ୟ ଦଳୀୟ ଇସ୍ତାହାରକୁ ପ୍ରଶଂସା କରିଛନ୍ତି । ଏହା ଲୋକଙ୍କ ଇସ୍ତାହାର ବୋଲି ଅଶୋକ କହିଛନ୍ତି । ବିଜେପି କେବଳ ଏହାକୁ ଟାର୍ଗେଟ କରି ପ୍ରକୃତ ପ୍ରସଙ୍ଗରୁ ଦେଶବାସୀଙ୍କ ଧ୍ୟାନ ହଟାଇବାକୁ ପ୍ରୟାସ କରୁଛି ବୋଲି ଅଶୋକ ମଧ୍ୟ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :- ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ ନଡ୍ଡାଙ୍କ ସମେତ 6 ସାଂସଦ - JP Nadda Takes Oath

କଂଗ୍ରେସ ଗତକାଲି ଘୋଷଣା କରିଥିବା 5 ନ୍ୟାୟ:-

1-ନାରୀ ନ୍ୟାୟ

2-କିଷାନ ନ୍ୟାୟ

3-ଶ୍ରମିକ ନ୍ୟାୟ

4- ଭାଗିଦାରୀ ନ୍ୟାୟ

5-ଯୁବକ ଯୁବତୀ ନ୍ୟାୟ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.