ETV Bharat / bharat

ମହାପ୍ରଭୁଙ୍କୁ ମନେ ପକାଇଲେ ମୋଦି; କହିଲେ ଭାରତ ବିକାଶ ଯାତ୍ରାରେ ମୁଖ୍ୟ ଭୂମିକା ଗ୍ରହଣ କରିବ ଓଡ଼ିଶା - Modi On Odisha - MODI ON ODISHA

MODI ON ODISHA: ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଗରିବଙ୍କ ଭଗବାନ । ଆଗାମୀ ଦିନରେ ଭାରତର ବିକାଶ ଯାତ୍ରାରେ ଓଡ଼ିଶା ଅନ୍ୟତମ ପ୍ରମୁଖ ଭୂମିକା ଗ୍ରହଣ କରିବ କହିଲେ ମୋଦି । ଅଧିକ ପଢନ୍ତୁ

MODI ON ODISHA
MODI ON ODISHA (ANI)
author img

By ETV Bharat Odisha Team

Published : Jun 7, 2024, 5:09 PM IST

ନୂଆଦିଲ୍ଲୀ: ସମ୍ବିଧାନ ସଦନ (ପୁରୁଣା ସଂସଦ ଭବନ)ର ସେଣ୍ଟ୍ରାଲ ହଲରେ ଆୟୋଜିତ ହୋଇଯାଇଛି ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ । ଏଥିରେ ଏନଡିଏ ମେଣ୍ଟର ନବନିର୍ବାଚିତ ସାଂସଦ ଓ ରାଜ୍ୟସଭା ସାଂସଦ ଯୋଗଦେଇଛନ୍ତି । ଏହି ଅବସରରେ ନରେନ୍ଦ୍ର ମୋଦି ଏନଡିଏ ମେଣ୍ଟର ସଦସ୍ୟମାନଙ୍କୁ ସମ୍ବୋଧିତ କରିବା ସମୟରେ ମହାପ୍ରଭୁ ଜଗନ୍ନାଥଙ୍କୁ ମନେ ପକାଇଛନ୍ତି । ମହାପ୍ରଭୁ ଜଗନ୍ନାଥ ହେଉଛନ୍ତି ଗରିବଙ୍କ ଦେବତା ବୋଲି କହିଛନ୍ତି ମୋଦି । ଏହାସହିତ ଆଗାମୀ ଦିନରେ ଭାରତ ବିକାଶରେ ଓଡ଼ିଶା ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ମୋଦି କହିଛନ୍ତି ।

ମହାପ୍ରଭୁ ଜଗନ୍ନାଥଙ୍କୁ ମନେ ପକାଇଲେ ମୋଦି (ANI)

'ଦେଶର ବିକାଶ ଯାତ୍ରାରେ ଓଡ଼ିଶା ହେବ ଗ୍ରୋଥ୍‌ ଇଞ୍ଜିନ'

ଆଜି ପୁରୁଣା ସଂସଦ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଏନଡିଏ ମେଣ୍ଟର ସଦସ୍ୟମାନେ ପୁଣି ଥରେ ନରେନ୍ଦ୍ର ମୋଦିଙ୍କୁ ନିଜର ନେତା ବାଛିଛନ୍ତି । ନବନିର୍ବାଚିତ ଏନଡିଏ ମେଣ୍ଟର ସଦସ୍ୟଙ୍କୁ ମୋଦି ସମ୍ବୋଧିତ କରିବା ସମୟରେ ଓଡ଼ିଶାକୁ ଭୂୟସୀ ପ୍ରଶଂସା କରିବା ସହ ଜଗତର ନାଥ ଜଗନ୍ନାଥଙ୍କୁ ସେ ମନେ ପକାଇଛନ୍ତି । ମୋଦି କହିଛନ୍ତି, "ଭଗବାନଙ୍କ ଅନେକ ରୂପ ହୋଇଥାଏ । କିନ୍ତୁ ମୁଁ ଯେତେବେଳେ ମହାପ୍ରଭୁ ଜଗନ୍ନାଥଙ୍କର ଦର୍ଶନ କରେ, ସେତେବେଳେ ସେ ଗରିବଙ୍କ ଦେବତା ବୋଲି ଅନୁଭବ କରେ ।" ଏହାସହିତ ମୋଦି ଓଡ଼ିଶାରେ ଚଳିତ ନିର୍ବାଚନ ଫଳାଫଳ ସମ୍ପର୍କରେ ମଧ୍ୟ କହିଛନ୍ତି । ଓଡ଼ିଶାରେ ବିପ୍ଳବ ଦେଖାଦେଇଛି । ଆଗାମୀ ଦିନରେ ଭାରତର ବିକାଶ ଯାତ୍ରାରେ ଓଡ଼ିଶା ଗ୍ରୋଥ ଇଞ୍ଜିନ ମଧ୍ୟରୁ ଗୋଟିଏ ହେବ । ଅର୍ଥାତ ଦେଶର ବିକାଶ ଯାତ୍ରାରେ ଓଡ଼ିଶାର ପ୍ରମୁଖ ଭୂମିକା ରହିବ ବୋଲି ମୋଦି କହିଛନ୍ତି ।

ଓଡ଼ିଶାରେ ବିଜେପିର ପ୍ରଚଣ୍ଡ ବିଜୟ:-

ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନରେ ଓଡ଼ିଶାରୁ ବିଜେପିକୁ ଅଦ୍ଭୂତପୂର୍ବ ସମର୍ଥନ ମିଳିଛି । ପ୍ରଥମ ଥର ଲାଗି ଓଡ଼ିଶାରେ ଫୁଟିଛି ପଦ୍ମ । ବିଜେପି ପ୍ରଥମ ଥର ଲାଗି ରାଜ୍ୟରେ ବହୁମତ ହାସଲ କରିବା ସହ ସରକାର ଗଠନ କରିବାକୁ ୟାଉଛି । ଓଡ଼ିଶାର ଅସ୍ମିତାକୁ ପ୍ରସଙ୍ଗ କରି ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ବିଜେପି ଉପରେ ଓଡ଼ିଶାବାସୀ ଭରସା କରିଛନ୍ତି । ଫଳସ୍ବରୂପ ରାଜ୍ୟରେ 21 ଲୋକସଭା ଆସନରୁ 20ଟି ବିଜେପି ଖାତାକୁ ଯାଇଛି । କେବଳ ଗୋଟିଏ ଆସନ କୋରାପୁଟ କଂଗ୍ରେସ ବିଜୟୀ ହୋଇଛି । 147 ବିଧାନସଭା ଆସନରୁ ବିଜେପି 78ଟି ଆସନରେ ବାଜିମାତ କରିଥିବା ବେଳେ ବିଜେଡିକୁ ମାତ୍ର 51ଟି ଆସନ ମିଳିଛି । ସେହିପରି କଂଗ୍ରେସକୁ 14ଟି ଆସନ ମିଳିଛି ।

'NDA ମେଣ୍ଟର ମହାବିଜୟ'

ମୋଦି କାର୍ଯ୍ୟକ୍ରମରେ ଏନଡିଏ ମେଣ୍ଟର ସଦସ୍ୟ ଓ କାର୍ଯ୍ୟକର୍ତ୍ତାଙ୍କ ନିକଟରେ କୃତଜ୍ଞତା ପ୍ରଦାନ କରିଛନ୍ତି । ଏନଡିଏ ମେଣ୍ଟର ବିଜୟକୁ ମୋଦି ମହାବିଜୟ ବୋଲି କହିଛନ୍ତି । ଦେଶର 22ଟି ରାଜ୍ୟରେ ଏନଡିଏକୁ ସେବା କରିବା ଲାଗି ଜନତା ସୁଯୋଗ ଦେଇଛନ୍ତି । ଏନଡିଏ ମେଣ୍ଟ ହେଉଛି ଭାରତର ପ୍ରକୃତ ଆତ୍ମା ବୋଲି କହିଛନ୍ତି ମୋଦି । ଦେଶର 10ଟି ରାଜ୍ୟରେ ଅଧିକ ଆଦିବାସୀ ସମ୍ପ୍ରଦାୟ ବାସ କରୁଥିବା ବେଳେ ତନ୍ମଧ୍ୟରୁ 7ଟି ରାଜ୍ୟରେ ଏନଡିଏ ଶାସନ କରୁଛି ।

ଏହା ବି ପଢନ୍ତୁ- ମୋଦି ଏନଡିଏ ନେତା ନିର୍ବାଚିତ, କହିଲେ-ବିକଶିତ ଭାରତର ଇଞ୍ଜିନ ହେବ ଓଡ଼ିଶା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.