ETV Bharat / bharat

ବିକାଶର ବଡ଼ ଶତ୍ରୁ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ: ପ୍ରଧାନମନ୍ତ୍ରୀ ମୋଦି

author img

By ETV Bharat Odisha Team

Published : Mar 1, 2024, 5:00 PM IST

PM Modi Jharkhand Visit: ଝାଡ଼ଖଣ୍ଡରେ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟକୁ ମୋଦିଙ୍କ ଟାର୍ଗେଟ । କହିଲେ ବିକାଶର ବଡ଼ ଶତ୍ରୁ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ । ଜେଏମଏମର ଅର୍ଥ ହେଲା 'ଜମ୍‌ କର କେ ଖାଓ'।

PM Modi Jharkhand Visit
PM Modi Jharkhand Visit

ବିକାଶର ବଡ଼ ଶତ୍ରୁ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ: ପ୍ରଧାନମନ୍ତ୍ରୀ ମୋଦି

ରାଞ୍ଚି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶୁକ୍ରବାର) ଝାଡଖଣ୍ଡ ଧାନବାଦ ଗସ୍ତ କରିଥିବା ବେଳେ ଏକ ଜନସଭାକୁ ସମ୍ବୋଧିତ କରି କଂଗ୍ରେସ ଓ ବିରୋଧୀ ମହାମେଣ୍ଟ ଉପରେ ବର୍ଷିଛନ୍ତି । କଂଗ୍ରେସ ଓ ଇଣ୍ଡିଆ ମେଣ୍ଟରେ ଥିବା ରାଜନୈତିକ ଦଳ ବିକାଶର ବଡ଼ ଶତ୍ରୁ ବୋଲି କହିଛନ୍ତି ମୋଦି । ଏହାସହିତ ମୋଦି ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ବା ଜେଏମଏମ ଉପରେ ମଧ୍ୟ ବର୍ଷିଛନ୍ତି । ଜେଏମଏମର ଅର୍ଥ 'ଜମ୍‌ କର କେ ଖାଓ' ବୋଲି ମୋଦି କହିଛନ୍ତି ।

କଂଗ୍ରେସକୁ ଟାର୍ଗେଟ କରି ମୋଦି କହିଛନ୍ତି, "ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ଉତ୍ତର କାରନପୁରାରେ ବିଦ୍ୟୁତ ପାୱାର ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ଏହାପରେ କଂଗ୍ରେସ କ୍ଷମତାକୁ ଆସିଥିଲା । ହେଲେ ଏହି ପ୍ରକଳ୍ପ ଆଉ ଆଗକୁ ଯାଇପାରିନଥିଲା । ୨୦୧୪ରେ ମୁଁ ଏହି ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଲାଗି ଗ୍ୟାରେଣ୍ଟି ଦେଇଥିଲି । ଆଉ ଆଜି ଅନେକ ଘରେ ବିଜୁଳି ବତୀ ଜଳିଛି । ଏଣୁ ଝାଡ଼ଖଣ୍ଡର ବିକାଶ ଲାଗି ଉତ୍ତମ ଆଇନ ଶୃଙ୍ଖଳା ବ୍ୟବସ୍ଥା ଓ ସଚ୍ଚୋଟ ସରକାର ଗୁରୁତ୍ବପୂର୍ଣ୍ଣ ।"

ଏହା ବି ପଢନ୍ତୁ- ସିନ୍ଦ୍ରି ସାର କାରଖାନା ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ, 'ମୋଦି ଗ୍ୟାରେଣ୍ଟି ଆଜି ପୂରଣ ହେଲା'

ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା-କଂଗ୍ରେସ ସରକାରକୁ ଦୁର୍ନୀତିଗ୍ରସ୍ତ କହି ମୋଦି କହିଛନ୍ତି, " ବର୍ତ୍ତମାନର ସରକାରରେ ରାଜ୍ୟରେ ଦୁର୍ନୀତି ବୃଦ୍ଧି ପାଇଛି । ଆଉ ଆୟ ବର୍ହିଭୂତ ସମ୍ପତ୍ତିର ପାହାଡ଼ ଗଦା ହୋଇଛି । ପରିବାରବାଦ, ଦୁର୍ନୀତି ପୂର୍ଣ୍ଣ ସରକାର ସ୍ଥିତିକୁ ଆହୁଳି ଜଟିଳ କରିଛି । ଝାଡ଼ଖଣ୍ଡରେ ଦୁର୍ନୀତି ବୃଦ୍ଧି ପାଇଛି ।" ଏହାପରେ ପ୍ରଧାନମନ୍ତ୍ରୀ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁ ଓ ପୂର୍ବତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବିରୋଧରେ ହୋଇଥିବା ଇଡି କାର୍ଯ୍ୟାନୁଷ୍ଠାନକୁ ନିଶାନା କରି କହିଛନ୍ତି ଯେ ଆମେ ପୂର୍ବରୁ ଗଦା ଗଦା କୋଇଲା ଦେଖିଥିଲୁ, ହେଲେ ଏବେ ଗଦା ଗଦା ଟଙ୍କା ଦେଖିବାକୁ ପାଉଛୁ । ରାଜ୍ୟବାସୀଙ୍କ ଯେଉଁ ଟଙ୍କା ଏମାନେ ଲୁଟିଛନ୍ତି ତାହାକୁ ଫେରସ୍ତ କରିବା ମୋଦି ଗ୍ୟାରେଣ୍ଟି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସୂଚନା ଥାଉ କି ଜେଏମଏମ ନେତା ତଥା ପୂର୍ବତନ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଗତ ଜାନୁଆରୀ ୩୧ ତାରିଖରେ ମନି ଲଣ୍ଡରିଂ ମାମଲାରେ ଇଡି ଦ୍ବାରା ଗିରଫ କରାଯାଇଥିଲା । ଅନ୍ୟପଟେ ଜେଏମଏମ ଓ କଂଗ୍ରେସକୁ କ୍ରମାଗତ ଭାବେ ଟାର୍ଗେଟ କରି ମୋଦି କହିଛନ୍ତି ଯେ ଆଦିବାସୀ ସମ୍ପ୍ରଦାୟଙ୍କୁ ଏହି ୨ ଦଳ କେବଳ ଭୋଟ ବ୍ୟାଙ୍କ ଭାବେ ଦେଖିଥାନ୍ତି । ସେମାନେ କେବେ ହେଲେ ପ୍ରତିଭା ସମ୍ପନ୍ନ ଆଦିବାସୀଙ୍କୁ ଆଗକୁ ବଢିବାକୁ ସୁଯୋଗ ଦେବେ ନାହିଁ । ସେମାନେ କେବଳ ପରିବାରବାଦକୁ ଗୁରୁତ୍ବ ଦିଅନ୍ତି । ହେଲେ ମୋଦି ଭବିଷ୍ୟତକୁ ଆଖି ଆଗରେ ରଖି ସମସ୍ତ କାର୍ଯ୍ୟ କରିଥାଏ । ଆପଣମାନେ ମୋର ପରିବାର ଓ ଆପଣଙ୍କ ସନ୍ତାନଙ୍କ ଭବିଷ୍ୟତ ଉଜ୍ଜ୍ବଳମୟ କରିବା ମୋର ଗ୍ୟାରେଣ୍ଟି ବୋଲି ମୋଦି କହିଥିଲେ ।

କହି ରଖୁଛୁ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୧ ଓ ୨ ତାରିଖ ୨ ଦିନିଆ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ବିହାର ଗସ୍ତରେ ରହିଛନ୍ତି । ଝାଡ଼ଖଣ୍ଡ ଗସ୍ତରେ ସେ ୩୫ ହଜାର ୭୦୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପକୁ ଭେଟି ଦେଇଛନ୍ତି । ଏହା ସାର, ରେଳ, ଶକ୍ତି ଓ କୋଇଲା ବିଭାଗ ଆଦିର ବିକାଶମୂଳକ କାର୍ଯ୍ୟରେ ବିନିଯୋଗ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.