ETV Bharat / bharat

ମିଲ୍କ ଫେଡ୍ ସୁବର୍ଣ୍ଣ ଜୟନ୍ତୀରେ ସାମିଲ ହେଲେ ମୋଦି, କହିଲେ ଅମୁଲ ଅର୍ଥ ବିକାଶ

author img

By ETV Bharat Odisha Team

Published : Feb 22, 2024, 1:47 PM IST

PM Modi Gujarat Vist: ଗୁଜୁରାଟ କୋପୋରେଟିଭ ମିଲ୍କ ମାର୍କେଟିଂ ଫେଡେରେସନର ସୁବର୍ଣ୍ଣ ଜୟନ୍ତୀରେ ସାମିଲ ହେଲେ ମୋଦି । କହିଲେ 50 ବର୍ଷର ଚାରା ଆଜି ବିଶାଳ ବୃକ୍ଷରେ ପରିଣତ ହୋଇଛି । ଅଧିକ ପଢନ୍ତୁ

PM Modi Gujarat Vist
PM Modi Gujarat Vist

ଗାନ୍ଧୀନଗର: ଗୁଜୁରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ଗୋଲ୍ଡେନ ଜୁବଲି ସମାରୋହରେ ସାମିଲ ହୋଇଛନ୍ତି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜିତ ହେଉଛି ଗୁଜୁରାଟ କୋପୋରେଟିଭ ମିଲ୍କ ମାର୍କେଟିଂ ଫେଡେରେସନର ଗୋଲ୍ଡେଲ ଜୁବଲି । ତେବେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ମୋଦିଙ୍କ ସହିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ରହିଥିଲେ ।

ଚାରା ଆଜି ବିଶାଳ ବୃକ୍ଷ ହୋଇଛି: ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, "50 ବର୍ଷ ପୂର୍ବେ ଗୁଜୁରାଟର ଗାଁ ଗୁଡିକରେ ଯେଉଁ ଛୋଟ ଚାରା ଲଗାଇଥିଲେ ତାହା ଆଜି ବିଶାଳ ବଟବୃକ୍ଷରେ ପରିଣତ ହୋଇଛି । ଏହି ବିରାଟ ଗଛର ଚାରା ଆଜି ଦେଶ ତଥା ବିଦେଶକୁ ବ୍ୟାପି ଯାଇଛି । ଗୁଜୁରାଟ କୋପୋରେଟିଭ ମିଲ୍କ ମାର୍କେଟିଙ୍ଗ ଫେଡେରେସନର ଗୋଲ୍ଡେଲ ଜୁବଲିରେ ସମସ୍ତଙ୍କୁ ଶୁଭେଚ୍ଛା । "

ସରକାର ଏବଂ ସହଯୋଗ ମଧ୍ୟରେ ଅଦ୍ଭୁତ ସମନ୍ବୟ: ଛୋଟ ଛୋଟ ପଶୁପାଳକମାନଙ୍କ ଏହି ସଂସ୍ଥା ଆଜି ବୃହତ ସ୍ତରରେ କାର୍ଯ୍ୟ କରୁଛନ୍ତି । ତାହା ହିଁ ସଂଗଠନ ଏବଂ ସହଯୋଗର ଶକ୍ତି ଅଟେ । ସରକାର ଏବଂ ସହଯୋଗ ମଧ୍ୟରେ ଅଦ୍ଭୁତ ସମନ୍ବୟ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଯାହା ବିଶ୍ୱର ବୃହତ୍ତମ ଦୁଗ୍ଧ ଉତ୍ପାଦନକାରୀ ଦେଶ ଭାବେ ଉଭା ହୋଇଛି ଭାରତ ।

ଦୁଗ୍ଧ କ୍ଷେତ୍ରରେ 8କୋଟି ଲୋକ ଯୋଡ଼ି ହୋଇଛନ୍ତି : ପ୍ରଧାନମନ୍ତ୍ରୀ ଆହୁୁରି ମଧ୍ୟ କହିଛନ୍ତି, "ଆଜି ବିଶ୍ବର ସବୁଠାରୁ ଅଧିକ ଦୁଗ୍ଧ ଉତ୍ପାଦନକାରୀ ଦେଶ ଭାବେ ଉଭା ହୋଇଛି ଭାରତ । ଭାରତର ଦୁଗ୍ଧ କ୍ଷେତ୍ର ସହିତ ଆଠ କୋଟି ଲୋକ ସିଧାସଳଖ ଯୋଡି ହୋଇଛନ୍ତି । ଗତ 10 ବର୍ଷ ମଧ୍ୟରେ ଭାରତରେ ଦୁଗ୍ଧ ଉତ୍ପାଦନ ପ୍ରାୟ 60 ପ୍ରତିଶତ ବୃଦ୍ଧି ପାଇଛି । ଗତ ଦଶ ବର୍ଷ ମଧ୍ୟରେ ମୁଣ୍ଡପିଛା ଦୁଗ୍ଧ ଉପଲବ୍ଧତା ପ୍ରାୟ 40 ପ୍ରତିଶତ ବୃଦ୍ଧି ପାଇଛି । ବିଶ୍ବରେ ଦୁଗ୍ଧ ଉତ୍ପାଦନ 2 ପ୍ରତିଶତ ହାରରେ ବୃଦ୍ଧି ପାଉଥିବା ବେଳେ ଭାରତରେ ଏହା 6 ପ୍ରତିଶତ ହାରରେ ବୃଦ୍ଧି ପାଉଛି ।"

ଦୁଗ୍ଧ କ୍ଷେତ୍ରରେ ମେରୁଦଣ୍ଡ ମହିଳାଶକ୍ତି: ମହିଳାଶକ୍ତି ଦୁଗ୍ଧ କ୍ଷେତ୍ରରେ ମେରୁଦଣ୍ଡ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଅମୁଲ ଆଜି ଶୀର୍ଷ ସ୍ଥାନରେ ରହିଛି । ଏହା କେବଳ ମହିଳା ଶକ୍ତି ପାଇଁ ହିଁ ସମ୍ଭବ ହୋଇପାରିଛି । ଭାରତ Women Led Development ଜରିଆରେ ଆଗକୁ ବଢୁଛି , ସେଭଳି ଭାରତର ଦୁଗ୍ଧ କ୍ଷେତ୍ରରେ ସଫଳତା ମଧ୍ୟ ଏକ ପ୍ରକାର ପ୍ରେରଣା ଅଟେ ବୋଲି କହିଛନ୍ତି ମୋଦି ।

ଏହା ମଧ୍ୟ ପଢନ୍ତୁ: ଜମ୍ମୁରେ ପ୍ରଧାନମନ୍ତ୍ରୀ ମୋଦି; 32 ହଜାର କୋଟି ପ୍ରକଳ୍ପ ଦେଲେ ଭେଟି

ଆର୍ଥିକ କ୍ଷେତ୍ରରେ ଦୃଢ଼ ହେବେ ମହିଳା: ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ଭାରତକୁ ବିକଶିତ କରିବା ପାଇଁ ଦେଶର ପ୍ରତ୍ୟେକ ମହିଳାଙ୍କ ଆର୍ଥିକ ଶକ୍ତି ବୃଦ୍ଧି କରିବା ଆବଶ୍ୟକ । ମହିଳାଙ୍କୁ ଆର୍ଥିକ ସ୍ତରରେ ବୃଦ୍ଧି କରିବା ପାଇଁ ଆମ ସରକାର କାର୍ଯ୍ୟ କରୁଛନ୍ତି । ମୁଦ୍ରା ଯୋଜନାନାରେ 30ଲକ୍ଷ କୋଟିରୁ ଅଧିକ ସହାୟତା ରାଶି ପ୍ରଦାନ କରାଯାଇଛି । ସେଥିମଧ୍ୟରୁ 70 ପ୍ରତିଶତ ଆମର ଭଉଣୀ ଏବଂ ଝିଅ ରହିଛନ୍ତି ବୋଲି କହିଛନ୍ତି ମୋଦି ।

ସେ ଆହୁରି ମଧ୍ୟ କହିଛନ୍ତି, "ଗାନ୍ଧିଜୀ କହୁଥିଲେ, ଭାରତର ଆତ୍ମା ଗ୍ରାମରେ ବସବାସ କରୁଛନ୍ତି । ଏକ ବିକଶିତ ଭାରତ ଗଠନ ପାଇଁ ଭାରତର ଗ୍ରାମୀଣ ଅର୍ଥନୀତିକୁ ମଜଭୁତ କରିବା ଆବଶ୍ୟକ । ପୂର୍ବରୁ ସରକାର ଗ୍ରାମୀଣ ଅର୍ଥନୀତିର ଆବଶ୍ୟକତା ଉପରେ ଦୃଷ୍ଟି ରଖିଥିଲେ । ଗ୍ରାମର ପ୍ରତ୍ୟେକ ଦିଗକୁ ପ୍ରାଥମିକତା ଦେଇ ଆମେ କାର୍ଯ୍ୟ କରୁଛୁ ।"

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.