ETV Bharat / bharat

କୋୱିନ ସାର୍ଟିଫିକେଟରୁ ହଟିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ, ଜାଣନ୍ତୁ କାରଣ ? - Modi Photo removed

author img

By ETV Bharat Odisha Team

Published : May 2, 2024, 10:04 AM IST

Etv Bharat
Etv Bharat

PM Modi Photo removed from CoWIN certificate: କୋଭିଡ ଟୀକାକରଣ ସାର୍ଟିଫିକେଟରୁ ହଟିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ । ଏପଟେ କୋଭିସିଲ୍ଡ ଟୀକା ନେବା ପରେ ବିରଳ ପାର୍ଶ୍ୱପ୍ରତିକ୍ରିୟା ରହିଥିବା ସାମ୍ନାକୁ ଆସିବା ପରେ ସମଗ୍ର ଦେଶରେ ହଇଚଇ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ

ନୂଆଦିଲ୍ଲୀ: କୋଭିଡ ଟୀକାକରଣ ସାର୍ଟିଫିକେଟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଗାଏବ । ଟୀକାକରଣ ପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୋୱିନ ସାର୍ଟିଫିକେଟ ମିଳୁଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ସହ ସେଥିରେ ''Together India will defate Covid-19'' ବାର୍ତ୍ତା ଲେଖା ହୋଇଥିଲା । ହେଲେ ଏବେ ସେହି ସାର୍ଟିଫିକେଟରୁ ମୋଦିଙ୍କ ଫଟୋ ହଟାଇ ଦିଆଯାଇଛି । ବୁଧବାର ଦିନ ସୋସିଆଲ ମିଡିଆ ୟୁଜର୍ସମାନେ ଏହି ଘଟଣା ଉପରେ ଦୃଷ୍ଟି ଆକର୍ଷିତ କରିଥିଲେ ।

ବ୍ରିଟେନ ଅଦାଲତରେ କୋଭିସିଲ୍ଡ ଭ୍ୟାକ୍ସିନ ନିର୍ମାତା କମ୍ପାନୀ ଆଷ୍ଟ୍ରେଜେନିକା ଏହି ଭ୍ୟାକ୍ସିନର ପାର୍ଶ୍ବ ପ୍ରତିକ୍ରିୟା ବିଷୟ ସ୍ବୀକାର କରିବା ପରଠୁ ଭାରତରେ କୋଭିସିଲ୍ଡକୁ ନେଇ ଚର୍ଚ୍ଚା ଜୋର ଧରିଛି । ୨ ବର୍ଷ ତଳେ ଲୋକମାନେ କେଉଁ ଟୀକା ନେଇଛନ୍ତି ଜାଣିବା ପାଇଁ କୋୱିନ ସାଇଟରୁ ଟୀକାକରଣ ପ୍ରମାଣପତ୍ର ଡାଇନଲୋଡ କରୁଛନ୍ତି । ଏହି ସମୟରେ କିଛି ଲୋକେ କୋଭିଡ ଟୀକାକରଣ ସାର୍ଟିଫିକେଟରେ ଆଗଭଳି ଆଉ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ନଥିବା ଦେଖିବାକୁ ପାଇଥିଲେ ଏବଂ ଏହି ପ୍ରମାଣପତ୍ରକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ।

ଏଥିପାଇଁ ହଟିଲା ମୋଦିଙ୍କ ଫଟୋ: ବର୍ତ୍ତମାନ ଦେଶରେ ସାଧାରଣ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବାରୁ ସବୁ ସରକାରୀ ୱେବସାଇଟରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ହଟାଯାଇଛି । ଏହି କ୍ରମରେ କୋୱିନ ସାର୍ଟିଫିକେଟରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଫଟୋ ହଟାଇ ଦିଆଯାଇଛି । ପୂର୍ବରୁ ମଧ୍ୟ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ବେଳେ ଜାରି ହେଉଥିବା କୋୱିନ ସାର୍ଟିଫିକେଟରେ ମୋଦିଙ୍କ ଫଟୋ ରହିନଥିଲା ।

କୋଭିଡ ମହାମାରୀ ସମୟରେ ଟୀକାକରଣ ବା କୋୱିନ ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ରହିବା ନେଇ ବିରୋଧୀ ପ୍ରଶ୍ନ ଉଠାଇଥିଲେ । ସେତେବେଳେ ତତ୍କାଳୀନ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ଏହି ଫଟୋକୁ ନ୍ୟାୟସଙ୍ଗତ ଦର୍ଶାଇ ୨୦୨୧ ଅଗଷ୍ଟରେ ରାଜ୍ୟସଭାରେ ଜବାବ ରଖିଥିଲେ ଯେ, ଟୀକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ସହ ଫଟୋ, ଜନସାଧାରଣ ମଧ୍ୟରେ ଟୀକାକରଣ ପରେ ମଧ୍ୟ କୋଭିଡ ଗାଇଡଲାଇନ ଅନୁପାଳନର ମହତ୍ତ୍ବ ସମ୍ପର୍କରେ ସଚେଚନତା ସୃଷ୍ଟି କରୁଛି ଯାହାକି ଜନହିତ ଦୃଷ୍ଟିରୁ ଯୁକ୍ତିଯୁକ୍ତ । ଯଦିଓ ଅନ୍ୟ ଦେଶରେ ସମାନ ପ୍ରମାଣପତ୍ରରେ ସେମାନଙ୍କ ନେତାଙ୍କ ଫଟୋ ରହିନଥିଲା ।

ଏହା ମଧ୍ୟ ପଢନ୍ତୁ: କୋଭିସିଲ୍ଡ ଭ୍ୟାକସିନର ସାଇଡ ଇଫେକ୍ଟ: ରକ୍ତ ଜମାଟ ବାନ୍ଧିବା ସହ ହୋଇପାରେ ମସ୍ତିଷ୍କଘାତ ଓ ହୃଦଘାତ, କମ୍ପାନୀର ସ୍ୱୀକାର - Covishield Side Effect

ଏହା ମଧ୍ୟ ପଢନ୍ତୁ: କୋଭିସିଲ୍ଡ ଟିକାର ପାର୍ଶ୍ବ ପ୍ରତିକ୍ରିୟା ପ୍ରସଙ୍ଗ, କଣ କହିଲେ ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ - Health Dept Director On Covishield

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.