ETV Bharat / bharat

କୋଷ୍ଟଗାର୍ଡରେ ମହିଳାଙ୍କୁ ସ୍ଥାୟୀ କମିଶନ ଦିଅ: ସୁପ୍ରିମକୋର୍ଟ - Supreme court

Permanent Commission to women in Coast Guard: କୋଷ୍ଟଗାର୍ଡରେ ମହିଳାଙ୍କୁ ପରମାନେଣ୍ଟ କମିଶନ ଦେବାକୁ ସୁପ୍ରିମକୋର୍ଟ ପ୍ରସ୍ତାବ । ଅଧିକ ପଢନ୍ତୁ

କୋଷ୍ଟଗାର୍ଡରେ ମହିଳାଙ୍କୁ ପରମାନେଣ୍ଟ କମିଶନ ଦିଅ: ସୁପ୍ରିମକୋର୍ଟ

author img

By ETV Bharat Odisha Team

Published : Feb 26, 2024, 6:52 PM IST

ନୂଆଦିଲ୍ଲୀ: ଉପକୂଳ ସୁରକ୍ଷାର ଜାଗ୍ରତ ପ୍ରହରୀ ଭାରତୀୟ ତଟରକ୍ଷୀ ବାହିନୀ (ଇଣ୍ଡିଆନ କୋଷ୍ଟଗାର୍ଡ)ରେ ମହିଳା ଅଧିକାରୀଙ୍କ ପାଇଁ ସ୍ଥାୟୀ କମିଶନ (ପରମାନେଣ୍ଟ କମିଶନ) ପ୍ରଦାନ ସମ୍ପର୍କରେ ସୁପ୍ରିମକୋର୍ଟ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ତାଗିଦ କରିଛନ୍ତି । ଆଜି (ସୋମବାର) ଏହି ସମ୍ପର୍କିତ ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, କୋଷ୍ଟଗାର୍ଡରେ ମହିଳା ଅଧିକାରୀଙ୍କୁ ପରମାନେଣ୍ଟ କମିଶନ ଦେବାକୁ ହେବ । ଆଜି ଖଣ୍ଡପୀଠ କହିଛନ୍ତି, ‘‘ଆପଣ ମହିଳା ଅଧିକାରୀଙ୍କୁ ସ୍ଥାୟୀ କମିଶନ ଦିଅନ୍ତୁ କିମ୍ବା ନଚେତ୍ ଆମେ ନିର୍ଦ୍ଦେଶ ଦେବୁ ।’’ ଆଜି ଏହି ମାମଲାର ଶୁଣାଣି ମାର୍ଚ୍ଚ ୨ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ।

ଭାରତୀୟ କୋଷ୍ଟଗାର୍ଡ (ଆଇସିଜି)ରେ ଯୋଗ୍ୟ ଭାବେ ଚୟନ ହୋଇଥିବା ମହିଳା ସର୍ଟସର୍ଭିସ କମିଶନ ଭିତ୍ତିକ ଅଧିକାରୀଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରିବା ପାଇଁ ଦାବି କରି ଜଣେ କୋଷ୍ଟଗାର୍ଡ ଅଧିକାରୀ ସୁପ୍ରିମକୋର୍ଟରେ ଏହି ମାମଲା ଦାଏର କରିଥିଲେ । ଆଜି ଏହି ମାମଲାର ଶୁଣାଣି କରିବା ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ୍ ଆର.ଭେଙ୍କଟରମଣି ପକ୍ଷ ରଖିଥିଲେ । କେନ୍ଦ୍ର ପକ୍ଷରୁ ଯୁକ୍ତି ରଖାଯାଇଥିଲା ଯେ, କୋଷ୍ଟଗାର୍ଡ ଭାରତୀୟ ନୌସେନା ଏବଂ ଅନ୍ୟ ଦୁଇ ସେନାଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଏହି ପ୍ରସଙ୍ଗରେ ଏକ ବୋର୍ଡ ଗଠନ କରାଯାଇଛି । ଏଥିରେ ଗଠନମୂଳକ ପରିବର୍ତ୍ତନ ଆବଶ୍ୟକ ।

ଏହାପୂର୍ବରୁ ଫେବୃଆରୀ 20ରେ ଏହି ମାମଲାର ଶୁଣାଣି ହୋଇଥିଲା । କୋର୍ଟ କେନ୍ଦ୍ର ସରକାରଙ୍କ ମନୋଭାବ ଉପରେ ପ୍ରଶ୍ନ ଉଠାଇଥିଲେ । ତଟରକ୍ଷୀ ବାହିନୀ ପ୍ରତି ଏପରି ଉଦାସୀନ ମନୋଭାବ କାହିଁକି ବୋଲି ସେତେବେଳେ କୋର୍ଟ କେନ୍ଦ୍ରକୁ ପ୍ରଶ୍ନ କରିଥିଲେ । ତଟରକ୍ଷୀ ବାହିନୀରେ ମହିଳାମାନଙ୍କ ପରମାନେଣ୍ଟ କମିଶନ ବ୍ୟବସ୍ଥା ସରକାର କାହିଁକି ଚାହୁଁନାହାଁନ୍ତି ? ଯଦି ମହିଳାମାନେ ଦେଶର ସୀମା ରକ୍ଷା କରିପାରନ୍ତି, ତେବେ ସେମାନେ ଉପକୂଳର ସୁରକ୍ଷା ମଧ୍ୟ କରିପାରିବେ ବୋଲି ସେତେବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ କହିଥିଲେ ।

ଏହା ମଧ୍ୟ ପଢନ୍ତୁ :- ପାରଳାଖେମୁଣ୍ଡି ରେଳ ଷ୍ଟେସନ ନବୀକରଣ, ମୋଦିଙ୍କ ଭିତ୍ତିପ୍ରସ୍ତର ସ୍ଥାପନ

ତେବେ ଆଜି ଶୁଣାଣିରେ କୋର୍ଟ ସିଧା ସରକାରଙ୍କ ଉଦାସନୀନତାକୁ ପୁଣି ଥରେ ସମାଲୋଚନା କରିବା ସହ ମହଲତ ମଧ୍ୟ ପ୍ରଦାନ କରିଛନ୍ତି । ସରକାର ମହିଳା ଅଧିକାରୀଙ୍କୁ କୋଷ୍ଟଗାର୍ଡରେ ପରମାନେଣ୍ଟ କମିଶନ ଦେବା ବ୍ୟବସ୍ଥା ଉପରେ ବିଚାର ଆରମ୍ଭ କରନ୍ତୁ । ନହେଲେ କୋର୍ଟ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବା ନେଇ ପ୍ରଧାନ ବିଚାରପତିଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.