ETV Bharat / bharat

‘ ବିଶ୍ବରେ ଆତଙ୍କବାଦ ପାଇଁ କୌଣସି ସ୍ଥାନ ନାହିଁ ’; ନେତାନ୍ୟାହୁଙ୍କ ସହ କଥା ହେଲେ ମୋଦି - Modi speaks to Netanyahu

author img

By ETV Bharat Odisha Team

Published : 3 hours ago

Modi speaks to Netanyahu: ନେତାନ୍ୟାହୁଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । ମଧ୍ୟପ୍ରାଚ୍ୟର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ କଲେ ଆଲୋଚନା । କହିଲେ ଆତଙ୍କବାଦ ପାଇଁ କୌଣସି ସ୍ଥାନ ନାହିଁ । ଅଧିକ ପଢନ୍ତୁ

‘ ବିଶ୍ବରେ ଆତଙ୍କବାଦ ପାଇଁ କୌଣସି ସ୍ଥାନ ନାହିଁ ’; ନେତାନ୍ୟାହୁଙ୍କ ସହ କଥା ହେଲେ ମୋଦି
‘ ବିଶ୍ବରେ ଆତଙ୍କବାଦ ପାଇଁ କୌଣସି ସ୍ଥାନ ନାହିଁ ’; ନେତାନ୍ୟାହୁଙ୍କ ସହ କଥା ହେଲେ ମୋଦି (ETV Bharat Odisha)

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତି ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗତକାଲି ରାତିରେ ଉଭୟ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଟେଲିଫୋନିକ୍‌ ବାର୍ତ୍ତାଳାପ ହୋଇଛି । ବର୍ତ୍ତମାନର ବିଶ୍ବରେ ଆତଙ୍କବାଦ ପାଇଁ କୌଣସି ସ୍ଥାନ ନାହିଁ । ଭାରତ ମଧ୍ୟପ୍ରାଚ୍ୟରେ ଶାନ୍ତି ଓ ସ୍ଥିରତା ନିଶ୍ଚିତ କରିବା ପାଇଁ ସମସ୍ତ ସହଯୋଗ କରିବ ବୋଲି ପ୍ରଧାନମନ୍ତ୍ରୀ ନିଜ ଇସ୍ରାଏଲୀ ପ୍ରତିପକ୍ଷଙ୍କୁ ଭରସା ଦେଇଛନ୍ତି । ଏହି ବାର୍ତ୍ତାଳାପ ସମ୍ପର୍କରେ ନିଜେ ପ୍ରଧାନମନ୍ତ୍ରୀ ମୋଦି ଓ ବିଦେଶ ମନ୍ତ୍ରଣାଳୟ ଟ୍ବିଟ୍‌ କରି ସୂଚନା ଦେଇଛନ୍ତି ।

  • ଆତଙ୍କବାଦ ବିରୋଧୀ ଲଢେଇକୁ ନୂଆଦିଲ୍ଲୀର ସମର୍ଥନ:-

ପ୍ରଧାନମନ୍ତ୍ରୀ ମୋଦି ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ପୋଷ୍ଟ କରି କହିଛନ୍ତି,‘‘ପଶ୍ଚିମ-ଏସିଆର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନେତନ୍ୟାହୁଙ୍କ ସହ କଥା ହେଲି । ବର୍ତ୍ତମାନ ବିଶ୍ବରେ ଆତଙ୍କବାଦର କୌଣସି ସ୍ଥାନ ନାହିଁ । ଶାନ୍ତି ଏବଂ ସ୍ଥିରତା ନିଶ୍ଚିତ କରିବା ଦିଗରେ ଯେକୌଣସି ପ୍ରୟାସକୁ ଭାରତ ସମର୍ଥନ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ।’’

  • ପ୍ରଥମରୁ ଇସ୍ରାଏଲକୁ ସମର୍ଥନ କରିଆସିଛି ଭାରତ:-

ପାଲେଷ୍ଟାଇନ ଅଧିକୃତ ଗାଜାରୁ ସଞ୍ଚାଳିତ ହେଉଥିବା ଆତଙ୍କୀ ସଂଗଠନ ‘ହମାସ’ ଗତବର୍ଷ (2023) ଅକ୍ଟୋବର 7 ତାରିଖରେ ଇସ୍ରାଏଲ ଉପରେ ଆକ୍ରମଣ କରିବା ସମୟରେ ଭାରତ ଇସ୍ରାଏଲକୁ ସମର୍ଥନ ଘୋଷଣା କରିବା ସହ ଆକ୍ରମଣକୁ କଡା ଶବ୍ଦରେ ନିନ୍ଦା କରିଥିଲା । ସେତେବେଳେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦି ନିଜ ପ୍ରତିପକ୍ଷ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ସହ ଫୋନରେ କଥା ହୋଇଥିଲେ । ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିବା ସହ ଇସ୍ରାଏଲୀ ନାଗରିକଙ୍କ ପ୍ରତି ନୂଆଦିଲ୍ଲୀ ସମବେଦନା ଜଣାଇଥିଲା । ଭାରତ-ଇସ୍ରାଏଲ ମଧ୍ୟରେ ଗତ 3ଦଶନ୍ଧି ଧରି ଉତ୍ତମ ଦ୍ବିପାକ୍ଷିକ ସମ୍ପର୍କ ରହିଆସିଛି । ଅନ୍ତର୍ଜାତୀୟ ମଞ୍ଚରେ ଦୁଇଦେଶ ପରସ୍ପରକୁ ସମର୍ଥନ କରିଆସୁଛନ୍ତି ।

ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି
ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :- ଖୋଜି ଖୋଜି ମାରୁଛି ଇସ୍ରାଏଲ; ସଫିଦ୍ଦିନ ‘ହିଜବୁଲ୍ଲା’ର ନୂଆ ମୁଖ୍ୟ, ନସରଲ୍ଲା ନିପାତ ପଛରେ ଇରାନ ଗୁପ୍ତଚର ! - Israel operation in Lebanon

ଏହା ମଧ୍ୟ ପଢନ୍ତୁ :- ଭାରତ-ଆମେରିକା ସମ୍ପର୍କ, ରହିଛି ଏହିସବୁ ପ୍ରତିବନ୍ଧକ - Indo US Relation

ଏହା ମଧ୍ୟ ପଢନ୍ତୁ :- ‘ ପାକିସ୍ତାନ ଆଜି କର୍ମଫଳ ଭୋଗୁଛି, ଆତଙ୍କବାଦକୁ ମୁହଁତୋଡ ଜବାବ ମିଳିବ’: ଜାତିସଂଘ ମଞ୍ଚରୁ ଜୟଶଙ୍କରଙ୍କ ଚେତାବନୀ - Jaishankar Warns Pakistan

  • ମଧ୍ୟପ୍ରାଚ୍ୟରେ ଆତଙ୍କବାଦ ବିରୋଧରେ ଲଢୁଛି ଇସ୍ରାଏଲ:-

ମଧ୍ୟପ୍ରାଚ୍ୟରେ ଏକାଧିକ ଆତଙ୍କୀ ସଂଗଠନ ବିରୋଧରେ ଏବେ ଯୁଦ୍ଧ ଲଢୁଛି ଇସ୍ରାଏଲ । ନିକଟରେ ଲେବନନରୁ ସଞ୍ଚାଳିତ ହେଉଥିବା କୁଖ୍ୟାତ ଆତଙ୍କୀ ସଂଗଠନ ‘ହିଜବୁଲ୍ଲା’ର ମୁଖ୍ୟ ହାସନ ନସରଲ୍ଲାକୁ ଇସ୍ରାଏଲ ସେନା ନିପାତ କରିବାରେ ସଫଳ ହୋଇଛି । ‘ହିଜବୁଲ୍ଲା’କୁ ସମୁଳେ ନାଶ କରିବା ପାଇଁ ଇସ୍ରାଏଲ ସେନାର ଗ୍ରାଉଣ୍ଡ ଅପରେସନ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଗୋଟିଏ ପରେ ଗୋଟିଏ ଆତଙ୍କୀ ସଂଗଠନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ଇସ୍ରାଏଲକୁ ଆମେରିକା ସମେତ ପଶ୍ଚିମ ରାଷ୍ଟ୍ରସମୂହଙ୍କ ସମର୍ଥନ ରହିଛି । ଗତବର୍ଷଠାରୁ ପ୍ରଥମେ ପାଲେଷ୍ଟାନୀୟ ଆତଙ୍କୀ ସଂଗଠନ ‘ହମାସ’ ଓ ପରେ ଲେବନନର ଆତଙ୍କୀ ସଂଗଠନ ‘ହିଜବୁଲ୍ଲା’କୁ ଧରାଶାୟୀ କରିବାରେ ଇସ୍ରାଏଲ ଡିଫେନ୍ସ ଫୋର୍ସ ସଫଳ ହୋଇଛି । ଏବେ ୟେମେନରୁ ସଞ୍ଚାଳିତ ହେଉଥିବା ଅନ୍ୟ ଏକ ଇରାନ ସମର୍ଥିତ ଆତଙ୍କବାଦୀ ସଂଗଠନ ‘ହୁତି’ ବିରୋଧରେ ମଧ୍ୟ ଇସ୍ରାଏଲ ସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ । କାରଣ ହୁତି ଏବେ ଇସ୍ରାଏଲକୁ ଆକ୍ରମଣ କରିବା ଆରମ୍ଭ କଲାଣି ।

ଇସ୍ରାଏଲ ଆକ୍ରମଣରେ ନିହତ ହିଜବୁଲ୍ଲା ମୁଖ୍ୟ ନସରଲ୍ଲା
ଇସ୍ରାଏଲ ଆକ୍ରମଣରେ ନିହତ ହିଜବୁଲ୍ଲା ମୁଖ୍ୟ ନସରଲ୍ଲା (ETV Bharat Odisha)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.