ETV Bharat / bharat

ଯାହାର ନିଜର ହୋସ ନାହିଁ... ସେ କାଶୀ ଯୁବକଙ୍କୁ ନିଶାଡି କହୁଛି: ପ୍ରଧାନମନ୍ତ୍ରୀ ମୋଦି

author img

By ETV Bharat Odisha Team

Published : Feb 23, 2024, 8:23 PM IST

Updated : Feb 23, 2024, 8:45 PM IST

PM Modi Attacks Rahul Gandhi: ଯାହାର ନିଜର ହୋସ ନାହିଁ ସେ ମୋର କାଶୀ ଯୁବକଙ୍କୁ ନିଶାଡି କହୁଛି । ମତେ ଗାଳି ଦେଉ ଦେଉ ଇଶ୍ବରରୂପୀ ଜନତାଙ୍କ ଉପରେ ନିଜ ଆକ୍ରୋଶ ଦେଖାଉଛନ୍ତି କଂଗ୍ରେସ ଯୁବରାଜ । ଏହି ଅପମାନ କାଶୀ କି ଉତ୍ତର ପ୍ରଦେଶ କେବେ ଭୁଲିବ ନାହିଁ। ଆଜି ନିଜ ସଂସଦୀୟ କ୍ଷେତ୍ର ବାରଣାସୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ଏଭଳି ଆକ୍ରମଣ କରିଛନ୍ତି । ଅଧିକ ପଢନ୍ତୁ

PM Modi
PM Modi

ଯାହାର ନିଜର ହୋସ ନାହିଁ... ସେ କାଶୀ ଯୁବକଙ୍କୁ ନିଶାଡି କହୁଛି: ପ୍ରଧାନମନ୍ତ୍ରୀ ମୋଦି

ବାରଣାସୀ(ୟୁପି): ଯାହାର ନିଜର ହୋସ ନାହିଁ ସେ ମୋର କାଶୀ ଯୁବକଙ୍କୁ ନିଶାଡି କହୁଛି । ମତେ ଗାଳି ଦେଉ ଦେଉ ଦୁଇ ଦଶକ ବିତିଗଲା । ଏବେ ଇଶ୍ବରରୂପୀ ଜନତାଙ୍କ ଉପରେ ନିଜ ଆକ୍ରୋଶ ଦେଖାଉଛନ୍ତି କଂଗ୍ରେସ ଯୁବରାଜ। ଏହି ଅପମାନ କାଶୀ କି ଉତ୍ତର ପ୍ରଦେଶ କେବେ ଭୁଲିବ ନାହିଁ। ଆଜି ନିଜ ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ଏଭଳି ଆକ୍ରମଣ କରିଛନ୍ତି ।

ଅଧିକ ପଢନ୍ତୁ- ଐତିହ୍ୟ ଓ ବିକାଶର ମଡେଲ ପାଲଟିଛି କାଶୀ: ପ୍ରଧାନମନ୍ତ୍ରୀ ମୋଦି

ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘‘ଯାହାର ନିଜର ହୋସ ନାହିଁ ସେ ମୋର କାଶୀ ଓ ୟୁପି ଯୁବକଙ୍କୁ ନିଶାଡି କହୁଛି । ମତେ ଗାଳି ଦେଉ ଦେଉ ଦୁଇ ଦଶକ ବିତିଗଲା । ଏବେ ଇଶ୍ବରରୂପୀ ଜନତାଙ୍କ ଉପରେ ନିଜ ଆକ୍ରୋଶ ଦେଖାଉଛନ୍ତି କଂଗ୍ରେସ ଯୁବରାଜ। ଆଜି ୟୁପି ବଦଳୁଛି । ୟୁପି ଯୁବକ ମାନେ ନିଜ ସୁନେଲୀ ସମୃଦ୍ଧ ଭବିଷ୍ୟତ ପାଇଁ କଠୋର ପରିଶ୍ରମ କରୁଛନ୍ତି । ଏହା ଦେଖି କଂଗ୍ରେସକୁ ଠିକ ଲାଗୁନାହିଁ । ବାରଣାସୀରେ ବିକାଶର ଡମ୍ବରୁ ବାଜୁଛି । ପୂର୍ବାଞ୍ଚଳରେ ନିଯୁକ୍ତିର ସମ୍ଭାର ସୃଷ୍ଟି ହେଉଛି । ଆଜି ଅନ୍ନଦାତା ଉର୍ଜାଦାତା ହେଉଛି । କାଶୀର ଯୁବକ ଆଜି ନୂଆ ଇତିହାସ ଅଭିମୁଖେ ଅଗ୍ରସର ହେଉଛି । ଏହା କିଛି ଲୋକଙ୍କୁ ଦେଖାଯାଉନାହିଁ । ଯେଉଁଥିପାଇଁ ମୋର ଯୁବସାଥୀଙ୍କୁ ନିଶାଡି କହିବାକୁ ପଛାଉନାହାଁନ୍ତି ।’’

କଂଗ୍ରେସ ସାଂସଦଙ୍କୁ କଡା ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ପରିବାରବାଦ ନେତା ଆଉ କେତେ ଦିନ ଦେଶର ଯୁବକ ମାନଙ୍କୁ ଅପମାନିତ କରିବେ? ଆଜି ଯେତେବେଳେ ଉତ୍ତର ପ୍ରଦେଶ ବଦଳୁଛି । କାଶୀ ନୂଆ ଇତିହାସ ଲେଖୁଛି। ଯୁବକ ମାନେ ଭବିଷ୍ୟତ ପାଇଁ ସଠିକ ମାର୍ଗରେ କଠିନ ପରିଶ୍ରମ କରୁଛନ୍ତି, ସେତେବେଳେ ଏହି ପରିବାରବାଦ ନେତା ମାନେ କଣ କରୁଛନ୍ତି? କେଉଁ ପ୍ରକାରର ଭାଷା ପ୍ରୟୋଗ କରୁଛନ୍ତି? କାଶୀର ଭୂମିକୁ ଆସି କଂଗ୍ରେସର ଯୁବରାଜ କାଶୀ ଯୁବକଙ୍କୁ ନିଶାଡି କହିବା କେଉଁ ପ୍ରକାର ଭାଷା? ଏଭଳି ଅପମାନ କାଶୀ କି ଉତ୍ତର ପ୍ରଦେଶ ଯୁବକ ମାନେ କେବେ ଭୁଲିବ ନାହିଁ। ସଠିକ ସମୟରେ ଇଣ୍ଡିଆ ଗଠବନ୍ଧନ ଓ କଂଗ୍ରେସ ରାଜକୁମାରଙ୍କୁ ସଠିକ ଜବାବ ଦେବେ । କାଶୀ ଓ ଯୁପିର ଯୁବକ ଆଜି ସମୃଦ୍ଧଶାଳୀ ଉତ୍ତର ପ୍ରଦେଶ ନିର୍ମାଣରେ ଲାଗିଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ସବୁ ନିର୍ବାଚନରେ ବିରୋଧୀ ଏକାଠି ଆସୁଛନ୍ତି । ନିର୍ବାଚନ ଶେଷ ହେଲେ ପୁଣି ପରସ୍ପର ବିରୋଧରେ ଆରୋପ ପ୍ରତ୍ୟାରୋପରେ ଲାଗୁଛନ୍ତି । ଇଣ୍ଡିଆ ଗଠବନ୍ଧନର କୌଣସି ଗ୍ୟାରେଣ୍ଟି କାମ ଦେବନାହିଁ । ଦେଶର କେବଳ ମୋଦି ଗ୍ୟାରେଣ୍ଟିକୁ ଲୋକେ ଗ୍ରହଣ କରିବେ । ୟୁପିର ସମସ୍ତ ଆସନ ଏନଡିଏ ମେଣ୍ଟ ପାଇବ । ମୋଦିର ତୃତୀୟ କାର୍ଯ୍ୟକାଳ ଆହୁରି ସଶକ୍ତ ତୀବ୍ର ଓ ପ୍ରଭାବଶାଳୀ ହେବାକୁ ଯାଉଛି । ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଦୁଇ ବର୍ଷ ପୂର୍ବେ ମୁଁ ବନାସ ଡାୟରୀ ପ୍ଲାଣ୍ଟର ଶିଳାନ୍ୟାସ କରିଥିଲି । ସେତେବେଳେ ମୁଁ ୟୁପି ବିଶେଷ କରି ବନାରସ ଓ ପୂର୍ବାଞ୍ଚଳ ପଶୁପାଳକ ଓ ଗୋପାଳକଙ୍କୁ ଗ୍ୟାରେଣ୍ଟି ଦେଇଥିଲି ଦୁଇ ବର୍ଷ ମଧ୍ୟରେ ଏହି ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବ । ଆଜି ମୋଦିର ଗ୍ୟାରେଣ୍ଟି ସମସ୍ତଙ୍କ ସମ୍ମୁଖରେ । ଏହି ଡାୟରୀ ପ୍ଲାଣ୍ଟ ପାଇଁ କାଶୀର ନୂଆ ରୋଜଗାର ସୃଷ୍ଟି ହେବ । 3 ଲକ୍ଷ ଚାଷୀଙ୍କ ଆଯ ଦ୍ବିଗୁଣିତ ହେବ । ଆଜି ପ୍ରଧାନମନ୍ତ୍ରୀ ମୋଦି ନିଜ ସଂସଦୀୟ କ୍ଷେତ୍ର ଗସ୍ତରେ ଥିଲେ । ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଡାୟରୀ ପ୍ଲାଣ୍ଟର ଉଦଘାଟନ ସହ 13 ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ । ଏହାସହ ଏକ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ବନାଥଙ୍କ ସମେତ ଏକାଧିକ ମନ୍ତ୍ରୀ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟଯେ ଭାରତ ଯୋଡ ନ୍ୟାୟ ଯାତ୍ରା ବେଳେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବାରଣାସୀ ହୋଇ ରାୟବେଲୀରେ ପହଞ୍ଚିଥିଲେ । ଯାତ୍ରା ବେଳେ ରାହୁଲ ଗାନ୍ଧୀ ଗତ ମଙ୍ଗଳବାର ଦିନ ରାୟବେଲୀରେ କହିଥିଲେ ମୁଁ ବାରଣାସୀ ଯାଇଥିଲି, ସେଠାରେ ଦେଖିଲି ରାସ୍ତା କଡରେ ହଜାର ହଜାର ଯୁବକ ମଦ ପିଇ ଶୋଇଛନ୍ତି । ଏହାସହ ନାଚଗୀତ ଚାଲିଛି । ମଦ ପିଇ ବାରଣାସୀ ଯୁବକ ନାଚୁଛନ୍ତି। ପରଦିନ ବାରଣାସୀ ଯୁବକ ମାନେ ମୋତେ ସାକ୍ଷାତ କରି କହିଲେ ଆମର ଜୀବନ ବର୍ବାଦ ହୋଇଗଲା । ପେପର ଲିକ ହୋଇଯାଉଛି । ଗୋଟିଏ ପରେ ଗୋଟିଏ ପରୀକ୍ଷା ପେପର ଲିକ ହେଉଛି । କୋଚିଂ ସେଣ୍ଟରରେ ଯୁବକ ମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ପରୀକ୍ଷା ଦିନ ପେପର ଲିକ ହୋଇଯାଉଛି । ଯାହାକୁ ନେଇ ଯୁବକ ମାନେ ଆଜି ନିରାଶ । ମଦ ପିଇ ରାସ୍ତାରେ ବୁଲୁଛନ୍ତି । ରାହୁଲ ଗାନ୍ଧୀଙ୍କ ଏହି ବୟାନକୁ ନେଇ ଏବେ ବିଜେପି ବଡ ମୁଦ୍ଦା କରିବା ସହିତ କଂଗ୍ରେସକୁ ଘେରିବାରେ ଲାଗିଛି ।

Last Updated : Feb 23, 2024, 8:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.