ETV Bharat / bharat

ମେଟ୍ରୋରେ କେଜ୍ରିଓ୍ବାଲଙ୍କୁ ହତ୍ୟା ଧମକ ଘଟଣା, ବ୍ୟାଙ୍କରକୁ ବାନ୍ଧିଲା ପୋଲିସ - Arvind Kejriwal Threatening Case - ARVIND KEJRIWAL THREATENING CASE

Arvind Kejriwal Threatening Case: ମେଟ୍ରୋ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ ଘଟଣାରେ ପୋଲିସକୁ ସଫଳତା । ଜଣେ ବ୍ୟାଙ୍କରକୁ ଗିରଫ କଲା ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ

Arvind Kejriwal Threatening Case
Arvind Kejriwal Threatening Case (ANI)
author img

By ETV Bharat Odisha Team

Published : May 22, 2024, 10:55 AM IST

ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ହତ୍ୟା ଧମକ ଘଟଣା । ଜଣଙ୍କୁ ବାନ୍ଧିଲା ଦିଲ୍ଲୀ ପୋଲିସ । ଆଜି ଗିରଫ କରିଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । କହିରଖୁଛୁ କି, ରାଜୀବ ଛକ ଏବଂ ପଟେଲ ନଗର ମେଟ୍ରୋ ଷ୍ଟେସନରେ କେଜ୍ରିଓ୍ବାଲଙ୍କୁ ହତ୍ୟା କରାଯିବା ନେଇ ଧମକ ଦେଇ ଲେଖା ହୋଇଥିଲା । ତେବେ ଗିରଫ ହୋଇଥିବା ଅଭିଯୁକ୍ତର ନାମ ଅଙ୍କିତ ଗୋଏଲ(33) ହୋଇଥିବା ବେଳେ ସେ ବରେଲିର ବାସିନ୍ଦା ହୋଇଥିବା ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ପୋଲିସର ସୂଚନା ଅନୁସାରେ, ଅଭିଯୁକ୍ତ ଅଙ୍କିତ ଜଣେ ଉଚ୍ଚ ଶିକ୍ଷିତ ହୋଇଥିବା ବେଳେ ସେ ଏକ ପ୍ରତିଷ୍ଠିତ ବ୍ୟାଙ୍କରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ସେ କୌଣସି ରାଜନୈତିକ ଦଳ ସହିତ ଜଡିତ ନଥିବା ସୁତ୍ରରୁ ଜଣାପଡିଛି । ତେବେ ଅଙ୍କିତର ମାନସିକ ସ୍ଥିତି ଭଲ ନଥିଲା ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଡାକ୍ତରୀ ପରୀକ୍ଷା ପରେ ଏହା ସ୍ପଷ୍ଟ ହୋଇପାରିବ ବୋଲି ପୋଲିସ ସୁତ୍ରରୁ ଜଣାପଡିଛି । ଦିଲ୍ଲୀ ପୋଲିସର ମେଟ୍ରୋ ୟୁନିଟ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ତେବେ ଅଙ୍କିତଙ୍କ ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି । ସେ ଷ୍ଟେସନରେ କିଛି ଲେଖୁଥିବା ଦେଖାଯାଇଛି । ତେବେ ଅଙ୍କିତ ଗିରଫ ହେବା ପୂର୍ବରୁ ଏହା ବିଜେପିର ଷଡଯନ୍ତ୍ର ବୋଲି ଅଭିଯୋଗ କରିଥିଲା ଆପ୍ । ନିର୍ବାଚନ ପୂର୍ବରୁ ଏହା ଏକ ଷଡଯନ୍ତ୍ର ବୋଲି କୁହାଯାଇଥିବା ବେଳେ ନିର୍ବାଚନ କମିଶନରଙ୍କ ନିକଟରେ ଇମେଲ ଜରିଆରେ ଆପ୍ ଅଭିଯୋଗ କରିଥିବା ନେଇ ମନ୍ତ୍ରୀ ସୌରଭ ଭରଦ୍ୱାଜ କହିଥିଲେ ।

ଏହା ମଧ୍ୟ ପଢନ୍ତୁ: ମେଟ୍ରୋରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ, ବିଜେପିକୁ ଦାୟୀ କଲା AAP - Kejriwal Gets Death Threats

ଜାତୀୟ ରାଜଧାନୀରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ଆମ୍ ଆଦମୀ ପାର୍ଟୀ ସାସଂଦ ସଞ୍ଜୟ ସିଂ କହିଥିଲେ, "ଅରବିନ୍ଦ କେଜ୍ରିୱାଲ ଜେଲରୁ ବାହାରିବା ପରଠାରୁ ବିଜେପି ଆତଙ୍କିତ ଅବସ୍ଥାରେ ରହିଛି । ବର୍ତ୍ତମାନ ଅବରବିନ୍ଦ କେଜ୍ରିଓ୍ବାଲଙ୍କ ଉପରେ ଆକ୍ରମଣ କରିବାକୁ ବିଜେପି ଯୋଜନା କରୁଛି । ଏହି ଷଡଯନ୍ତ୍ର ସିଧାସଳଖ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଏତେ ଘୃଣାରେ ବୁଡି ରହିଛନ୍ତି ଯେ ସେମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରୁଛନ୍ତି । ଯଦି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ସହ କିଛି ଘଟେ ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିଜେପି ଏଥିପାଇଁ ଦାୟୀ ରହିବେ ।"

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.