ETV Bharat / bharat

ତେଲେଙ୍ଗାନାକୁ ନୂଆ ପରିଚୟ ଦେବ CARO: ପ୍ରଧାନମନ୍ତ୍ରୀ

author img

By ETV Bharat Odisha Team

Published : Mar 5, 2024, 12:28 PM IST

Updated : Mar 5, 2024, 1:23 PM IST

ହାଇଦ୍ରାବାଦରେ ବେସାମରିକ ବିମାନ ଚଳାଚଳ ଗବେଷଣା ସଂଗଠନ କାର୍ଯ୍ୟାଳୟର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ହାଇଦ୍ରାବାଦ ଓ ତେଲେଙ୍ଗାନାକୁ ନୂଆ ପରିଚୟ ଦେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

PM Modi
PM Modi

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତେଲାଙ୍ଗାନା ଗସ୍ତର ଆଜି ଦ୍ବିତୀୟ ଦିନ । ହାଇଦ୍ରାବାଦ ଠାରୁ 60 କିଲୋମିଟ ଦୂରେ ଥିବା ସାଙ୍ଗାରେଡ୍ଡୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ 7,200 କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ପ୍ରକଳ୍ପଗୁଡ଼ିକ ସଡକ, ରେଳ, ତୈଳ ଏବଂ ଗ୍ୟାସ ଭଳି ଏକାଧିକ ପ୍ରମୁଖ କ୍ଷେତ୍ର ସହିତ ଜଡିତ ।

CARO ଉଦଘାଟନ କଲେ ମୋଦି: ହାଇଦ୍ରାବାଦରେ ବେସାମରିକ ବିମାନ ଚଳାଚଳ ଗବେଷଣା ସଂଗଠନ(CARO) କାର୍ଯ୍ୟାଳୟର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ଯାହା ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଗବେଷଣା ଏବଂ ବିକାଶ କାର୍ଯ୍ୟକଳାପକୁ ନବୀକରଣ ଏବଂ ବଢାଇବାରେ ସହାୟକ ହେବ । ହାଇଦ୍ରାବାଦର ବେଗମପେଟ୍ ବିମାନବନ୍ଦରରେ ହାଇଦ୍ରାବାଦର ବିମାନ ବନ୍ଦର ପ୍ରାଧିକରଣ ଦ୍ୱାରା ଏହା ସ୍ଥାପିତ ହୋଇଛି । 350 କୋଟିରୁ ଅଧିକ ଅଟକଳ ବ୍ୟୟରେ ଏହା ନିର୍ମାଣ କରାଯାଇଛି । ସେହିପରି ମୋଦି ତିନୋଟି ଜାତୀୟ ରାଜପଥ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ବିକଶିତ ଭାରତର ସ୍ବପ୍ନ ପୂରଣ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସଫଳ କରାନ୍ତୁ: ମନମୋହନ

'CARO ଦ୍ବାରା ହାଇଦ୍ରାବାଦ ଏବଂ ତେଲେଙ୍ଗାନା ଏକ ନୂତନ ପରିଚୟ ପାଇବ': ବିମାନ ଚଳାଚଳ ଗବେଷଣା ସଂଗଠନ ଉଦଘାଟନ ଅବସରରେ ମୋଦି କହିଛନ୍ତି, "ଆଜି ବିମାନ ଚଳାଚଳ କ୍ଷେତ୍ରରେ ତେଲେଙ୍ଗାନାକୁ ଏକ ବଡ଼ ଉପହାର ମିଳିଛି । ହାଇଦ୍ରାବାଦର ବେଗମପେଟ ବିମାନବନ୍ଦରରେ ବେସାମରିକ ବିମାନ ଚଳାଚଳ ସଂଗଠନ (CARO) ପ୍ରତିଷ୍ଠା କରାଯାଇଛି। ଏହା ଦେଶର ପ୍ରଥମ ବିମାନ ଚଳାଚଳ କେନ୍ଦ୍ର ହେବ ଯାହା ଆଧୁନିକ ମାନକ ଉପରେ ନିର୍ମିତ । CARO ଦ୍ବାରା ହାଇଦ୍ରାବାଦ ଏବଂ ତେଲେଙ୍ଗାନା ଏକ ନୂତନ ପରିଚୟ ପାଇବ, ଏହା ବିମାନ ଚଳାଚଳ କ୍ଷେତ୍ରରେ ତେଲେଙ୍ଗାନାର ଯୁବକମାନଙ୍କ ପାଇଁ ନୂତନ ରାସ୍ତା ଖୋଲିବ । ଦେଶର ବିମାନ ଚଳାଚଳ ଷ୍ଟାର୍ଟଅପକୁ ଅନୁସନ୍ଧାନ ଏବଂ ଦକ୍ଷତା ବିକାଶ ପାଇଁ ଏକ ପ୍ଲାଟଫର୍ମ ଯୋଗାଇବ ଏବଂ ଏକ ଦୃଢ ଆଧାର ପ୍ରଦାନ କରିବ । ବିକଶିତ ଭାରତ ନିର୍ମାଣ ପାଇଁ ଆଜି 140 କୋଟି ଲୋକ ପ୍ରତିଶ୍ରୁତିବଦ୍ଧ ଏବଂ ଏକ ବିକଶିତ ଭାରତ ପାଇଁ ଆଧୁନିକ ଭିତ୍ତିଭୂମି ରହିବା ଗୁରୁତ୍ବପୂର୍ଣ୍ଣ । ଚଳିତ ବର୍ଷର ବଜେଟରେ ଭିତ୍ତିଭୂମି ପାଇଁ ଆମେ 11 ଲକ୍ଷ କୋଟି ଟଙ୍କା ଦେଇଛୁ । ଏଥିରେ ତେଲେଙ୍ଗାନାକୁ ସବୁଠାରୁ ଅଧିକ ଲାଭ ମିଳୁ ବୋଲି ଆମର ଆଶା । ତେଲେଙ୍ଗାନାର ବିକାଶ ପାଇଁ ଗତ 10 ବର୍ଷ ହେଲା କେନ୍ଦ୍ର ନିରନ୍ତର କାର୍ଯ୍ୟ କରୁଛି ।"

'ବିଶ୍ବର ତୃତୀୟ ସର୍ବବୃହତ ଅର୍ଥନୀତି ହେବ ଭାରତ': ମୋଦି ଆହୁରି ମଧ୍ୟ କହିଥିଲେ, "ମୁଁ ଆପଣଙ୍କୁ କହିଥିଲି ଯେ ଆମେ ସମସ୍ତେ ମିଶି ବିଶ୍ୱରେ ଭାରତକୁ ନୂତନ ଉଚ୍ଚତାକୁ ନେଇଯିବା । ଆଜି ଆପଣ ଦେଖୁଛନ୍ତି ଭାରତ କିପରି ପୁରା ବିଶ୍ବରେ ଆଶାର କିରଣ ଭାବରେ ଉଭା ହୋଇ ଆଗକୁ ଯାଉଛି । ଆଜି ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଯେ ଆସନ୍ତା କିଛି ବର୍ଷ ମଧ୍ୟରେ ଭାରତକୁ ଆମେ ବିଶ୍ବର ତୃତୀୟ ସର୍ବବୃହତ ଅର୍ଥନୀତି କରିବୁ ।"

ପରିବାଦକୁ ନେଇ କଂଗ୍ରେସକୁ ଟାର୍ଗେଗ: ବର୍ତ୍ତମାନ ଦେଶରେ ଜୋର ଧରିଥିବା 'ପରିବାରବାଦ' ରାଜନୀତିକୁ ନେଇ ମଧ୍ୟ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ମୋଦି । ସେ କହିଛନ୍ତି, ''କଂଗ୍ରେସ ଏବଂ ଏହା ସହ ମିଶିଥିବା ଦଳ ମୋତେ ଏବଂ ମୋ ପରିବାରକୁ ଟାର୍ଗେଟ କରୁଛନ୍ତି । ଆପଣ ଜାଣନ୍ତି କି ସେମାନେ ମୋତେ କାହିଁକି ଦୁର୍ବ୍ୟବହାର କରୁଛନ୍ତି ? ମୋତେ ଦେଖିବା ମାତ୍ରେ ସେମାନେ ଅଶାନ୍ତ ହୋଇଯାଆନ୍ତି, କାରଣ ମୁଁ ସେମାନଙ୍କର ରହସ୍ୟ ଏବଂ ଘୋଟାଲାକୁ ସାମ୍ନାକୁ ଆଣୁଛି । ମୁଁ କେବେବି କାହା ଉପରେ ବ୍ୟକ୍ତିଗତ ମନ୍ତବ୍ୟ ଦେଇ ନାହିଁ, ମୁଁ କେବଳ କହୁଛି ଯେ ସେମାନେ 'ପରିବାରବାଦୀ' । ଯେତେବେଳେ ମୁଁ 'ପରିବାଦକୁ'କୁ ବିରୋଧ କରେ ଏବଂ କୁହେ, ଏହା ପ୍ରତିଭାକୁ ବିକାଶ କରିବାକୁ ଦିଏ ନାହିଁ ଏବଂ ଦେଶର ଅଭିବୃଦ୍ଧିରେ ମଧ୍ୟ ବାଧା ସୃଷ୍ଟି କରେ, ସେମାନେ ଏହାର ଉତ୍ତର ଦିଅନ୍ତି ନାହିଁ । ସେମାନେ କୁହନ୍ତି ମୋଦିଙ୍କର କୋଣସି ପରିବାର ନାହିଁ । ମୋ ସହିତ ସେମାନଙ୍କର ଆଦର୍ଶଗତ ମତଭେଦ ରହିଛି । ସେମାନେ 'ପରିବାର ପ୍ରଥମ' ବୋଲି ବିଶ୍ବାସ କରନ୍ତି । ମୁଁ 'ଦେଶ ପ୍ରଥମ'ରେ ବୋଲି ବିଶ୍ବାସ କରେ । ସେମାନଙ୍କ ପାଇଁ, ସେମାନଙ୍କର ପରିବାର ସବୁକିଛି । ମୋ ପାଇଁ ମୋ ଦେଶ ସବୁକିଛି । ସେମାନେ ନିଜ ପରିବାରର କଲ୍ୟାଣ ପାଇଁ ରାଷ୍ଟ୍ରକୁ ବଳିଦାନ ଦିଅନ୍ତି; ଜାତିର କଲ୍ୟାଣ ପାଇଁ ମୁଁ ନିଜକୁ ବଳିଦାନ ଦେଇଛି ।''

ତେବେ ସୋମବାର ମୋଦି ରାଜ୍ୟର ଆଦିଲାବାଦରେ 56,000 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଥିବା କଥା ମନେ ପକାଇବା ସହ ଆଜି ସାଙ୍ଗାରେଡ୍ଡୀରେ ସହରରେ ପ୍ରାୟ 7,000 କୋଟି ଟଙ୍କାର ବିକାଶମୂଳକ କାର୍ଯ୍ୟ ଆରମ୍ଭ ହୋଇଛି ବୋଲି କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 5, 2024, 1:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.