ETV Bharat / bharat

ସୁପ୍ରିମକୋର୍ଟରେ ପହଞ୍ଚିଲା ଚାଷୀ ଆନ୍ଦୋଳନ; ଚାଷୀଙ୍କ ଦାବିକୁ କେନ୍ଦ୍ର ବିଚାରକୁ ନେବାକୁ ଆବେଦନ - ଚାଷୀ ଆନ୍ଦୋଳନ

Farmers Protest Plea: ସର୍ବୋଚ୍ଚ ଅଦଲାତରେ ପହଞ୍ଚିଲା ଚାଷୀ ଆନ୍ଦୋଳନ । ଚାଷୀଙ୍କ ଦାବିକୁ କେନ୍ଦ୍ର ବିଚାରକୁ ନେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ଲାଗି ଏହି ଆବେଦନ କରାଯାଇଛି । ଅଧିକ ପଢନ୍ତୁ

Farmers Protest Plea
Farmers Protest Plea
author img

By ETV Bharat Odisha Team

Published : Feb 23, 2024, 9:51 PM IST

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀର ସୀମାବର୍ତ୍ତୀ ଅଞ୍ଚଳରେ ୧୨ ଦଫା ଦାବି ନେଇ ଆନ୍ଦୋଳନରେ ବସିଛନ୍ତି ଚାଷୀ । ତେବେ ଚାଷୀଙ୍କ ଦାବିକୁ କେନ୍ଦ୍ର ବିଚାରକୁ ନେବା ଲାଗି ସର୍ବୋଚ୍ଚ ଅଦଲାତ କୌଣସି ନିର୍ଦ୍ଦେଶ ଦିଅନ୍ତୁ, ଏହି ଆଶାରେ ସୁପ୍ରିମକୋର୍ଟରେ ଆଜି (ଶୁକ୍ରବାର) ଏକ ଆବେଦନ ହୋଇଛି । ଶିଖ ଚାମ୍ବର ଅଫ କର୍ମସର ମ୍ୟାନେଜିଂ ଡିରେକ୍ଟର ଆନୋସ୍ତୋସ ଥିଓସ ଏହି ଆବେଦନ କରିଛନ୍ତି ।

ଏହି ଆବେଦନ ପତ୍ରରେ ଆବେଦନକାରୀ କେନ୍ଦ୍ର ସରକାର, ହରିୟାଣା ସରକାରଙ୍କ ସମେତ ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ଜାତୀୟ ମାନବ ଅଧିକାର କମିଶନ, ପଞ୍ଜାବ ଓ ଦିଲ୍ଲୀ ସରକାରଙ୍କୁ ଉତ୍ତରଦାତା ଭାବେ ଦର୍ଶାଯାଇଛି । ଆବେଦନକାରୀ ଜଣକ କହିଛନ୍ତି, " ଏହି ସରକାର ଶାନ୍ତିପୂର୍ଣ୍ଣ ଧାରଣାରେ ବସିଥିବା ଚାଷୀଙ୍କ ପ୍ରତି ଦୃଢ ଆଭିମୁଖ୍ୟ ପ୍ରଦର୍ଶନ କରୁଛନ୍ତି । ଚାଷୀମାନଙ୍କ ଉପରେ ରବର ବୁଲେଟ ଓ ଲୁହ ବୁହା ଗ୍ୟାସ ପ୍ରୟୋଗ କରାଯାଉଛି । ଏହାଦ୍ବାରା ଚାଷୀ ଆହତ ମଧ୍ୟ ହେଉଛନ୍ତି । ଏହି ଆହତ ଚାଷୀଙ୍କୁ ସରକାରଙ୍କ ପକ୍ଷରୁ କୌଣସି ସହାୟତା ପ୍ରଦାନ କରାଯାଇନାହିଁ । ଚାଷୀଙ୍କ ବିରୁଦ୍ଧରେ ହିଂସାତ୍ମକ କାର୍ଯ୍ୟାନୁଷ୍ଠାନ ନିଆଯିବା ସହ ସେମାନଙ୍କୁ ଗଣତାନ୍ତ୍ରିକ ଅଧିକାର ବ୍ୟବହାର କରିବାକୁ ଅନୁମତି ନ ଦେଇ ଉତ୍ତରଦାୟୀ ସରକାର ପ୍ରତ୍ୟକ୍ଷ ତଥା ପରୋକ୍ଷ ବଦନାମ ହୋଇଛନ୍ତି ।"

ଏହା ବି ପଢନ୍ତୁ- କାଲିଠୁ ପୁଣି ଚାଷୀ ଆନ୍ଦୋଳନ, ହରିୟାଣା ସୀମାକୁ ଚାଷୀ ଆଣୁଛନ୍ତି ଡ୍ରୋଜର

ଏହି ଆବେଦନ ପତ୍ରରେ ଆହୁରି ଉଲ୍ଲେଖ କରାଯାଇଛି ଯେ ସରକାରଙ୍କ ଏଭଳି ଆଭିମୁଖ୍ୟ ଭାରତର ସମ୍ବିଧାନର ଧାରା ୧୪, ଧାରା ୧୯ ଏବଂ ଧାରା ୨୧ ଅନୁଯାୟୀ ଧାର୍ଯ୍ୟ କରାଯାଇଥିବା ଚାଷୀଙ୍କ ଅଧିକାରର ଉଲ୍ଲଂଘନ କରାଯାଇଛି । ଫେବୃଆରୀ ୧୩ରେ 'ଦିଲ୍ଲୀ ଚଲୋ' ପ୍ରତିବାଦ ପାଇଁ ସ୍ବାମୀନାଥନ୍ କମିଟିର ସୁପାରିଶକୁ କାର୍ଯ୍ୟକାରୀ କରିବାକୁ କୃଷକମାନେ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରିଥିଲେ । ଚାଷୀମାନେ ନିଜ ଯାନ ନେଇ ଦିଲ୍ଲୀ ଅଭିମୁଖେ ବାହାରିଥିବା ବେଳେ ସେମାନଙ୍କୁ ସୀମାନ୍ତରେ ଅଟକ ରଖାଯିବା ସହ ଜୋରଜବରଦସ୍ତ ଗିରଫ କରାଯାଇଥିଲା । ଏପରିକି ଏହି ଆନ୍ଦୋଳନରେ ସାମିଲ ହେବାକୁ ବାହାର ରାଜ୍ୟ ଯେପରିକି ମଧ୍ୟପ୍ରଦେଶରୁ ଆସିଥିବା ଚାଷୀଙ୍କୁ ମଧ୍ୟ ବାଟରେ ଅଟକ ରଖାଯାଇଥିବା ବୋଲି ଏହି ଆବେଦନ ପତ୍ରରେ ଅଭିଯୋଗ କରାଯାଇଛି ।

ଏହା ବି ପଢନ୍ତୁ- ଚାଷୀ ଆନ୍ଦୋଳନ ଭିତରେ ବଢ଼ିଲା ଆଖୁ କ୍ରୟ ମୂଲ୍ୟ

ସୂଚନା ଥାଉ କି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଗ୍ୟାରେଣ୍ଟି ଆଇନ ଓ କୃଷି ଋଣ ଛାଡ ଭଳି ପାଖାପାଖି ୧୨ ଦଫା ଦାବି ନେଇ ଚାଷୀମାନେ ଆନ୍ଦୋଳନ ଜାରି ରହିଥିବା ବେଳେ ଏହା ମଧ୍ୟରେ ସରକାର ଓ ଚାଷୀଙ୍କ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ବୈଠକ ଶେଷ ହୋଇଛି । ହେଲେ କେନ୍ଦ୍ର ୫ଟି ଫସଲରେ ଏମଏସପି ପ୍ରତ୍ୟାଖାନ ପରେ ପୁଣି ଚାଷୀମାନେ ଫେବୃଆରୀ ୨୧ରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.