ETV Bharat / bharat

1 ଲକ୍ଷଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୋଦି, କହିଲେ ଆମ ସରକାରରେ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ

author img

By ETV Bharat Odisha Team

Published : Feb 12, 2024, 12:40 PM IST

Updated : Feb 12, 2024, 1:09 PM IST

Rozgar Mela: ରୋଜଗାର ମେଳାରେ 1 ଲକ୍ଷ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ । ଆମ ସରକାରରେ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ ବୋଲି ସମ୍ବୋଧନରେ କହିଲେ । ଅଧିକ ପଢନ୍ତୁ

Rozgar Mela
Rozgar Mela

ନୂଆଦିଲ୍ଲୀ: 12ତମ ରୋଜଗାର ମେଳାରେ ଆଜି ଏକ ଲକ୍ଷ ସରକାରୀ କର୍ମଚାରୀଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଯୁକ୍ତ ପତ୍ର ବାଣ୍ଟିବା ପରେ ନବନିଯୁକ୍ତଙ୍କୁ ସମ୍ବେଧନ କରିଥିଲେ ପ୍ରଧାନମନ୍ତ୍ରୀ । ଆପଣ କଠିନ ପରିଶ୍ରମ କରି ଏହି ସଫଳତା ହାସଲ କରିଛନ୍ତି । ସମସ୍ତ ନବ ନିଯୁକ୍ତ ଓ ସେମାନଙ୍କ ପରିବାରକୁ ମୁଁ ଅଭିନନ୍ଦନ ଜଣାଉଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।

'ଆମ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ବଚ୍ଛ': ଆମ ସରକାର ବର୍ତ୍ତମାନ ନିଯୁକ୍ତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ କରିଛୁ ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି , ''ଭାରତ ସରକାର ଯୁବକ ଓ ଯୁବତୀଙ୍କୁ ଚାକିରି ଦେବାର ଅଧିକାର ଦ୍ରୁତ ଗତିରେ ଆଗେଇ ଚାଲିଛି । ପୂର୍ବ ସରକାରରେ ଚାକିରି ପାଇଁ ବିଜ୍ଞାପନଠାରୁ ଆରମ୍ଭ କରି ନିଯୁକ୍ତି ପତ୍ର ପ୍ରଦାନ ପର୍ଯ୍ୟନ୍ତ ବହୁତ ସମୟ ଲାଗିଥାଏ । ଏହାର ସୁଯୋଗ ନେଇ ସେହି ସମୟରେ ଲାଞ୍ଚ କାରବାର ହେଉଥିଲା । ଆମ ସରକାର ବର୍ତ୍ତମାନ ନିଯୁକ୍ତି ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ୱଚ୍ଛ କରିଛୁ । କେବଳ ଏତିକି ନୁହେଁ, ନିର୍ଦ୍ଧାରିତ ସମୟ ମଧ୍ୟରେ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ଆମ ସରକାର ଜୋର ଦେଉଛି। ଏହା ଦ୍ବାରା ପ୍ରତ୍ୟେକ ଯୁବକ ନିଜର ଦକ୍ଷତା ପ୍ରମାଣ କରିବାକୁ ସମାନ ସୁଯୋଗ ପାଇଛନ୍ତି । ଆଜି ପ୍ରତ୍ୟେକ ଯୁବକ ଓ ଯୁବତୀଙ୍କର ମନରେ ବିଶ୍ୱାସ ଅଛି ଯେ, ସେମାନେ ନିଜର କଠିନ ପରିଶ୍ରମ ଏବଂ ପ୍ରତିଭା ଆଧାରରେ ନିଜର ସ୍ଥାନ ସୃଷ୍ଟି କରିପାରିବେ ଓ ଚାକିରି ପାଇପାରିବେ । 2014 ପରଠାରୁ ଯୁବକମାନଙ୍କୁ ଭାରତ ସରକାରଙ୍କ ସହ ଯୋଡିବା ଏବଂ ସେମାନଙ୍କୁ ରାଷ୍ଟ୍ର ନିର୍ମାଣରେ ଅଂଶୀଦାର କରିବା ଆମର ପ୍ରୟାସ। ''

ଏହା ମଧ୍ୟ ପଢନ୍ତୁ-ରୋଜଗାର ମେଳା, ଆଜି 1 ଲକ୍ଷରୁ ଉର୍ଦ୍ଧ୍ବ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ଦେବେ ପ୍ରଧାନମନ୍ତ୍ରୀ

ଇଣ୍ଟିଗ୍ରେଟେଡ୍ ଟ୍ରେନିଂ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ:- ଆଜି ଦିଲ୍ଲୀରେ ଏକ ଇଣ୍ଟିଗ୍ରେଟେଡ୍ ଟ୍ରେନିଂ କମ୍ପ୍ଲେକ୍ସର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ଏ ନେଇ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ମୁଁ ନିଶ୍ଚିତ ଯେ ନୂତନ ତାଲିମ କମ୍ପ୍ଲେକ୍ସ ଆମର ଦକ୍ଷତା ବିକାଶ ପଦକ୍ଷେପକୁ ଆହୁରି ମଜଭୁତ କରିବ । ଆଜି ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ହୋଇପାରିଛି । ଦେଶରେ ଷ୍ଟାର୍ଟଅପ୍ ସଂଖ୍ୟା ବର୍ତ୍ତମାନ 1.25 ଲକ୍ଷରେ ପହଞ୍ଚିଛି । ଷ୍ଟାର୍ଟଅପ୍ ଦ୍ବାରା ଯୁବକମାନଙ୍କ ପାଇଁ ଲକ୍ଷ ଲକ୍ଷ ନିଯୁକ୍ତି ସୃଷ୍ଟି ହେଉଛି ।''

ସମ୍ପୂର୍ଣ୍ଣ ରୂପାନ୍ତରିତ ହେବ ରେଳ ବିଭାଗ:- 'ଆଜି ଏହି ଚାକିରି ମେଳା ମାଧ୍ୟମରେ ଭାରତୀୟ ରେଳବାଇରେ ନିଯୁକ୍ତି କରାଯାଇଛି । ଭାରତୀୟ ରେଳ ଆଜି ଏକ ବଡ଼ ପରିବର୍ତ୍ତନ ଦେଇ ଗତି କରୁଛି ବୋଲି ମୋଦି କହିଛନ୍ତି । ଏହି ଦଶନ୍ଧି ଶେଷ ସୁଦ୍ଧା ଭାରତୀୟ ରେଳ ସଂପୂର୍ଣ୍ଣ ରୂପାନ୍ତରିତ ହେବାକୁ ଯାଉଛି । ଯେତେବେଳେ ଦେଶରେ ଯୋଗାଯୋଗ ବିସ୍ତାରିତ ହୁଏ, ଏହା ଏକ ସମୟରେ ଅନେକ ଜିନିଷ ଉପରେ ପ୍ରଭାବ ପକାଇଥାଏ । ଉନ୍ନତ ଯୋଗାଯୋଗ ସହିତ, ନୂତନ ବଜାର ଆରମ୍ଭ ହୁଏ ଏବଂ ପର୍ଯ୍ୟଟନ ସ୍ଥଳର ବିକାଶ ହୁଏ । ନୂତନ ବ୍ୟବସାୟ ସୃଷ୍ଟି ହୁଏ । ଏହା ଲକ୍ଷ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିଥାଏ । ଏହାର ଅର୍ଥ ହେଉଛି ଦେଶର ବିକାଶ ଉପରେ ଯୋଗାଯୋଗ ସିଧାସଳଖ ପ୍ରଭାବ ପକାଇଥାଏ ବୋଲି କହିଛନ୍ତି ମୋଦି ।

Last Updated : Feb 12, 2024, 1:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.