କୋଲକାତା: ଉତ୍ତର ପ୍ରଦେଶର ରାୟବରେଲିରୁ ନିର୍ବାଚନ ଲଢିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଗତ ଥର ଆମେଠିରୁ ନିର୍ବାଚନ ଲଢି ବିଜେପି ପ୍ରାର୍ଥିନୀ ସ୍ମୃତି ଇରାନୀଙ୍କଠାରୁ ରାହୁଲ ପରାଜିତ ହୋଇଥିଲେ । ଆମେଠି ଓ ରାୟବରେଲିକୁ ନେଇ ଦୀର୍ଘ ସମୟ ଧରି ସସପେନ୍ସ ପରେ ଗୁରୁବାର ବିଳମ୍ବିତ ରାତିରେ ଏହି 2 ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା କଂଗ୍ରେସ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶୁକ୍ରବାର) ପଶ୍ଚିମବଙ୍ଗ ବୁରଦ୍ବାନ ଗସ୍ତରେ ଥିବା ବେଳେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ଚଳିତ ନିର୍ବାଚନରେ ୱାୟନାଡ଼ରୁ ରାହୁଲଙ୍କ ପରାଜୟ ହେବାକୁ ଥିବା ବେଳେ ଏହି ଗନ୍ଧ ବାରି ସେ ରାୟବରେଲିରୁ ନିର୍ବାଚନ ଲଢୁଥିବା ସେ କହିଛନ୍ତି ।
-
डरो मत...भागो मत... pic.twitter.com/INQ6i1DfIw
— Narendra Modi (@narendramodi) May 3, 2024
ଶୁକ୍ରବାର ବୁରଦ୍ବାନରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ଏବେ କଂଗ୍ରେସର ଶେହଜାଦା (ରାହୁଲ ଗାନ୍ଧୀ) ଯିଏକି ଗତ ନିର୍ବାଚନରେ ଆମେଠିରୁ ନିର୍ବାଚନ ହାରିବା ପରେ କେରଳ ୱାୟନାଡକୁ ଆସିଥିଲେ, ଏଥର ସେ ରାୟବରେଲିରୁ ନିର୍ବାଚନ ଲଢୁଛନ୍ତି । କାରଣ ସେ ଜାଣିସାରିଛନ୍ତି ଚଳିତ ନିର୍ବାଚନରେ ୱାୟନାଡରୁ ସେ ହାରିବାକୁ ଯାଉଛନ୍ତି ।" ଏହାସହିତ ମୋଦି ପୁଣି ଧର୍ମ ଆଧାରିତ ସଂରକ୍ଷଣ ବ୍ୟବସ୍ଥାକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଧର୍ମ ଆଧାରରେ ସଂରକ୍ଷଣ ବ୍ୟବସ୍ଥାକୁ କେବେ ବି ସେ ଲାଗୁ କରିବାକୁ ଦେବେ ନାହିଁ ବୋଲି କହିଛନ୍ତି ।
ଏହା ବି ପଢନ୍ତୁ- ‘ଧର୍ମ ଆଧାରରେ ମୁସଲମାନଙ୍କୁ କୌଣସି ସଂରକ୍ଷଣ ମିଳିବନି’
ମୋଦି ମମତା ସରକାରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ପଶ୍ଚିମବଙ୍ଗରେ ଟିଏମସି ହିନ୍ଦୁମାନଙ୍କୁ 'ସେକେଣ୍ଡ କ୍ଲାସ ନାଗରିକ' କରିଛି । ଅନ୍ୟପଟେ ଲଭ ଜିହାଦ ପ୍ରସଙ୍ଗରେ ବିରୋଧୀ ଇଣ୍ଡିଆ ମେଣ୍ଟ ଉପରେ ବର୍ଷିଛନ୍ତି ମୋଦି । ଏନେଇ ସେ କହିଛନ୍ତି, "ବିରୋଧୀ ଏବେ ଲଭ ଜିହାଦ ଖେଳ ଆରମ୍ଭ କରିଦେଇଛି । କଂଗ୍ରେସ ଓ ତୃଣମୂଳ କଂଗ୍ରେସ ଏନେଇ ଚୁପ ଅଛନ୍ତି । ଭୋଟ ପାଇଁ ଏହି ଇଣ୍ଡିଆ ମେଣ୍ଟ ସବୁ କିଛି କରିବାକୁ ପ୍ରସ୍ତୁତ ଅଛି ।"
ଏହା ବି ପଢନ୍ତୁ- ରାୟବରେଲିରୁ ନାମାଙ୍କନ ଭରିଲେ ରାହୁଲ, ମା’ଙ୍କ ଆସନରୁ ଲଢ଼ିବେ ନିର୍ବାଚନ
ଗତ ମଙ୍ଗଳବାର ଉତ୍ତର ପ୍ରଦେଶ ପୋଲିସ କଂଗ୍ରେସ ନେତା ସଲମାନ ଖୁରଶିଦ ଓ ସମ୍ପର୍କୀୟ ମାରିଆ ଆଲମଙ୍କ ବିରୋଧରେ ମାମଲା ରୁଜୁ କରିଛି । ସମାଜବାଦୀ ପାର୍ଟି ନେତା ମାରିଆ ଆଲାମ ଇଣ୍ଡିଆ ମେଣ୍ଟ ପ୍ରାର୍ଥୀ ନବଲ କିଶୋର ଶାକ୍ୟାଙ୍କ ସପକ୍ଷରେ ଭୋଟ ମାଗିବା ସହିତ 'ଭୋଟ ଜିହାଦ' ନେଇ ଆହ୍ବାନ ଦେଇଥିଲେ । ମାରିଆ କହିଥିଲେ, "ଭୋଟ ଜିହାଦ ଲାଗି ଆମେ ଏକାଠି ହେବା । ବୁଦ୍ଧିମତାର ସହିତ ଭୋଟ ଦେବା । ନଚେତ ଏହି ସାଙ୍ଘି ସରକାର ଆମର ଅସ୍ତିତ୍ବକୁ ପୋଛିବାରେ ସଫଳ ହୋଇଯିବ ।" ମୁସଲିମ ସମ୍ପ୍ରଦାୟକୁ ଆହ୍ବାନ କରି ମାରିଆ ଏପରି ଆପତ୍ତିଜନକ ବୟାନ ଦେବା ପରେ ମୋଦି ତାଙ୍କ ଉପରେ ବର୍ଷିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ