ETV Bharat / bharat

ଶ୍ରୀନଗରରେ ବୁଡ଼ିଲା ଡଙ୍ଗା: 4 ଶିଶୁଙ୍କ ସମେତ 6 ମୃତ, ଏକାଧିକ ନିଖୋଜ - BOAT CAPSIZES IN SRINAGAR - BOAT CAPSIZES IN SRINAGAR

Boat capsizes in Jhelum River: କାଶ୍ମୀରରେ ଝେଲମ ନଦୀରେ ବୁଡ଼ିଲା ଡଙ୍ଗା । ଏଯାବତ 4 ଶିଶୁଙ୍କ ସମେତ 6 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଏକାଧିକ ନିଖୋଜ ସୂଚନା । ଉଦ୍ଧାର କାର୍ଯ୍ଯ ଜାରି । ଅଧିକ ପଢନ୍ତୁ

ଶ୍ରୀନଗରରେ ବୁଡିଲା ଡଙ୍ଗା: 3 ମୃତ, ଏକାଧିକ ନିଖୋଜ

author img

By ETV Bharat Odisha Team

Published : Apr 16, 2024, 11:09 AM IST

Updated : Apr 16, 2024, 5:24 PM IST

ଶ୍ରୀନଗରରେ ବୁଡ଼ିଲା ଡଙ୍ଗା: 4 ଶିଶୁଙ୍କ ସମେତ 6 ମୃତ, ଏକାଧିକ ନିଖୋଜ

ଶ୍ରୀନଗର: ଜମ୍ମୁକାଶ୍ମୀର ଝେଲମ ନଦୀରେ ବୁଡ଼ିଲା ଯାତ୍ରୀବାହୀ ଡଙ୍ଗା । ଏଯାବତ 4 ଶିଶୁଙ୍କ ସମେତ 6 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କିଛି ଯାତ୍ରୀ ନିଖୋଜ ଅଛନ୍ତି । ଉଦ୍ଧାରକାରୀ ଟିମ ନିଖୋଜଙ୍କୁ ଠାବ କରିବା ପାଇଁ ଅପରେସନ ଜାରି ରଖିଛି । ଏହି ବୋଟରେ 15 ଜଣ ଯାତ୍ରୀ ଥିବା ବେଳେ ସେମାନଙ୍କ ମଧ୍ୟରେ 7 ଜଣ ଶିଶୁ ରହିଥିଲେ । ଆଜି (ମଙ୍ଗଳବାର) ସକାଳ ପ୍ରାୟ 7ଟା 30ରେ ଏହି ଅଘଟଣ ଘଟିଛି ।

ଶ୍ରୀନଗର ସ୍ଥିତ ଶ୍ରୀମହାରାଜା ହରି ସିଂ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଣ୍ଟ ମୁଜାଫର ଜାରଗରଙ୍କ ସୂଚନା ମୁତାବକ ମୋଟ 6 ଜଣଙ୍କ ଏବେ ସୁଦ୍ଧା ମୃତ୍ୟୁ ଘଟିଛି । ଉଦ୍ଧାର ହୋଇଥିବା ଯାତ୍ରୀଙ୍କ ଚିକିତ୍ସା ଜାରି ରହିଛି । ସେପଟେ SDRF, NDRF ଓ ସେନାଧିକାରୀଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସ୍ଥାନୀୟ ଲୋକଙ୍କ କହିବାନୁସାରେ ସକାଳେ ଏହି ଯାତ୍ରୀବାହୀ ବୋଟଟି ଦୁର୍ଘଟଣାର ଶିକାର ହୋଇଥିଲା ।

ଏହା ବି ପଢନ୍ତୁ- ଗୁଜୁରାଟରେ ବୁଡିଲା ପିକନିକ ବୋଟ: 12 ଛାତ୍ରଛାତ୍ରୀ ଓ 2 ଶିକ୍ଷକ ମୃତ, ଏକାଧିକ ନିଖୋଜ

ସେପଟେ ଜମ୍ମୁକାଶ୍ମୀର ରାଜ୍ୟପାଳ ମନୋଜ ସିହ୍ନା ଏହି ଦୁର୍ଘଟଣା ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, "ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବଳର ଏକ ସ୍ବତନ୍ତ୍ର ଟିମକୁ ଉଦ୍ଧାର କାର୍ଯ୍ୟ ଲାଗି ପଠାଯାଇଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଯେଉଁମାନେ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି ସେମାନଙ୍କୁ ସମସ୍ତ ପ୍ରକାର ମେଡିକାଲ ସୁବିଧା ଦିଆଯାଉଛି । ଦୁର୍ଘଟଣାରେ ଯେଉଁ ପରିବାର ନିଜର ଆତ୍ମୀୟ ସ୍ବଜନଙ୍କୁ ହରାଇଛନ୍ତି, ସେହି ପରିବାରକୁ ପ୍ରଶାସନ ପକ୍ଷରୁ ସମସ୍ତ ଆବଶ୍ୟକୀୟ ସୁବିଧା ଯୋଗାଇ ଦିଆଯିବ । ମୁଁ ନିରନ୍ତର ଭାବେ ଏହାର ତଦାରଖ କରୁଛି । ଏହାସହିତ ଘଟଣାସ୍ଥଳରେ ଥିବା ଉଦ୍ଧାରକାରୀ ଟିମ ସହିତ ଯୋଗାଯୋଗରେ ଅଛି।"

ଏହା ବି ପଢନ୍ତୁ- ମଝି ନଈରେ ଅଟକିଲା ଯାତ୍ରୀବାହୀ ଡଙ୍ଗା, ଅଳ୍ପକେ ବର୍ତ୍ତିଲେ 100ରୁ ଅଧିକ ଯାତ୍ରୀ

ସୂଚନା ଥାଉ କି କାଶ୍ମୀରରେ ଗତ କିଛି ଦିନ ଧରି ଲଗାତାର ବର୍ଷା ଜାରି ରହିଥିଲା । ଏହି କାରଣରୁ ଝେଲମ ନଦୀର ଜଳସ୍ତର ବୃଦ୍ଧି ପାଇଛି । ଦୁର୍ଘଟଣାଗ୍ରସ୍ତ ହୋଇଥିବା ବୋଟଟି ଶିଶୁଙ୍କ ସମେତ ଯାତ୍ରୀଙ୍କୁ ଧରି ଗଣ୍ଡବଲ୍‌ରୁ ବାଟୱାରାକୁ ଯାତ୍ରା କରୁଥିଲା । ଶ୍ରୀନଗର ଗଣ୍ଡବଲ୍‌ଠାରେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 16, 2024, 5:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.