ETV Bharat / bharat

ରୋଜଗାର ମେଳା, ଆଜି 1 ଲକ୍ଷରୁ ଉର୍ଦ୍ଧ୍ବ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ଦେବେ ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Feb 12, 2024, 8:04 AM IST

Rozgar Mela: ଆଜି କେନ୍ଦ୍ର ସରକାରଙ୍କ 12 ତମ ରୋଜଗାର ମେଳା । 1 ଲକ୍ଷରୁ ଉର୍ଦ୍ଧ୍ବ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୋଦି । ଅଧିକ ପଢ଼ନ୍ତୁ

Rozgar Mela
Rozgar Mela

ନୂଆଦିଲ୍ଲୀ: ଆଜି ରୋଜଗାର ମେଳାରେ ୧ ଲକ୍ଷରୁ ଅଧିକ ନବନିଯୁକ୍ତ ସରକାରୀ କର୍ମଚାରୀମାନଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରାଯିବ । ପୂର୍ବାହ୍ନ ସାଢେ 10ଟା ସମୟରେ ଭିଡିଓ କନଫରେନ୍ସିଂ ଜରିଆରେ ନବ ନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର 47ଟି ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହେବ । ଏହି ପଦକ୍ଷେପ ଜରିଆରେ କେନ୍ଦ୍ର ସରକାରଙ୍କ ବିଭାଗ ଏବଂ ରାଜ୍ୟ ସରକାର/କେନ୍ଦ୍ରଶାସିତ ଅଞ୍ଚଳରେ ନିଯୁକ୍ତି ପ୍ରଦାନ କରାଯାଉଛି । ଦେଶବ୍ୟାପୀ ଚୟନ ହୋଇଥିବା ନବ ନିଯୁକ୍ତ କର୍ମଚାରୀମାନେ ରାଜସ୍ୱ ବିଭାଗ, ଆଣବିକ ଶକ୍ତି ବିଭାଗ, ଗୃହ ମନ୍ତ୍ରଣାଳୟ, ଉଚ୍ଚଶିକ୍ଷା ବିଭାଗ, ପ୍ରତିରକ୍ଷା ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ରେଳ ମନ୍ତ୍ରଣାଳୟର ବିଭିନ୍ନ ପଦବୀରେ ଯୋଗ ଦେବେ।

ଏହା ମଧ୍ୟ ପଢନ୍ତୁ-Rozgar Mela: 51 ହଜାର ଆଶାୟୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ ମୋଦି

ଦେଶରେ ରୋଜଗାର ସୃଷ୍ଟିକୁ ସର୍ବୋଚ୍ଚ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ରୋଜଗାର ମେଳାର ଆୟୋଜନ କରାଯାଉଛି । ଏହା ଅଧିକ ନିଯୁକ୍ତି ସୃଷ୍ଟି କରିବ ଏବଂ ନିଯୁକ୍ତି ଆଶାୟୀ ଯୁବକ ଯୁବତୀମାନଙ୍କୁ ଯଥାର୍ଥ କର୍ମ ସଂସ୍ଥାନ ଯୋଗାଇ ଦେଇ ସେମାନଙ୍କୁ ସଶକ୍ତ କରିବ । ଆଇଜିଓଟି କର୍ମଯୋଗୀ ପୋର୍ଟାଲର ଏକ ଅନଲାଇନ୍ ମଡ୍ୟୁଲ୍ କର୍ମଯୋଗୀ ପ୍ରାରମ୍ଭ ମାଧ୍ୟମରେ ନୂତନ ଭାବେ ନିଯୁକ୍ତି ପାଇଥିବା ସରକାରୀ କର୍ମଚାରୀମାନେ ନିଜକୁ ପ୍ରଶିକ୍ଷଣ ଦେବାର ସୁଯୋଗ ପାଉଛନ୍ତି, ଯେଉଁଥିରେ 'ଯେକୌଣସି ସ୍ଥାନରେ ଯେକୌଣସି ଡିଭାଇସ୍' ଶିକ୍ଷଣ ଫର୍ମାଟ ପାଇଁ 880ରୁ ଅଧିକ ଇ-ଲର୍ଣ୍ଣିଂ ପାଠ୍ୟକ୍ରମ ଉପଲବ୍ଧ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ-୫୧ ହଜାର ନବ ନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ଦେବେ ପ୍ରଧାନମନ୍ତ୍ରୀ, ଭୁବନେଶ୍ବରରୁ ୧୬୦ ଜଣ

ଗତବର୍ଷ ନଭେମ୍ବର ମାସରେ 11ତମ ରୋଜଗାର ମେଳା ଅନୁଷ୍ଠିତ ହୋଇଥିଲା । ଦେଶର ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୩୭ଟି ସ୍ଥାନରେ ରୋଜଗାର ମେଳା ଆୟୋଜିତ ହୋଇଥିବା ବେଳେ ପ୍ରାୟ 51 ହଜାର 156 ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ । ଓଡ଼ିଶାରୁ 203ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ସେହିପରି ଅକ୍ଟୋବର ମାସରେ 10ତମ ରୋଜଗାର ମେଳା ଅନୁଷ୍ଠିତ ହୋଇଥିଲା । ଏହା ଅଧୀନରେ ସରକାରୀ ବିଭାଗ ଏବଂ ବିଭିନ୍ନ ଅନୁଷ୍ଠାନରେ ପ୍ରାୟ 51 ହଜାର ନବ ନିଯୁକ୍ତ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ ପ୍ରଧାନମନ୍ତ୍ରୀ । ଓଡିଶାରୁ 160ରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବଣ୍ଟନ କରିଥିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.