ETV Bharat / bharat

ଲୋକସଭାରେ ଓଡ଼ିଶା ST-SC ତାଲିକା ସଂଶୋଧନ ବିଲ୍ ଗୃହୀତ - ଏସ୍‌ସି ଏସ୍‌ଟି ବିଲ୍ ପାସ

Parliament passes bills to amend SC ST list: ଲୋକସଭାରେ ପାରିତ ହେଲା ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶର ଅନୁସୂଚିତ ଜାତି ଏବଂ ଜନଜାତି ତାଲିକା ସଂଶୋଧନ ବିଲ୍ । ସମ୍ବିଧାନ ନିର୍ଦ୍ଦେଶନା (ଅନୁସୂଚିତ ଜନଜାତି) 1950ରେ କରାଯିବ ସଂଶୋଧନ । ଅଧିକ ପଢନ୍ତୁ

ଅନୁସୂଚିତ ଜାତି ଏବଂ ଜନଜାତି
SC ST Bill
author img

By ETV Bharat Odisha Team

Published : Feb 9, 2024, 8:02 AM IST

ନୂଆଦିଲ୍ଲୀ: ରାଜ୍ୟସଭା ପରେ ଲୋକସଭାରେ ଗୃହୀତ ହେଲା ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶର ଅନୁସୂଚିତ ଜାତି(ଏସ୍‌ସି) ଏବଂ ଅନୁସୂଚିତ ଜନଜାତି(ଏସ୍‌ଟି) ତାଲିକା ସଂଶୋଧନ ବିଲ୍ । ଦୁଇ ରାଜ୍ୟର ଏସ୍‌ସି ଓ ଏସ୍‌ଟି ବର୍ଗ ତାଲିକାରେ ସଂଶୋଧନ ଲାଗି ଗୁରୁବାର ସମ୍ବିଧାନ ନିର୍ଦ୍ଦେଶନା (ଅନୁସୂଚିତ ଜାତି ଓ ଜନଜାତି) ସଂଶୋଧନ ବିଲ୍ 2024 ଏବଂ ସମ୍ବିଧାନ ନିର୍ଦ୍ଦେଶନା(ଅନୁସୂଚିତ ଜାତି ଓ ଜନଜାତି) ସଂଶୋଧନ ବିଲ୍ 2024 ଲୋକସଭାରେ ଅନୁମୋଦିତ ହୋଇଛି । ଏହି ଦୁଇଟି ବିଲ୍ ମଙ୍ଗଳବାର ରାଜ୍ୟସଭାରେ ଗୃହୀତ ହୋଇଥିଲା ।

ସମ୍ବିଧାନ ନିର୍ଦ୍ଦେଶନା(ଅନୁସୂଚିତ ଜାତି ଏବଂ ଜନଜାତି) ସଂଶୋଧନ ବିଲ୍ 2024 ଓଡ଼ିଶା, ଅନୁସୂଚିତ ଜନଜାତି ତାଲିକା ସମ୍ବିଧାନ ନିର୍ଦ୍ଦେଶନା (ଅନୁସୂଚିତ ଜାତି) 1950 ଏବଂ ସମ୍ବିଧାନ ନିର୍ଦ୍ଦେଶନା (ଅନୁସୂଚିତ ଜନଜାତି) 1950ରେ ସଂଶୋଧନ କରାଯିବ । ଏହା ଅଧୀନରେ ଓଡିଶାର ଆଦିମ ଜନଜାତିର ଚାରୋଟି ସମ୍ପ୍ରଦାୟ-ପାଉଡି ଭୂୟାଁ, ଚକୋଟିଆ ଭୁଞ୍ଜିଆ, ବୋଣ୍ଡୋ ଏବଂ ମାଙ୍କଡିଆ ଏସଟି ତାଲିକାରେ ଅନ୍ତର୍ଭୁକ୍ତ ହେବେ । ସେହିପରି ସମ୍ବିଧାନ ନିର୍ଦ୍ଦେଶନା (ଅନୁସୂଚିତ ଜାତି ଏବଂ ଜନଜାତି) ସଂଶୋଧନ ବିଲ୍ 2024 ଆନ୍ଧ୍ରପ୍ରଦେଶ ଅନୁସୂଚିତ ଜନଜାତି ତାଲିକା ସମ୍ବିଧାନ ନିର୍ଦ୍ଦେଶନା (ଅନୁସୂଚିତ ଜନଜାତି) 1950ରେ ସଂଶୋଧନ କରାଯାଇ ଆନ୍ଧ୍ରର 3 ଆଦିବାସୀ ବର୍ଗ ବୋଣ୍ଡୋ ପୋରଜା, ଖୋଣ୍ଡ ପୋରଜା ଏବଂ କୋଣ୍ଡା ସାଭାରସ୍ ସମ୍ପ୍ରଦାୟଙ୍କୁ ଏସଟିରେ ଅନ୍ତର୍ଭୁକ୍ତ କରାଯିବ ।

ଏହା ମଧ୍ୟ ପଢନ୍ତୁ-ଓଡ଼ିଶାର ୪ ଜାତିକୁ ST ମାନ୍ୟତା: ରାଜ୍ୟସଭାରେ ବିଲ୍ ପାସ୍ ପରେ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ଅପରାଜିତା

ଓଡ଼ିଶାର 4ଟି ଏବଂ ଆନ୍ଧ୍ରପ୍ରଦେଶର 3ଟି ଗୋଷ୍ଠୀ ଏସଟି ତାଲିକାରେ ଅନ୍ତର୍ଭୁକ୍ତ କରାଯିବ । ଗତ ମଙ୍ଗଳବାର ଓଡ଼ିଶା ଏବଂ ଆନ୍ଧ୍ର ପ୍ରଦେଶର ଅନୁସୂଚିତ ଜାତି ଏବଂ ଜନଜାତି ତାଲିକା ସଂଶୋଧନ ସମ୍ପର୍କିତ ଦୁଇଟି ବିଲକୁ ରାଜ୍ୟସଭାରେ ମଞ୍ଜୁରୀ ମିଳିଥିଲା । ପ୍ରଥମ ବିଲ୍ ଅନୁସାରେ, ଆନ୍ଧ୍ରପ୍ରଦେଶର ଅନୁସୂଚିତ ଜନଜାତି ତାଲିକାରେ ସଂଶୋଧନ ଅଣାଯିବା ସହିତ ଦ୍ୱିତୀୟ ବିଲ୍ ଅନୁସାରେ ଓଡିଶାର ଅନୁସୂଚିତ ଜାତି ଏବଂ ଜନଜାତି ତାଲିକାରେ ସଂଶୋଧନ କରାଯିବ । ରାଜ୍ୟର ଅନୁସୂଚିତ ଜନଜାତି ଶ୍ରେଣୀ ତାଲିକାରେ ରହିଥିବା ରେଡି ଏବଂ ଦୋରା ସଂପ୍ରଦାୟ ଲୋକଙ୍କ ସାଙ୍ଗିଆରେ ପରିବର୍ତ୍ତନ କରାଯିବ । ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଉଭୟ ବିଲକୁ ଉଚ୍ଚ ସଦନରେ ଆଗତ କରିଥିଲେ । ଓଡ଼ିଶାର 4 ସମ୍ପ୍ରଦାୟକୁ ଏସଟି ବର୍ଗରେ ସାମିଲ କରିବାକୁ ରାଜ୍ୟସଭାରେ ବିଲ୍ ଗୃହୀତ ହେବା ପରେ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ କୃତଜ୍ଞତା ଜଣାଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.