ETV Bharat / bharat

ରାହୁଲଙ୍କ 'ଶକ୍ତି'ର ଜବାବ 'ନାରୀଶକ୍ତି'ରେ ଦେଲେ ମୋଦି; କହିଲେ 'ଜୁନ 4ରେ ହେବ ମୁକାବିଲା'

author img

By ETV Bharat Odisha Team

Published : Mar 18, 2024, 2:53 PM IST

PM Modi Targets Rahul Gandhi in Telangana: ତେଲେଙ୍ଗାନାରେ ସାଧାରଣ ସଭାକୁ ସମ୍ବୋଧିତ କରିବା ସମୟରେ ଇଣ୍ଡିଆ ମେଣ୍ଟକୁ ଟାର୍ଗେଟ କଲେ ପ୍ରଧାନମନ୍ତ୍ରୀ । ମେ 13 ତାରିଖରେ ତେଲେଙ୍ଗାନାବାସୀ ନୂଆ ଇତିହାସ ସୃଷ୍ଟି କରିବେ କହିଲେ ମୋଦି । ଅଧିକ ପଢନ୍ତୁ

PM Modi Public Address In Telangana
PM Modi Public Address In Telangana

ହାଇଦ୍ରାବାଦ: ତେଲେଙ୍ଗାନା ଗସ୍ତରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 2024 ଲୋକସଭା ନିର୍ବାଚନ ନେଇ ବିଗୁଲ ବାଜି ସାରିଥିବା ବେଳେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ତେଲେଙ୍ଗାନାର ଜଗତିୟାଲରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, "ଇଣ୍ଡିଆ ମେଣ୍ଟର ପ୍ରଥମ ରାଲି ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା । ଏହାପରେ ଇସ୍ତାହାର ଜାରି କରିଥିଲେ । ସେ କହୁଛନ୍ତି ତାଙ୍କ ଲଢେଇ ଶକ୍ତି ବିରୋଧରେ । କିନ୍ତୁ ମୋ ପାଇଁ ପ୍ରତ୍ୟେକ ଝିଅ ଶକ୍ତିର ରୂପ ଅଟନ୍ତି । ମୁଁ ମାଆ ଭଉଣୀକୁ ସୁରକ୍ଷା ଦେବା ପାଇଁ ମୋ ଜୀବନକୁ ବାଜିରେ ଲଗାଇବି ।"

ମୋ ପାଇଁ ଦେଶର ପ୍ରତ୍ୟେକ ମାଆ-ଝିଅ ଶକ୍ତିଙ୍କ ରୂପ: ମୋଦି କହିଛନ୍ତି, "ଗୋଟିଏ ପଟେ ବ୍ୟକ୍ତି ଶକ୍ତିର ବିନାଶ ବିଷୟରେ ଚିନ୍ତା କରନ୍ତି, ଅନ୍ୟପଟେ ଶକ୍ତିର ପୂଜା କରୁଥିବା ବ୍ୟକ୍ତି ଅଛନ୍ତି । କିଏ ଶକ୍ତିକୁ ବିନାଶ କରିପାରିବ ଏବଂ କିଏ ଶକ୍ତିଙ୍କ ଆଶୀର୍ବାଦ ପାଇପାରିବ ଏହାର ମୁକାବିଲା ଜୁନ୍ 4 ତାରିଖରେ ହେବ । "

ଇଣ୍ଡିଆ ମେଣ୍ଟ ନିଜ ଘୋଷଣା ପତ୍ରରେ କହିଛି ଯେ, ଆମ ମାନଙ୍କର ଲଢେଇ ଶକ୍ତି ବିରୋଧରେ ଅଟେ । କିନ୍ତୁ ମୋ ପାଇଁ ପ୍ରତ୍ୟେକ ମାଆ-ଭଉଣୀ ଶକ୍ତିର ରୂପ ଅଟନ୍ତି ଏବଂ ମୁଁ ତାଙ୍କୁ ପୂଜା କରେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ମୁଁ ବିରୋଧୀଙ୍କ ଆହ୍ବାନକୁ ଗ୍ରହଣ କରୁଛି ଏବଂ ମୁଁ ସେମାନଙ୍କ ପାଇଁ ମୋ ଜୀବନକୁ ବିପଦରେ ପକାଇବି ବୋଲି କହିଛନ୍ତି ମୋଦି ।

ଏହା ମଧ୍ୟ ପଢନ୍ତୁ: ଆନ୍ଧ୍ରରେ ପ୍ରଧାନମନ୍ତ୍ରୀଙ୍କ ପ୍ରଚାର: ‘NDA ନେତୃତ୍ବରେ ହିଁ ବିକଶିତ ଆନ୍ଧ୍ର ପ୍ରଦେଶ ସମ୍ଭବ’

ତେଲେଙ୍ଗାନାରେ ବିଜେପି ସମର୍ଥକଙ୍କ ସଂଖ୍ୟା ବୃଦ୍ଧି: ଏନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, "ତେଲେଙ୍ଗାନାରେ ପ୍ରତ୍ୟେକ କୋଣରେ ବିଜେପିର ସମର୍ଥନ ବୃଦ୍ଧି ପାଉଛି । ମେ 13 ତାରିଖ ଯେତକି ପାଖେଇ ଆସୁଛି ସେତିକି ବିଜେପି ସମର୍ଥନ ବୃଦ୍ଧି ପାଉଛି । ତେଲେଙ୍ଗାନାରେ ବିଜେପି ଲହର କଂଗ୍ରେସ ଏବଂ ବିଆରଏସକୁ ଧ୍ବଂସ କରିଦେବ । ସେଥିପାଇଁ ଆଜି ସମଗ୍ର ଦେଶ କହୁଛି ଜୁନ 4 ତାରିଖରେ 400 ପାର୍ ।"

ତେଲେଙ୍ଗାନାକୁ ଲୁଟ କରୁଥିବା ବ୍ୟକ୍ତିକୁ ନିସ୍ତାର ନାହିଁ: BRS ଏବଂ କଂଗ୍ରେସ ପରସ୍ପରର ଦୋଶ ଦୁର୍ବଳତାକୁ ଯେତେ ଘୋଡାଇଲେ ସୁଦ୍ଧା ସେମାନଙ୍କୁ ଲୁଟ ପାଇଁ ହିସାବ ଦିଆଯିବ । ଯେଉଁମାନେ ତେଲେଙ୍ଗାନାର ଲୋକଙ୍କୁ ଲୁଟ୍ କରିଛନ୍ତି ସେମାନଙ୍କୁ ମୋଦି ଛାଡିବେ ନାହିଁ । ଏହା ମୋଦିଙ୍କ ଗ୍ୟାରେଣ୍ଟି ଅଟେ । ଦେଶରେ ଯେତେ ଘୋଟାଲା ହୋଇଛି ସେମାନଙ୍କ ପଛରେ ଏକ ପରିବାରବାଦୀ ପାର୍ଟି ରହିଛି ।

13ରେ ତେଲେଙ୍ଗାନା ରଚିବ ନୂଆ ଇତିହାସ: ପ୍ରଧାନମନ୍ତ୍ରୀ କହିଛନ୍ତି, "ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ଗଣତନ୍ତ୍ରର ମହାପର୍ବ ଆରମ୍ଭ ହୋଇସାରିଛି । ମେ 13 ତାରିଖରେ ତେଲେଙ୍ଗାନାବାସୀ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି । ତେଲେଙ୍ଗାନାରେ ଭୋଟ ବିକଶିତ ଭାରତ ପାଇଁ ହେବ । ଯେତେବେଳେ ଭାରତର ବିକାଶ ହେବ ତେଲେଙ୍ଗାନାର ବିକାଶ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.