ETV Bharat / bharat

ସେପ୍ଟେମ୍ବରରେ ଜାତିସଂଘ ମହାସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି - UN General Assembly Session

PM Modi Likely to Address UN General Assembly Session: ଜାତିସଂଘ ମହାସଭା ଅଧିବେଶନରେ ସମ୍ବୋଧନ ରଖିବେ ପ୍ରଧାନମନ୍ତ୍ରୀ ମୋଦି । ଚୂଡାନ୍ତ ହୋଇନି ଗସ୍ତ ସୂଚୀ । ଶେଷଥର ପାଇଁ 2021ରେ ରଖିଥିଲେ ସମ୍ବୋଧନ । ଅଧିକ ପଢନ୍ତୁ

ସେପ୍ଟେମ୍ବରରେ ଜାତିସଂଘ ମହାସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ
ସେପ୍ଟେମ୍ବରରେ ଜାତିସଂଘ ମହାସଭାକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ (ETV Bharat Odisha)
author img

By ETV Bharat Odisha Team

Published : Jul 16, 2024, 12:39 PM IST

ନୂଆଦିଲ୍ଲୀ: ଜାତିସଂଘ ମହାସଭା ଅଧିବେଶନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ସେପ୍ଟେମ୍ବର 24 ରୁ 30ତାରିଖ ପର୍ଯ୍ୟନ୍ତ ଜାତିସଂଘର 79ତମ ଅଧିବେଶନର ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ଏଥିରେ ଅଂଶଗ୍ରହଣ କରି 26 ତାରିଖରେ ଏହି ବୈଶ୍ବିକ ସମ୍ମିଳନୀକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସରକାରୀ ଭାବେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ କିମ୍ବା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କିଛି କୁହାଯାଇନଥିବା ବେଳେ ସୂତ୍ରରୁ ଏନେଇ ସୂଚନା ମିଳିଛି ।

ଏହି ଶିଖର କାର୍ଯ୍ୟକ୍ରମ ପାଇଁ ଜାତିସଂଘ ପକ୍ଷରୁ ପ୍ରକାଶ ପାଇଥିବା ବକ୍ତା ସୂଚୀ ଅନୁସାରେ, ଭାରତ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ରାଷ୍ଟ୍ରମୁଖ୍ୟ ବା ଅଧିକାରୀ 26 ତାରିଖ ଅପରାହ୍ନରେ ଅଧିବେଶନକୁ ସମ୍ବୋଧିତ କରିବେ । ତେବେ ଏହା ଜାତିସଂଘର ଚୂଡାନ୍ତ ସୂଚୀ ନୁହେଁ । ଏଥିରେ ସଂଶୋଧନ ମଧ୍ୟ କରାଯାଇପାରେ । ସମ୍ମିଳନୀ ନିକଟବର୍ତ୍ତୀ ସମୟରେ କାର୍ଯ୍ୟସୂଚୀ ଓ ବକ୍ତାଙ୍କର ଚୂଡାନ୍ତ ତାଲିକା ପ୍ରସ୍ତୁତ ହେବା ପ୍ରକାଶିତ ହେବ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ରାଷ୍ଟ୍ରମୁଖ୍ୟ ଓ ରାଷ୍ଟ୍ରକୁ ପ୍ରତିନିଧିତ୍ବ କରୁଥିବା ରାଷ୍ଟ୍ରଦୂତ, କୂଟନୈତିକ ଅଧିକାରୀମାନେ ମତବ୍ୟକ୍ତ କରିବାର ଅବସର ପାଇବେ ।

24ରୁ ଆରମ୍ଭ ହେବାକୁ ଥିବା ଅଧିବେଶନରେ ବ୍ରାଜିଲ ପ୍ରାୟତଃ ପ୍ରଥମ ବକ୍ତା ଭାବେ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିପାରେ । ଏହାପରେ ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ସମ୍ବୋଧନ କରିବେ । ତେବେ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଅଂଶଗ୍ରହଣ କରିବେ । ଆମେରିକାରେ ନିର୍ବାଚନ ନିକଟତର ଥିବାବେଳେ ଜାତିସଂଘ ପୋଡିୟମରେ ଚଳିତ କାର୍ଯ୍ୟକାଳର ଶେଷ ସମ୍ବୋଧନ ରଖିବେ ବାଇଡେନ । ସେହିପରି ପ୍ରଧାନମନ୍ତ୍ରୀ ମୋଦି ସାଧାରଣ ନିର୍ବାଚନରେ ବହୁମତ ହାସଲ କରି ତୃତୀୟ ଥର ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମ ଥର ଜାତିସଂଘକୁ ସମ୍ବୋଧିତ କରିବେ ।

ଏହା ମଧ୍ୟ ପଢନ୍ତୁ:-ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ଟ୍ବିଷ୍ଟ: ଅଭିଯୋଗକାରୀ ASO ବୈକୁଣ୍ଠ‌ ପ୍ରଧାନଙ୍କ ବଦଳି - ASO Baikuntha Transferred

2021ରେ ପ୍ରଧାନମନ୍ତ୍ରୀ ମୋଦି ଶେଷଥର ପାଇଁ ଜାତିସଂଘ ମହାସଭାକୁ ସମ୍ବୋଧିତ କରିଥିଲେ । ଗତବର୍ଷ ଜୁନ 21 ତାରିଖରେ ଜାତିସଂଘ ମୁଖ୍ୟାଳୟ ପରିଦର୍ଶନ କରିଥିଲେ ପ୍ରଧାନମନ୍ତ୍ରୀ । ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସେଠାରେ ଏକ ବୈଶ୍ବିକ ଯୋଗ ଅଧିବେଶନ ଆୟୋଜିତ ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ମୁଖ୍ୟ, ଶତାଧିକ ଦେଶର କୂଟନୈତିକ ଅଧିକାରୀ, ନାଗରିକମାନେ ଅଂଶଗ୍ରହଣ କରିଥିଲେ । ତୃତୀୟ ପାଳିର ପ୍ରଥମ ବିଦେଶ ଗସ୍ତ ଭାବେ ପ୍ରଧାନମନ୍ତ୍ରୀ ମୋଦି ଜି7 ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଇଟାଲୀ ଯାଇଥିଲା । ନିକଟରେ ଋଷ ଗସ୍ତରୁ ଫେରିଛନ୍ତି ପ୍ରଧାନମନ୍ତ୍ରୀ । ସେପ୍ଟେମ୍ବର ମାସରେ ଜାତିସଂଘ ଅଧିବେଶନରେ ସାମିଲ ହେବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.